ଭୁବନେଶ୍ବର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଫ୍ୟାକ୍ଟ୍ରି ଓ ବଏଲର୍ସ ବିଭାଗର ଉପନିର୍ଦେଶକ ରମେଶ କୁମାର ବେହେରାଙ୍କୁ ଭୁବନେଶ୍ବର ଭିଜିଲାନ୍ସ ଡିଭିଜନ୍ ଆଜି ଗିରଫ କରିଛି। ଅପରାହ୍ଣରେ ତାଙ୍କୁ କୋର୍ଟଚାଲାଣ କରାଯାଇଛି। ଜାମିନ୍ ନାମଞ୍ଜୁର ହେବାରୁ ତାଙ୍କୁ ୧୬ ତାରିଖ ପର୍ଯ୍ୟନ୍ତ ଜେଲ୍ ପଠାଇ ଦିଆଯାଇଛି। ଗତକାଲି ଚଢ଼ଉ ସମୟରେ ବିପୁଳ ପରିମାଣର ସମ୍ପତ୍ତି ଠାବ କରାଯାଇଥିଲା। ଭୁବନେଶ୍ବର ଘାଟିକିଆସ୍ଥିତ ବିପୁଲ ଗାର୍ଡେନ୍ରେ ୪୧ ଲକ୍ଷ ଟଙ୍କାର ଫ୍ଲାଟ୍, ଯାଜପୁର କୁଆଁରଦାରେ ୨୮ଲକ୍ଷ ଟଙ୍କାର କୋଠା, ପୁଡୁଚେରିରେ ଜମି ସହ କୋଠା, କଟକ, ଭୁବନେଶ୍ବର ଓ ରାୟଗଡ଼ାରେ ପ୍ଲଟ୍, ୨୬ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା, ୬୦୦ ଗ୍ରାମ ସୁନା ଓ ରୁପା ଅଳଙ୍କାର ଆଦି ଠାବ ହୋଇଥିଲା। ଠାବ ହୋଇଥିବା ସମ୍ପତ୍ତିର ମୂଲ୍ୟ ଦେଢ଼କୋଟି ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ଆୟବ୍ୟୟର ହିସାବ ପରେ ଏହି ସମ୍ପତ୍ତି ଆୟ ବହିର୍ଭୂତ ବୋଲି ଜଣାପଡ଼ିଛି। ଏହି ସମ୍ପତ୍ତି କେଉଁଠୁ ଆସିଲା, ସେ ନେଇ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ ରମେଶ। ଏ ସଂକ୍ରାନ୍ତରେ ଭିଜିଲାନ୍ସ ଏକ ମାମଲା ରୁଜୁ କରିଛି।
ଜେଲ୍ ଗଲେ ଫ୍ୟାକ୍ଟ୍ରି ଓ ବଏଲର୍ସ ଉପ ନିର୍ଦ୍ଦେଶକ
Advertisment
Follow Us