ଭୁବନେଶ୍ବର: ମଙ୍କିପକ୍ସକୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ମଙ୍କିପକ୍ସକୁ ନେଇ ଏବେ ଚିନ୍ତାରେ ସାରା ବିଶ୍ୱ। ଯେଉଁମାନେ ବାହାରୁ ଓଡ଼ିଶାକୁ ଆସୁଛନ୍ତି, ସେମାନଙ୍କ ଉପରେ ନଜର ରଖିବାକୁ ପଡ଼ିବ। ଗତ ୨୧ ଦିନ ଭିତରେ ଯେଉଁମାନେ ବିଦେଶରୁ ଆସୁଛନ୍ତି ସେମାନଙ୍କ ଉପରେ ବିଶେଷ ନଜର ରଖାଯାଉଛି। ବିଶେଷ କରି ଆଫ୍ରିକା ଦେଶମାନଙ୍କରୁ ଯେଉଁମାନେ ଫେରୁଛନ୍ତି ସେମାନଙ୍କ ଉପରେ କଡ଼ା ନଜର ରଖାଯାଉଛି।
ଏନେଇ ଆସନ୍ତା ୨ ତାରିଖରେ ସମସ୍ତ ସିଡିଏମଓ, ବିଭିନ୍ନ ହସ୍ପିଟାଲର ନିର୍ଦେଶକଙ୍କ ସହ ବିଭିନ୍ନ ଡାକ୍ତରଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯାଇଛି। ବୈଠକରେ ମଙ୍କିପକ୍ସ ଭାଇରସ ନେଇ ବ୍ୟାପକ ଆଲୋଚନା ହେବ। ମଙ୍କିପକ୍ସ ୩୦ଟି ଦେଶରେ ବ୍ୟାପିଲାଣି। ବିଶ୍ୱସ୍ୱାସ୍ଥ ସଂଗଠନ ଚେତାବନୀ ଦେଇଛି, ଏହା ଆମ ଦେଶରେ ମଧ୍ୟ ବ୍ୟାପିଯାଇ ପରେ। ଗୋଷ୍ଠୀ ସଂକ୍ରମଣ ହୋଇପାରେ। ତେବେ ଏ ଦିଗରେ ସଚେତନ ରହିବାକୁ ନିର୍ଦେଶ ଦିଆଯାଇଛି। କେମିତି ଚିହ୍ନିବା, ରୋଗୀ ଲକ୍ଷଣ କଣ ରହୁଛି, ଏହାର ସର୍ଭିଲାନ୍ସ କେମିତି ହେବ ତାହା ଉପରେ ନଜର ରହିଛି। ସେପଟେ ଡାକ୍ତରମାନଙ୍କୁ ମଧ୍ୟ ଏନେଇ ସଚେତନ ରହିବାକୁ ନିର୍ଦେଶ ଦିଆଯାଇଛି।
Follow Us