ସାଇବର୍ ଠକ ଗ୍ୟାଙ୍ଗ୍‌ରେ ଡିପ୍ଲୋମା ଇଂଜିନିୟର୍‌: ମୁନିଗୁଡ଼ାରୁ ମାଷ୍ଟର୍‌ମାଇଣ୍ଡ୍‌ ସୁରେନ୍ଦ୍ର ଗିରଫ

Advertisment

କଟକ ବାଦାମବାଡ଼ି ଅଞ୍ଚଳରେ ସାଇବର୍ ଠକ ତାଲିମ କେନ୍ଦ୍ର ଖୋଲି ଅନ୍‌ଲାଇ୍‌ନରେ ଟ୍ରେଡିଂ ତାଲିମ ଦେବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଏହି ଘଟଣାରେ ଓଡ଼ିଶାର ମାଷ୍ଟରମାଇଣ୍ଡ କୁହାଯାଉଥିବା ସୁରେନ୍ଦ୍ର ସାହୁ...

କଟକ ବାଦାମବାଡ଼ି ଅଞ୍ଚଳରେ ସାଇବର୍ ଠକ ତାଲିମ କେନ୍ଦ୍ର ଖୋଲି ଅନ୍‌ଲାଇ୍‌ନରେ ଟ୍ରେଡିଂ ତାଲିମ ଦେବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଏହି ଘଟଣାରେ ଓଡ଼ିଶାର ମାଷ୍ଟରମାଇଣ୍ଡ କୁହାଯାଉଥିବା ସୁରେନ୍ଦ୍ର ସାହୁ...

ffhfhbb

କଟକ: କଟକ ବାଦାମବାଡ଼ି ଅଞ୍ଚଳରେ ସାଇବର୍ ଠକ ତାଲିମ କେନ୍ଦ୍ର ଖୋଲି ଅନ୍‌ଲାଇ୍‌ନରେ ଟ୍ରେଡିଂ ତାଲିମ ଦେବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଏହି ଘଟଣାରେ ଓଡ଼ିଶାର ମାଷ୍ଟରମାଇଣ୍ଡ କୁହାଯାଉଥିବା ସୁରେନ୍ଦ୍ର ସାହୁ ଜଣେ ଡିପ୍ଲୋମ ଇଂଜିନିୟର। କଟକ ସାଇବର୍ ଥାନା ପୁଲିସ ତାକୁ ମୁନିଗୁଡ଼ାରୁ ଗିରଫ କରିଛି। ସେ ନକଲି ଟ୍ରେଡିଂ ଆପ୍ଲିକେସନ୍ ପ୍ରସ୍ତୁତ କରୁଥିଲା। ଏହି ଘଟଣାରେ ତାର ସହଯୋଗୀ ଗଞ୍ଜାମ ଜିଲ୍ଲା ଖଲିକୋଟର କେଶବ ଗୌଡ଼ ଫେରାର ହୋଇଯାଇଛି। 

ବାଲେଶ୍ବର ଜିଲ୍ଲା ବସ୍ତା ଅଞ୍ଚଳର ସୁରେନ୍ଦ୍ର ସାହୁ(୪୨) ନିଜ ନାଁରେ ଜାଲ୍ ଆଧାର ଓ ପାନ୍ କାର୍ଡ ପ୍ରସ୍ତୁତ କରିଥିଲା। ଏଥିରେ ଠିକଣା ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଦେଇଥିଲା। ମୁନିଗୁଡ଼ାରେ ସୁରେନ୍ଦ୍ରର ଶ୍ବଶୁର ଘର। ୨୦୦୩ରେ ସୁରେନ୍ଦ୍ର କଟକର ଏକ ଶିକ୍ଷାନୁଷ୍ଠାନରୁ ଇଞ୍ଜିନିୟରିଂରେ ଡିପ୍ଲୋମା କରିଥିଲା। ଏହାପରେ ସେ ସାଇବର୍ ଠକଙ୍କ ସଂପର୍କରେ ଆସିଥିଲା। ନିଜର ଏକ ଗ୍ୟାଙ୍ଗ୍‌ ଗଢ଼ିଥିଲା। ଏହି ଗ୍ୟାଙ୍ଗ୍‌ରେ ଅନ୍ୟତମ ସଦସ୍ୟ ଥିଲା ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟର କେଶବ ଗୌଡ଼। କେଶବ ବ୍ରହ୍ମପୁର, କଟକ ଭଳି ଜିଲ୍ଲାରେ ନିଜର ନେଟ୍‌ଵର୍କ ବଢ଼ାଇଥିଲା। ସେଠାରେ ମାଗଣାରେ ଅନଲାଇନ୍ ଟ୍ରେଡିଂ ତାଲିମ ଦେବାକୁ ଲୋକଙ୍କୁ ଏକାଠି କରୁଥିଲା। ସେମାନଙ୍କୁ ଦୈନିକ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାରର ଲୋଭ ଦେଖାଇଥିଲା। କଟକ ସିଡିଏ ସେକ୍ଟର ୯ରେ ରହୁଥିବା ଏକ ଘରୋଇ କମ୍ପାନି ଅଧିକାରୀ ବାଦାମବାଡ଼ିର ଏକ ହୋଟେଲରେ ଏଥିପାଇଁ ତାଲିମ ନେବାକୁ ଆସିଥିଲେ।

ସେଠାରେ ସେ ୨୪ ଲକ୍ଷ ଟଙ୍କା ନିବେଶ କରି ଠକେଇର ଶିକାର ହୋଇଥିଲେ। ଏ ସଂକ୍ରାନ୍ତରେ ଗତ ୧୮ ତାରିଖରେ କଟକ ସାଇବର୍ ଥାନାରେ ଅଭିଯୋଗ କରାଯାଇଥିଲା। ପୁଲିସ ଘଟଣାର ତଦନ୍ତ କରି ଏହି କେଳେଙ୍କାରୀର ପର୍ଦ୍ଦାଫାସ କରିଛି। କେଶବ ତାଲିମ ଦେବା ସହିତ ଲୋକଙ୍କ ଠାରୁ ଟଙ୍କା ସଂଗ୍ରହ କରି ସୁରେନ୍ଦ୍ରର ନକଲି ବ୍ୟାଙ୍କ୍ ଆକାଉଣ୍ଟକୁ ପଠାଉଥିଲା। ସୁରେନ୍ଦ୍ରର ଦିଲ୍ଲୀ, ପଶ୍ଚିମବଙ୍ଗ ଓ ବାଲେଶ୍ବରରେ ଥିବା ବ୍ୟାଙ୍କ ଆକାଉଣ୍ଟକୁ ଏହି ଟଙ୍କା ଯାଇଥିଲା। ସୁରେନ୍ଦ୍ର ଅନ୍‌ଲାଇନ୍ ଟ୍ରେଡିଂ ଆପ୍ଲିକେସନ୍‌ ପ୍ରସ୍ତୁତ କରୁଥିଲା। ଏହି ଆପ୍ଲିକେସନ ମାଧ୍ୟମରେ ଟ୍ରେଡିଂ କରିବାକୁ କେଶବ ମାଧ୍ୟମରେ ପରାମର୍ଶ ଦେଉଥିଲା। ତେବେ ସୁରେନ୍ଦ୍ରର ନକଲି ଆକାଉଣ୍ଟକୁ ଟଙ୍କା ଆସିବା ପରେ ଏହି ଆପ୍ଲିକେସନକୁ ବନ୍ଦ କରି ଦିଆଯାଉଥିଲା। ପ୍ରତି ୪ରୁ ୫ ମାସ ମଧ୍ୟରେ ନୂଆ ଆପ୍ଲିକେସନ୍ ପ୍ରସ୍ତୁତ କରାଯାଉଥିଲା। ଏହିଭଳି ଭାବେ ଏହି ଦୁଇ ଜଣ ପାଖାପାଖି ୬୦ ଲକ୍ଷ ଟଙ୍କା ଠକି ନେଇଥିଲେ। ନିବେଶକଙ୍କ ଏହି ଟଙ୍କାରେ ସୁରେନ୍ଦ୍ର ଓ କେଶବ ବିଭିନ୍ନ ସମୟରେ ବ୍ୟାଙ୍କକ୍ ଓ ଦୁବାଇ ବୁଲିବାକୁ ଯାଇଥିଲେ। ପୁଲିସ ସୁରେନ୍ଦ୍ର ନିକଟରୁ ଦୁଇଟି ମୋବାଇଲ୍ ଫୋନ୍, ୬ଟି ସିମ୍‌କାର୍ଡ, ଆଧାର ଓ ପାନ୍‌କାର୍ଡ ଜବତ କରିଛି। ତେବେ ସେସବୁ ଜାଲି ବୋଲି ଜଣାପଡ଼ିଛି। ସୁରେନ୍ଦ୍ର ଦିଲ୍ଲୀ, ପଶ୍ଚିମବଙ୍ଗରେ ବ୍ୟାଙ୍କ ଆକାଉଣ୍ଟ ଖୋଲି ଉକ୍ତ ଆକାଉଣ୍ଟକୁ ଓଡ଼ିଶାର ନିବେଶକଙ୍କ ଟଙ୍କା ପଠାଉଥିବାରୁ ଏଥିରେ ଅନ୍ତଃରାଜ୍ୟ ସାଇବର୍ ଠକ ଗ୍ୟାଙ୍ଗର ସମ୍ପୃକ୍ତି ନେଇ ପୁଲିସକୁ ପ୍ରମାଣ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe