ଠିକା ସରକାରୀ କର୍ମଚାରୀଙ୍କ କଟିବନି ରାସନ କାର୍ଡ: କାର୍ଡ ଫେରାଇଲେଣି ୨୦ହଜାର

Advertisment

ଠିକାରେ ନିଯୁକ୍ତ ହୋଇଥିବା ସରକାରୀ କର୍ମଚାରୀ ମାସିକ ୧୫ହଜାର ଟଙ୍କାରୁ କମ୍ ଦରମା ପାଉଥିଲେ ସେମାନଙ୍କ ରାସନକାର୍ଡ କଟିବ ନାହିଁ। ସେମାନେ କାର୍ଡ ଫେରାଇବାର ଆବଶ୍ୟକତା ନାହିଁ।

ଠିକାରେ ନିଯୁକ୍ତ ହୋଇଥିବା ସରକାରୀ କର୍ମଚାରୀ ମାସିକ ୧୫ହଜାର ଟଙ୍କାରୁ କମ୍ ଦରମା ପାଉଥିଲେ ସେମାନଙ୍କ ରାସନକାର୍ଡ କଟିବ ନାହିଁ। ସେମାନେ କାର୍ଡ ଫେରାଇବାର ଆବଶ୍ୟକତା ନାହିଁ।

ration card 78

ଭୁବନେଶ୍ବର: ଠିକାରେ ନିଯୁକ୍ତ ହୋଇଥିବା ସରକାରୀ କର୍ମଚାରୀ ମାସିକ ୧୫ହଜାର ଟଙ୍କାରୁ କମ୍ ଦରମା ପାଉଥିଲେ ସେମାନଙ୍କ ରାସନକାର୍ଡ କଟିବ ନାହିଁ। ସେମାନେ କାର୍ଡ ଫେରାଇବାର ଆବଶ୍ୟକତା ନାହିଁ। ଭଲ ଚାକିରି କିମ୍ବା ଭଲ ଦରମା ପାଉଥିବା କର୍ମଚାରୀମାନେ ନିଜର ରାସନକାର୍ଡ ଫେରାଇବା ଉଚିତ ବୋଲି ଗଣମାଧ୍ୟମକୁ କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଶ୍ରୀ ପାତ୍ର କହିଛନ୍ତି ଯେ ସବୁ ଜିଲ୍ଲାରୁ କାର୍ଡ ଫେରାଇବା ପ୍ରକ୍ରିୟା ଜାରି ରହିଛି। ଦୁଇଦିନ ତଳେ ଏହି ସଂଖ୍ୟା ୧୨ହଜାର ଥିବା ବେଳେ ଆଜି ତାହା ୨୦ହଜାରରେ ପହଞ୍ଚିଛି।

 କଣ୍ଟ ପୂରିବା ପରେ ଯେଉଁ ସରକାରୀ କର୍ମଚାରୀ ରାସନକାର୍ଡ ରଖିଥିବା ଧରାପଡ଼ିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି। ସେହିପରି ରାଜ୍ୟ ସରକାର ରାସନକାର୍ଡ ଇ-କେୱାଇସି ଅପ୍‌ଡେଟ୍‌ ଅବଧିକୁ ଗତକାଲି ଫେବ୍ରୁଆରି ୧୫ତାରିଖକୁ ବଢ଼ାଇଛନ୍ତି। ବିଭିନ୍ନ ସ୍ଥାନରେ ଲୋକମାନେ ବିଭିନ୍ନ କାରଣରୁ ଇ-କେୱାଇସି କରିପାରି ନ ଥିବା ନେଇ ସରକାରଙ୍କୁ ଜଣାଇଥିଲେ। ସରକାର ଲୋକଙ୍କ ଦାବିକୁ ବିଚାରକୁ ନେଇ ଅବଧିକୁ ୧୫ଦିନ ପାଇଁ ବଢ଼ାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe