କୋଭିଡର କେବେ ବି ଅନ୍ତ ହେବ ନାହିଁ: ସ୍ଵାସ୍ଥ୍ୟ ନିର୍ଦେଶକ

Advertisment
ରାଜ୍ୟରେ ଆଜିଠୁ ଘରକୁ ଘର ବୁଲି ସର୍ଭିଲାନ୍ସ ଆରମ୍ଭ ହୋଇଛି: ସ୍ୱାସ୍ଥ୍ୟ ନିର୍ଦେଶକ

ଭୁବନେଶ୍ବର: ରାଜ୍ୟରେ ପୁଣି ବଢିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ରାଜ୍ୟରେ ସଂକ୍ରମଣ ସ୍ଥିତି ନେଇ ସ୍ଵାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର କହିଛନ୍ତି, କୋଭିଡର କେବେ ବି ଅନ୍ତ ହେବ ନାହିଁ। ଭାଇରସର ଗୋଟିଏ ପରେ ଗୋଟିଏ ଭ୍ୟାରିଏଣ୍ଟ ଆସିବ। କାରଣ ଭାଇରସ୍ ତାର ଚରିତ୍ର ବଦଳାଇ ଥାଏ। ଆଲଫା ପରେ ଡେଲଟା ଓ ତାର ସବ ଭ୍ୟାରିଏଣ୍ଟ ଆସିଲା ତା ପରେ ଓମିକ୍ରନ ଏବଂ ତାର ସବ ଭ୍ୟାରିଏଣ୍ଟ ଆସିଛି। ଏମିତି ବି ଏବେ ହୋଇଥିବ ଅନେକ ନୂଆ ଭ୍ୟାରିଏଣ୍ଟ ଥିବ ଆମେ ଜାଣି ନଥିବା। ଓମିକ୍ରନର ପ୍ରଭାବ କମିଗଲେ ହୁଏତ ନୂଆ ଭ୍ୟାରିଏଣ୍ଟ ଆସିପାରେ। ବର୍ତ୍ତମାନ ବି କୋଭିଡ ଉପରେ ଗବେଷଣା ଚାଲିଛି।

ଯେବେ ପାଣ୍ଡେମିକ ବା କୌଣସି ଭ୍ୟାରିଏଣ୍ଟ ଖସେ ତାହା ତଳ ଉପର ହୋଇଥାଏ। ରାଜ୍ୟରେ ବର୍ତ୍ତମାନ ସଂକ୍ରମଣ ତଳ ଉପର ହେବାରେ ଲାଗିଛି। ମାତ୍ର ଏଥିପାଇଁ ଆତଙ୍କିତ ହେବାର ଆବଶ୍ୟକତା ନାହିଁ।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭,୪୨୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪୩୦୬ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୩୧୨୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୮୬୭ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୯୫୯ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe