Direct flight from Bhubaneswar to Abu Dhabi from June 2025: CM thanks PM Photograph: (sambad.in)
ଭୁବନେଶ୍ୱର: ଜୁନ୍ ୨୦୨୫ରୁ ଭୁବନେଶ୍ୱରରୁ ଆବୁଧାବିକୁ ସିଧାସଳଖ ବିମାନ ଉଡ଼ାଣ କରିବ। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଅନ୍ତର୍ଜାତୀୟ ସଂଯୋଗୀକରଣ ବୃଦ୍ଧି କରିବା ଉଦ୍ଦେଶ୍ୟରେ ରାଜ୍ୟ ପାଇଁ ଏକ ଐତିହାସିକ ବିମାନ ଚଳାଚଳ ପଦକ୍ଷେପ ନେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୃତଜ୍ଞତା ପ୍ରକାଶ କରିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୋସିଆଲ ମିଡିଆ ଏକ୍ସରେ ସେୟାର କରାଯାଇଥିବା ଏକ ପୋଷ୍ଟରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବିଶ୍ୱ ମାନଚିତ୍ରରେ ଓଡ଼ିଶାକୁ ସ୍ଥାନିତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଥିବାରୁ ସେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି। ଏହା ଦ୍ବାରା ପର୍ଯ୍ୟଟନ, ବାଣିଜ୍ୟ ଏବଂ ଅନ୍ତର୍ଜାତୀୟ ସମ୍ପର୍କ ବୃଦ୍ଧି ହେବ। ଯାହା ଏକ ବିକଶିତ ଓଡ଼ିଶା ଗଠନ କାର୍ଯ୍ୟକୁ ସୁଦୃଢ଼ କରିବ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି, ଟେମ୍ପଲ ସିଟିରୁ ଗ୍ଲୋବାଲ୍ ଗେଟୱେ! ଏହି ଐତିହାସିକ ବିମାନ ଚଳାଚଳ ଅଭିଯାନକୁ ସ୍ବୀକୃତି ପ୍ରଦାନ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ।
ସୂଚନାଯୋଗ୍ୟ, ଇଣ୍ଡିଗୋ ସପ୍ତାହରେ ତିନିଥର ମଙ୍ଗଳବାର, ଗୁରୁବାର ଏବଂ ଶନିବାର ଏହି ଉଡ଼ାଣ କରିବ। ଦୁଇ ପ୍ରମୁଖ ସହର ମଧ୍ୟରେ ଉଡ଼ାଣ ଆରମ୍ଭ ହେବାର ସଠିକ୍ ତାରିଖ ଖୁବ୍ଶୀଘ୍ର ଘୋଷଣା କରାଯିବ।
ଅଧିକ ପଢ଼ନ୍ତୁ: ମାଓବାଦୀଙ୍କ ଦ୍ୱାରା ବିଛାଯାଇଥିବା ଆଇଇଡି ବିସ୍ଫୋରଣରେ ୩ ଯବାନ ସହିଦ
ଏହି ପଦକ୍ଷେପ ଅନ୍ତର୍ଗତ ଅନ୍ତର୍ଜାତୀୟ ବିମାନ ଚଳାଚଳ ଆରମ୍ଭ କରିବା ରାଜ୍ୟ ସରକାରଙ୍କର ଓଡ଼ିଶାର ସଂଯୋଗୀକରଣକୁ ଉନ୍ନତ କରିବା ଏବଂ ଏହାକୁ ବିଶ୍ୱ ବ୍ୟବସାୟ ଏବଂ ସାଂସ୍କୃତିକ ଆଦାନପ୍ରଦାନର ଏକ ଉଦୀୟମାନ କେନ୍ଦ୍ର ଭାବରେ ପ୍ରୋତ୍ସାହିତ କରିବା ପାଇଁ ନିରନ୍ତର ପ୍ରୟାସକୁ ପ୍ରତିଫଳିତ କରିବ ବୋଲି ରାଜ୍ୟ ସରକାର ଆଶା ପ୍ରକାଶ କରିଛନ୍ତି।
ଅଧିକ ପଢ଼ନ୍ତୁ: ଆଇପିଏଲ ବେଟିଂ ରାକେଟର ପର୍ଦ୍ଦାଫାସ: ୫ ଗିରଫ
pm-narendra-modi | CM Mohan Charan Majhi
Follow Us