କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଡିପ୍ଲୋମା ଇନ୍ ଏଲିମେଣ୍ଟାରି ଏଜୁକେସନ ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି। ଏହି ପରୀକ୍ଷାରେ ପାସ୍ ହାର ୯୬.୯ ପ୍ରତିଶତ ରହିଛି। ଡିପ୍ଲୋମା ଇନ୍ ଏଲିମେଣ୍ଟାରି ଏଜୁକେସନ ପରୀକ୍ଷା(ଦ୍ବିତୀୟ ବର୍ଷ)ରେ ରେଗୁଲାର୍ରେ ୫୯୬୪ ଜଣ ଓ ବ୍ୟାକ୍ରେ ୨୮୮ ଜଣ ପରୀକ୍ଷା ଦେଇଥିଲେ। ମୋଟ ୬୨୫୨ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୬୦୫୬ ଜଣ ପାସ୍ କରିଥିବା ବେଳେ ଜଣେ ପରୀକ୍ଷାର୍ଥୀ ଏମ୍ପି ଓ ଜଣଙ୍କର ପରୀକ୍ଷାଫଳ ସ୍ଥଗିତ ରହିଛି। ଏହି ପରୀକ୍ଷା ୨୦୨୦ ମସିହା ନଭେମ୍ବର ୯ରୁ ନଭେମ୍ବର ୨୩ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୭୦ଟି କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା। ରାଜ୍ୟର ୧୧ଟି କେନ୍ଦ୍ରରେ ଖାତା ମୂଲ୍ୟାୟନ କରାଯାଇଥିଲା। ସେହିପରି ପ୍ରଥମ ବର୍ଷରେ ୫୯୦୯ଜଣ ପରୀକ୍ଷା ଦେଇଥିବା ବେଳେ ୧୨ଜଣଙ୍କର ମାଲ୍ପ୍ରାକ୍ଟିସ୍ ହୋଇଛି। ପରୀକ୍ଷାଫଳ ବୋର୍ଡର ୱେବ୍ସାଇଟ୍ www.bseodisha.ac.in ରେ ଉପଲବ୍ଧ ହେଉଥିବା ବୋର୍ଡର ପରୀକ୍ଷା ନିୟନ୍ତ୍ରକ ତଥା ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି ଏକ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି।
ଡିପ୍ଲୋମା ଇନ୍ ଏଲିମେଣ୍ଟାରି ଏଜୁକେସନ ପରୀକ୍ଷା: ୯୬.୯% ପାସ୍
Advertisment
Follow Us