୨୦ ଯାଏ ବଢ଼ିଲା ଡିପ୍ଲୋମା ନାମଲେଖା ଆବେଦନ

Advertisment
୨୦ ଯାଏ ବଢ଼ିଲା ଡିପ୍ଲୋମା ନାମଲେଖା ଆବେଦନ

photo by : indianexpress.com

ଭୁବନେଶ୍ୱର :୨୦୧୮-୧୯ ଶିକ୍ଷାବର୍ଷରେ ଇଞ୍ଜିନିୟରିଂ ସ୍କୁଲ/ ପଲିଟେକ୍‌ନିକ୍‌ ଡିପ୍ଲୋମା ପାଠ୍ୟକ୍ରମ ଓ ଆଇଟିଆଇରେ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟାକୁ ବୃଦ୍ଧି କରାଯାଇଛି। ଇଚ୍ଛୁକ ଛାତ୍ରଛାତ୍ରୀ ଷ୍ଟୁଡେଣ୍ଟ ଏକାଡେମିକ ମ୍ୟାନେଜ୍‌ମେଣ୍ଟ ସିଷ୍ଟମ(ସାମ୍‌ସ) ମାଧ୍ୟମରେ ଜୁନ୍‌ ୨୦ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଛାତ୍ରଛାତ୍ରୀ ‘www.samsodisha.gov.in’/‘www.dtetorissa.gov.in’/ ‘www.skillodisha.gov.in’/ ‘www.sctevtodisha.nic.in’ରେ ଲଗ୍‌-ଇନ୍‌ କରି ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଟୋଲ୍‌ ଫି’ ନମ୍ବର ୧୫୫୩୩୫ ଓ ୧୮୦୦-୩୪୫-୬୭୭୦ ଖୋଲାଯାଇଛି। ଅଧିକ ତଥ୍ୟ ଲାଗି ନିକଟସ୍ଥ ଯେକୌଣସି ସରକାରୀ ଇଞ୍ଜିନିୟରିଂ ସ୍କୁଲ/ ପଲିଟେକ୍ନିକ୍‌/ ଆଇଟିଆଗୁଡ଼ିକରେ ଯୋଗଯୋଗ କରିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe