ରାଜ୍ୟରେ ଆଜିଠୁ ଘରକୁ ଘର ବୁଲି ସର୍ଭିଲାନ୍ସ ଆରମ୍ଭ ହୋଇଛି: ସ୍ୱାସ୍ଥ୍ୟ ନିର୍ଦେଶକ

ରାଜ୍ୟରେ ଆଜିଠୁ ଘରକୁ ଘର ବୁଲି ସର୍ଭିଲାନ୍ସ ଆରମ୍ଭ ହୋଇଛି: ସ୍ୱାସ୍ଥ୍ୟ ନିର୍ଦେଶକ

ଭୁବନେଶ୍ବର: ରାଜ୍ୟରେ କୋଭିଡ ସଂକ୍ରମଣ ଲଗାତାର ଉପରମୁହାଁ ହେଉଥିବା ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର। ସେ କହିଛନ୍ତି, ରାଜ୍ୟରେ ଆଜିଠୁ ଇଣ୍ଟିଗ୍ରେଟେଡ ସର୍ଭିଲାନ୍ସ ଆରମ୍ଭ ହୋଇଛି। କୋଭିଡ ସଂକ୍ରମଣ ସହ ଟିବି, ଫାଇଲେରିଆ, ମାଲେରିଆ, ଡାଇରିଆ, ଡେଙ୍ଗୁ ଭଳି ରୋଗ ଚିହ୍ନଟ ପାଇଁ ଘରକୁ ଘର ବୁଲି ସର୍ଭିଲାନ୍ସ କରାଯାଉଛି। ପୂର୍ବ ୧୫ ଦିନରେ ରାଜ୍ୟରେ ସଂକ୍ରମଣ ଏକ ଅଙ୍କରେ ରହୁଥିଲା ଏବେ ତାହା ବଢିବା ଆରମ୍ଭ କରିଛି। କିନ୍ତୁ ତାହା ଏତେ ଅଧିକ ନୁହେଁ।

ସ୍ୱାସ୍ଥ୍ୟ ନିର୍ଦେଶକ କହିଛନ୍ତି, ହସ୍ପିଟାଲାଇଜେନ ବଢି ନାହିଁ। ତଥାପି ଇଣ୍ଟିଗ୍ରେଟେଡ ସର୍ଭିଲାନ୍ସ କରି କେଉଁଠି ଅଧିକ ସଂକ୍ରମଣ ବଢୁଛି ତାହାର ତଥ୍ୟକୁ ଅନୁଧ୍ୟାନ କରିବୁ। ଏହାବାଦ ଲୋକମାନଙ୍କୁ ଅପିଲ କରୁଛୁ ସମସ୍ତେ ଟିକା ନିଅନ୍ତୁ। ବର୍ତ୍ତମାନ ରାଜ୍ୟରେ ଯେଉଁ ସଂକ୍ରମିତ ଚିହ୍ନଟ ହେଉଛନ୍ତି, ସବୁ ଓମିକ୍ରନ ଭ୍ୟାରିୟାଣ୍ଟର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe