ଓଡ଼ିଶାରେ ଛତିଶଗଡ଼ ପରିସ୍ଥିତି ସୃଷ୍ଟି ହେବା ଅସମ୍ଭବ ନୁହେଁ: ଆଇଏଲଏସ ନିର୍ଦେଶକ

ଓଡ଼ିଶାରେ ଛତିଶଗଡ଼ ପରିସ୍ଥିତି ସୃଷ୍ଟି ହେବା ଅସମ୍ଭବ ନୁହେଁ: ଆଇଏଲଏସ ନିର୍ଦେଶକ

ଭୁବନେଶ୍ଵର: ରାଜ୍ୟରେ କରୋନା ସ୍ଥିତିକୁ ନେଇ ଆଇଏଲଏସ ନିର୍ଦେଶକ ଅଜୟ ପରିଡ଼ା ପ୍ରତିକ୍ରିୟା ଦେଇ କହିଛନ୍ତି, ଭାଇରସର ଏଇ ଷ୍ଟ୍ରେନ ପୂର୍ବ ଷ୍ଟ୍ରେନ ଅପେକ୍ଷା ଅଧିକ କ୍ଷତିକାରକ। ଏହି ଦ୍ୱିତୀୟ ଷ୍ଟ୍ରେନ ଦ୍ରୁତ ଗତିରେ ସଂକ୍ରମଣ କରୁଛି ଯାହା ଚିନ୍ତାଜନକ। ଯେଉଁଭଳି ଭାବେ ବର୍ତ୍ତମାନ ସଂଖ୍ୟା ବଢ଼ୁଛି ତାହା ଚିନ୍ତାଜନକ। ଆଗକୁ କଣ ହେବ କିଛି କହି ହେବନି। କେବେ କମିବ ତାହା ଅନୁମାନ କରିହେଉନି। ଆମେ ଭାଇରସର ଏହି ନୂଆ ଷ୍ଟ୍ରେନ ଉପରେ ପରୀକ୍ଷା ନିରୀକ୍ଷା ଚଳାଇଛୁ।

ଲୋକମାନେ ସଚେତନ ହେବା ନିହାତି ଦରକାର। ଯଦି ଲୋକମାନେ ସଚେତନ  ନ ହେବେ ପରିସ୍ଥିତି ବହୁତ ଭୟଙ୍କର ହେବ। ଓଡ଼ିଶାରେ ଛତିଶଗଡ଼ ପରିସ୍ଥିତି ସୃଷ୍ଟି ହେବା ଅସମ୍ଭବ ନୁହେଁ । ପରିସ୍ଥିତିକୁ ଦେଖି ରାଜ୍ୟ ସରକାର ନିଷ୍ପତ୍ତି ନେଉଛନ୍ତି ଆଗକୁ ବି କିଛି ବଡ଼ ନିଷ୍ପତ୍ତି ନେଇପାରନ୍ତି। ସୀମାବର୍ତ୍ତୀ ଅଞ୍ଚଳରେ ସଂଖ୍ୟା ବଢ଼ୁଥିବାରୁ ସେଠି ନାଇଟ କର୍ଫ୍ୟୁ କରାଯାଇଛି। କିଛି ସହରାଞ୍ଚଳରେ ବି ସଂଖ୍ୟା ବଢୁଛି । ବିଶେଷ କରି ଭୁବନେଶ୍ୱରରେ ସଂଖ୍ୟା ବଢ଼ିବା ଚିନ୍ତାର କାରଣ ହେଉଛି। ଏଠିକୁ ଅଧିକ ବାହାର ଲୋକ ଆସୁଛନ୍ତି ଓ ଚଳପ୍ରଚଳ ଅଧିକ ରହୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe