କାମାକ୍ଷାନଗରରେ ଝାଡ଼ାବାନ୍ତି ଆତଙ୍କ: ୬୦ରୁ ଅଧିକ ଡାକ୍ତରଖାନାରେ ଭର୍ତ୍ତି

Advertisment
କାମାକ୍ଷାନଗରରେ ଝାଡ଼ାବାନ୍ତି ଆତଙ୍କ: ୬୦ରୁ ଅଧିକ ଡାକ୍ତରଖାନାରେ ଭର୍ତ୍ତି

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏନଏସି ପୁରୁଣା ରେକୁଳା ଗାଁରେ ଦେଖା ଦେଇଛି ଝାଡ଼ାବାନ୍ତି ଆତଙ୍କ। ଆଜିକୁ ୩ /୪ ଦିନ ହେଲାଣି ବ୍ୟାପିଛି ଝାଡ଼ାବାନ୍ତି। ଝାଡ଼ାବାନ୍ତିରେ ଗାଁର ୬୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇ କାମାକ୍ଷାନଗର ଉପଖଣ୍ଡ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ଏବେ ବି ୧୦୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇ ଘରେ ଚିକିତ୍ସିତ ହେଉଛନ୍ତି। ତେବେ ଆଜିକୁ ୪ଦିନ ହେଵ ଗାଁରେ ଏହି ଝାଡ଼ାବାନ୍ତି ବ୍ୟାପିଥିବା ବେଳେ, ଆଶା ଦିଦି ଘର ଘର ବୋଲି ଓଆରଏସ ଦେଇ କାର୍ଯ୍ୟ ସାରି ଦେଇଛନ୍ତି।

publive-image
ରାମିଆଳ ନଦୀରୁ ପାଇପ ଯୋଗେ ଆସୁଥିବା ଦୂଷିତ ପାନୀୟ ଜଳଯୋଗାଣ କାରଣରୁ ଏହି ଆକ୍ରାନ୍ତ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତେବେ ଏ ନେଇ ବାରମ୍ବାର ଅଭିଯୋଗ ପରେ ବି ପ୍ରଶାସନ ଦୃଷ୍ଟି ନଦେବା କାରଣରୁ ଏହି ଆକ୍ରାନ୍ତ ଦେଖା ଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସେପଟେ ଗାଁକୁ ବର୍ତ୍ତମାନ ସୁଦ୍ଧା କୌଣସି ଡାକ୍ତରୀ ଟିମ ପହଞ୍ଚି ନ ଥିବା ଜଣାପଡ଼ିଛି। |

publive-image
ଏନେଇ କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ କହିଛନ୍ତି, ଝାଡ଼ାବାନ୍ତି ବ୍ୟାପିଛି କାହିଁକି।ପାଣି ପାଇଁ ନାଁ ଆଉ କଣ ପିଏଚଡି ବିଭାଗକୁ କୁହାଯାଇଛି। ତଦନ୍ତ କରିବାକୁ ସେହି ଅନୁସାରେ ପଦକ୍ଷେପ ନିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe