ରାଜ୍ୟରେ ସଂକ୍ରମଣ ତଳମୁହାଁ ହୋଇଛି ବୋଲି କହି ହେବ ନାହିଁ: ଜନସ୍ବାସ୍ଥ୍ୟ ନିର୍ଦେଶକ

Advertisment

ଗୋଷ୍ଠୀ ସଂକ୍ରମଣ ମୁହାଁ ଓଡ଼ିଶା

ଗୋଷ୍ଠୀ ସଂକ୍ରମଣ ମୁହାଁ ଓଡ଼ିଶା

କେନ୍ଦ୍ର ସରକାରଙ୍କ ସହ କୋଭିଡ ସମୀକ୍ଷା ବୈଠକ ପରେ ପଦକ୍ଷେପ ନିଆଯିବ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ଦେଶର ମେଟ୍ରୋ ସହରଗୁଡ଼ିକରେ ଗୋଷ୍ଠୀ ସଂକ୍ରମଣ ଅଛି, ହେଲେ ଆମ ରାଜ୍ୟରେ ଆରମ୍ଭ ହୋଇନାହିଁ ବୋଲି ଜନସ୍ବାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି।

ସେ ଆହୁରି କହିଛନ୍ତି, ଏବେ କିନ୍ତୁ ଗୋଷ୍ଠୀ ସଂକ୍ରମଣ ଓଡ଼ିଶାକୁ ମୁହାଁଇଛି। ଗୋଷ୍ଠୀ ସଂକ୍ରମଣ ହୋଇଛି ଅର୍ଥ ସ୍ଥାନୀୟ ଅଞ୍ଚଳରେ ଓମିକ୍ରନ ସଂଖ୍ୟା ବଢ଼ିଛି। ଆମ ରାଜ୍ୟରେ କେତେ ପ୍ରତିଶତ ସଂକ୍ରମଣ ହେଲାଣି ତାହାକୁ ଜାଣିବା ପାଇଁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ। କିଛି ଦିନ ତଳେ ହୋଇଥିବା ଜେନମ ସିକ୍ୱେନସିଂ ଅନୁସାରେ ୬୦ ପ୍ରତିଶତ ଥିଲା। ଏବେ ନିଶ୍ଚୟ ବଢିଥିବ। ବାହାର ଦେଶର ଯାତ୍ରୀଙ୍କ ଆଗମନ ବିନା ଯଦି ଗୋଟିଏ ସ୍ଥାନରେ ରୋଗ ଓ ରୋଗୀ ସଂଖ୍ୟା ବଢ଼ୁଛି, ତାର ଅର୍ଥ ଗୋଷ୍ଠୀ ସଂକ୍ରମଣ ହୋଇଛି। ଅନ୍ୟ ଦେଶରେ ଏହା ହେବା ଆମେ ଦେଖିଛେ। ଆଉ କିଛି ଦିନରେ ଭାରତରେ ବି ଗୋଷ୍ଠୀ ସଂକ୍ରମଣ ହୋଇଯିବ।

ଏବେ ରାଜ୍ୟରେ ବହୁତ କମ ସଂକ୍ରମିତ ହସ୍ପିଟାଲରେ ଆଡମିଟ ହେଉଛନ୍ତି। ମାତ୍ର ୨ ପ୍ରତିଶତରୁ କମ୍ ଆଡମିଟ ହୋଇଛନ୍ତି। ଯଦି ସାମାନ୍ୟ ଲକ୍ଷଣ ରହୁଛି ତା’ହେଲେ ଟେଷ୍ଟ କରନ୍ତୁ, ଟେଷ୍ଟ ନ କଲେ ଅସୁବିଧା ଅଛି, ଘରେ ସମସ୍ତଙ୍କୁ ହୋଇଯିବ । ଏଯାଏଁ ରାଜ୍ୟରେ ଜଣେ ବି ଓମିକ୍ରନ ରୋଗୀଙ୍କର ମୃତ୍ୟୁ ହୋଇନି। ଏଯାଏଁ ରାଜ୍ୟରେ ସଂକ୍ରମଣ ତଳ ମୁହାଁ ହୋଇଛି ବୋଲି କହି ହେବନାହିଁ। ଆମକୁ ଆହୁରି କିଛିଦିନ ଅପେକ୍ଷା କରିବାକୁ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe