ରାଜ୍ୟରେ ନୂଆ ଭାରିଏଣ୍ଟର ମୁକାବିଲା ପାଇଁ ସମସ୍ତ ବ୍ୟବସ୍ଥା ଅଛି: ସ୍ଵାସ୍ଥ୍ୟ ନିର୍ଦ୍ଦେଶକ

ରାଜ୍ୟରେ ନୂଆ ଭାରିଏଣ୍ଟର ମୁକାବିଲା ପାଇଁ ସମସ୍ତ ବ୍ୟବସ୍ଥା ଅଛି: ସ୍ଵାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: ଚୀନରେ ନୂଆ ଭାରିଏଣ୍ଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ରାଜ୍ୟବାସୀଙ୍କୁ ଆତଙ୍କିତ ନ ହେବାକୁ ସେ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ଏହି ଭାରିଏଣ୍ଟ ଦୁଇ ବର୍ଷ ହେବ ଅଛି। ଯେହେତୁ ଏହା ଚୀନରେ ବଢୁଛି ତେଣୁ ଏହାକୁ ନେଇ ଚର୍ଚ୍ଚା ବଢ଼ିଛି। ଯଦିଓ ଏହାର ସଂକ୍ରମଣ କ୍ଷମତା ଅଧିକ ଅଛି, କିନ୍ତୁ ଏହାର ଫାଟାଲିଟି ଓ ମୋଟାଲିଟି ବିଶେଷ ନାହିଁ।
ବିଗତ ୪ଟି ଲହର ପାଇଁ ଆମର ରୋଗ ପ୍ରତିରୋଧକ ଶକ୍ତି ଅଧିକ ଅଛି। ତେଣୁ ଏହା ଅଧିକ ସଂକ୍ରମିତ କରିପାରିବ ନାହିଁ। ୩ ମାସରୁ ଅଧିକ ହେଲାଣି ରାଜ୍ୟରେ ପଜିଟିଭ ରେଟ ବଢ଼ିନାହିଁ। ହସ୍ପିଟାଲରେ ରୋଗୀ ଅଧିକ ମଧ୍ୟ ନାହାନ୍ତି। ଆଗକୁ ଯଦି ସଂକ୍ରମଣ ଆସେ, କିପରି ମୁକାବିଲା କରାଯିବ ସେନେଇ ଆମେ ପ୍ରସ୍ତୁତ ହୋଇଛୁ। ସର୍ଭେଲାନ୍ସକୁ ଜୋରଦାର କରାଯିବ। ଯାହା ଦେହରେ ଲକ୍ଷଣ ଅଛି ତୁରନ୍ତ ଟେଷ୍ଟ କରାନ୍ତୁ। ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ମଜଭୁତ ଅଛି। ବର୍ତ୍ତମାନ ରୋଗୀ ନଥିଲେ ମଧ୍ୟ ବେଡ ମହଜୁଦ ରଖାଯାଇଛି। ଦରକାର ପଡ଼ିଲେ ବେଡ ବଢାଯିବ।
ରାଜ୍ୟରେ ନୂଆ ଭାରିଏଣ୍ଟର ମୁକାବିଲା ପାଇଁ ସମସ୍ତ ବ୍ୟବସ୍ଥା ଅଛି। କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁସାରେ ୨୭ ତାରିଖରେ ମକ୍ ଡ୍ରିଲ୍ ହେବ। ସମସ୍ତଙ୍କୁ ଅନୁରୋଧ ଲୋକଙ୍କୁ ଭୟଭୀତ କଲାଭଳି ମନ୍ତବ୍ୟ ଦିଅନ୍ତୁ ନାହିଁ। ସରକାର ସବୁବେଳେ ରୋଗୀଙ୍କୁ ଉଚିତ ଚିକିତ୍ସା ଦେବାକୁ ପ୍ରତିଶ୍ରୁତିବଦ୍ଧ। ପୂର୍ବ ଲହର ପରି ଏଥର ମଧ୍ୟ ଯଦି ସଂକ୍ରମଣ ବଢ଼େ, ରାଜ୍ୟ ସରକାର ଚିକିତ୍ସା ଦାୟିତ୍ୱ ନେବେ।
ଅନ୍ତର୍ଜାତିକ ଯାତ୍ରୀଙ୍କ ପାଇଁ କେନ୍ଦ୍ର ସରକାର ଗାଇଡଲାଇନ ଜାରି କରିଛନ୍ତି। ଓଡ଼ିଶାକୁ ସିଧାସଳଖ ଭାବରେ ଅନ୍ତର୍ଜାତୀୟ ବିମାନ ଆସୁନାହିଁ। ତେଣୁ ଯଦି କିଏ ଆସୁଛି। ଗାଇଡ ଲାଇନ ହିସାବରେ ଟେଷ୍ଟ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe