ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମାତ୍ର ୧୭% ଲୋକ ପ୍ରିକସନ ଡୋଜ ନେଇଛନ୍ତି: ପରିବାର କଲ୍ୟାଣ ନିର୍ଦ୍ଦେଶକ

ଆସନ୍ତାକାଲିଠାରୁ ସାରା ରାଜ୍ୟରେ ସ୍ୱାଭାବିକ ଟିକାକରଣ ହେବ: ପରିବାର କଲ୍ୟାଣ ନିର୍ଦ୍ଦେଶକ

Twitter

ଭୁବନେଶ୍ବର: ରାଜ୍ୟରେ କୋଭିଡ ସ୍ଥିତି ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ନିଜର ମତ ରଖିଛନ୍ତି। ସେ କହିଛନ୍ତି, ପ୍ରିକସନ ଡୋଜ ନେବା ପାଇଁ ଲୋକଙ୍କ ଆଗ୍ରହ ନାହିଁ। କରୋନା ସଂକ୍ରମଣ କମିଥିବାରୁ ଲୋକ ଢିଲା ହେଉଛନ୍ତି। ଦିଲ୍ଲୀ ଓ ଅନ୍ୟ ରାଜ୍ୟରେ ସଂକ୍ରମଣ ବଢ଼ିଲାଣି, ତେଣୁ ଲୋକଙ୍କୁ ଟିକା ନେବାକୁ ନିବେଦନ କରୁଛୁ।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମାତ୍ର ୧୭% ଲୋକ ପ୍ରିକସନ ଡୋଜ ନେଇଛନ୍ତି। ଅର୍ଥାତ ୧୦ ଲକ୍ଷ ୧୯ ହଜାର ୮୮୧ ଜଣ ପ୍ରିକସନ ଡୋଜ ନେଇଛନ୍ତି। ରାଜ୍ୟରେ  ୫୯ ଲକ୍ଷ ୪୨ ହଜାର ୭୯୬ ଜଣଙ୍କୁ ପ୍ରିକସନ ଡୋଜ ଦେବା ବର୍ତ୍ତମାନ ସୁଦ୍ଧା ପାଇଁ ଲକ୍ଷ୍ୟ ରଖାଯାଇଛି।୧୮ ବର୍ଷରୁ ଅଧିକ ଶ୍ରେଣୀରେ ଏଯାଏ ମାତ୍ର ୬,୭୨୭ ଜଣ ପ୍ରିକସନ ଡୋଜ ନେଇଛନ୍ତି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୬ କୋଟି ୪୮ ଲକ୍ଷ ୭୫୨ ଜଣଙ୍କୁ ଟିକା ଦିଆ ଯାଇଛି।

ଏଣେ ରାଜ୍ୟରେ କୋଭିଡ ସ୍ଥିତି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ନିଜର ମତ ରଖିଛନ୍ତି। ସେ କହିଛନ୍ତି, ମାସ୍କ ପିନ୍ଧିବା କଟକଣା ରାଜ୍ୟରୁ ହଟି ନାହିଁ। ଏବେ ବି ମାସ୍କ ପିନ୍ଧିବା ପାଇଁ ସମସ୍ତଙ୍କୁ କୁହାଯାଇଛି। ଭିଡ଼ ସ୍ଥାନକୁ ଗଲେ ମାସ୍କ ପିନ୍ଧନ୍ତୁ। ଦିଲ୍ଲୀ ଓ ଅନ୍ୟ ରାଜ୍ୟରେ ପରିସ୍ଥିତି ଜଟିଳ ହେଉଥିବା ବେଳେ ଆମ ରାଜ୍ୟର ସ୍ଥିତି ଭଲ ଅଛି। ଦୈନିକ ସଂକ୍ରମଣ ୧୦ ରୁ ୨୦ ମଧ୍ୟରେ ରହୁଛି। ତେଣୁ ସମସ୍ତେ କୋଭିଡ ନିୟମ ପାଳନ କଲେ ରାଜ୍ୟର ସ୍ଥିତି ନିୟନ୍ତ୍ରଣରେ ରହିବ।
ସେ ଆହୁରି ମଧ୍ୟ କହିଛନ୍ତି, ଯେଉଁଠି ଦରକାର ନୂଆ ଷ୍ଟାଟେଜି କରିବାକୁ ସବୁ ଜିଲ୍ଲାପାଳଙ୍କୁ କୁହାଯାଇଛି। ଏହାସହ ସ୍ୱାସ୍ଥ୍ୟ ବିଭାଗ ସ୍ଥିତି ଉପରେ ସମ୍ପୂର୍ଣ୍ଣ ନଜର ରଖିଛି। ଆଗକୁ ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କହିଛି ଵର୍ତ୍ତମାନ ଏହାର ସିଭିଅରିଟି ନାହିଁ। ଏହାକୁ ଚତୁର୍ଥ ଲହର କହିହେବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe