ଭୁବନେଶ୍ବର: ରାଜ୍ୟରେ କୋଭିଡ ସଂକ୍ରମଣ ଉପରମୁହାଁ ହେବା ନେଇ ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ରାଜ୍ୟରେ ସଂକ୍ରମଣ ସ୍ଲୋ ପ୍ରାଗେସ୍ ଅଛି। ପୂର୍ବରୁ ଦୈନିକ ସଂକ୍ରମଣ ୫୦ ମଧ୍ୟରେ ରହୁଥିଲା, କିଛି ଦିନ ହେବ ତାହା ୭୦କୁ ଛୁଇଁଥିଲା। ମାତ୍ର ଏବେ ସେହି ସଂଖ୍ୟା ଶହେ ପାର କରିଛି। ଆଗକୁ ଯେମିତି ଅଧିକ ଟ୍ରାନ୍ସମିଶନ ନ ହେବ ତା ଉପରେ ଗୁରୁତ୍ୱ ଦିଆଯାଉଛି। ଲୋକଙ୍କୁ ନିବେଦନ କରାଯାଉଛି ଭିଡ଼କୁ ଯାଆନ୍ତୁ ନାହିଁ, ସବୁବେଳେ ମାସ୍କ ପରିଧାନ କରନ୍ତୁ, ଲକ୍ଷଣ ଥିଲେ ଟେଷ୍ଟ କରାଇ ନିଅନ୍ତୁ। ବର୍ତ୍ତମାନ ଘରେ ଘରେ ଟେଷ୍ଟିଂ କରାଯାଉଛି। ଯାହାଦ୍ୱାରା ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଯଦି ଏହା ପରେ ହସ୍ପିଟାଲାଇଜେସନ ବଢେ ପୂର୍ବ ଭଳି ବ୍ୟବସ୍ଥା କରାଯିବ। ସଂକ୍ରମଣ ସ୍ଥିତି ଉପରେ ନଜର ରଖିଛୁ ପିକରେ କେତେ ପର୍ଯ୍ୟନ୍ତ ଯାଉଛି ତାହା ଉପରେ ନଜର ରଖିଛୁ।
ଏଣେ ରଥଯାତ୍ରା ନେଇ ସ୍ଵାସ୍ଥ୍ୟ ବିଭାଗର ପ୍ରସ୍ତୁତି ସଂପର୍କରେ ସୂଚନା ଦେଇ ସେ କହିଛନ୍ତି, ପୁରୀରେ ୬୯ଟି ଫାର୍ଷ୍ଟ ଏଡ ସେଣ୍ଟର ଖୋଲାଯାଇଛି। ସେଠାରେ ୫୮ଟି ଆମ୍ବୁଲାନ୍ସ ସର୍ଭିସ, ୧୧୪ଟି ଷ୍ଟ୍ରେଚର ସର୍ଭିସ,୧୪୫ ଜଣ ଡାକ୍ତର, ୭ ଫୁଡ ସେଫଟି ଅଫିସର, ୪୦ ଜଣ ଫାର୍ମାସିଷ୍ଟ, ୩୦ ଜଣ ନର୍ସିଂ ଅଫିସର, ୪୫ ହେଲ୍ଥ ଅଫିସର, ପୁରୀ ଜିଲ୍ଲାର ବିଭିନ୍ନ ହସ୍ପିଟାଲରେ ୨୮୭ ବେଡ, ପ୍ରବଳ ଗୁଳୁଗୁଳି ପାଇଁ ପୁରୀରେ ୨୬ଟି ଏସି ବେଡର ବ୍ୟବସ୍ଥା ହୋଇଛି। ପୁରୀ ହସ୍ପିଟାଲରେ ୨୦୦ ୟୁନିଟ ଲେଖାଏଁ ଭିନ୍ନ ଭିନ୍ନ ଗ୍ରୁପର ବ୍ଲଡ ବ୍ୟାଙ୍କ ପ୍ରସ୍ତୁତ ହୋଇଛି।
Follow Us