ଡିପ୍‌ଥେରିଆ ସଂକ୍ରମଣ: ବନ୍ଧୁଗାଁର ୧୦ ବର୍ଷର ନାବାଳକଙ୍କ ଜୀବନ ନେଲା

ଡିପ୍‌ଥେରିଆ ସଂକ୍ରମଣ: ବନ୍ଧୁଗାଁର ୧୦ ବର୍ଷର ନାବାଳକଙ୍କ ଜୀବନ ନେଲା

ବ୍ରହ୍ମପୁର: ସମ୍ପ୍ରତି ଡିପ୍‌ଥେରିଆ ସଂକ୍ରମଣ ନେଇ ସ୍ବାସ୍ଥ୍ୟ ବିଭାଗ ଚିନ୍ତାରେ ପଡ଼ିଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସଂକ୍ରମଣ ପଛର କାରଣ ଖୋଜା ଯାଉଛି । ବ୍ରହ୍ମପୁର ଏମକେସିଜିରେ ଜଣେ ଡିପ୍‌ଥେରିଆ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏନେଇ ଏମକେସିଜି ମେଡିକାଲ ଅଧୀକ୍ଷକ ସୂଚନା ଦେଇଛନ୍ତି। ମୃତକ ଜଣକ ହେଲେ ୧୦ ବର୍ଷର ବାଳକ। ସେ କୋରାପୁଟ ବନ୍ଧୁଗାଁର ବୋଲି ଜଣାପଡ଼ିଛି।

ରାଜ୍ୟରେ ଏବେ ଡିପ୍‌ଥେରିଆ ସ୍ଥିତି ନିୟନ୍ତ୍ରଣରେ ଥିବା ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ମିଶ୍ର କହିଛନ୍ତି। ସେ କହିଛନ୍ତି, ନୂଆ କେସ୍‌ ଆସିନି। ପୂର୍ବରୁ ହୋଇଥିବା ୨୧ ଜଣଙ୍କ ଛାଡ଼ି ଦେଲେ ଅନ୍ୟ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇ ନାହିଁ। ରାୟଗଡ଼ା ହସ୍ପିଟାଲରେ ‌କୌଣସି ଡିପ୍‌ଥେରିଆ ଆକ୍ରାନ୍ତ ନାହାନ୍ତି। ଭବାନୀପାଟଣାରେ ଯେଉଁ ୫ରୋଗୀ ଚିହ୍ନଟ ହୋଇଥିଲେ ସେମାନଙ୍କ ମଧ୍ୟରୁ ୪ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ସେ ସୂଚନା ପ୍ରଦାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe