କରୋନା ଲକ୍ଷଣ ଥିଲେ ରଥଯାତ୍ରା ସମୟରେ ପୁରୀ ଆସନ୍ତୁ ନାହିଁ: ଜନସ୍ୱାସ୍ଥ୍ୟ ନିର୍ଦେଶକ

Advertisment
କରୋନା ଲକ୍ଷଣ ଥିଲେ ରଥଯାତ୍ରା ସମୟରେ ପୁରୀ ଆସନ୍ତୁ ନାହିଁ: ଜନସ୍ୱାସ୍ଥ୍ୟ ନିର୍ଦେଶକ

ଭୁବନେଶ୍ବର: ଓଡ଼ିଶାରେ କରୋନା ସଂକ୍ରମଣ ଉପର ମୁହାଁ ହେବା ନେଇ ଜନସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ରାଜ୍ୟରେ ଗତ ସପ୍ତାହେ ହେଲାଣି ସଂକ୍ରମଣ ବଢ଼ୁଛି। ଦେଶରେ ଯେଉଁ ଅନୁପାତରେ ବଢୁଛି ରାଜ୍ୟରେ ମଧ୍ୟ ସେହି ଅନୁସାରେ ସଂକ୍ରମଣ ବଢ଼ିବାରେ ଲାଗିଛି। ମହାରାଷ୍ଟ୍ର , କେରଳରେ ଏହା ଅଧିକ ରହିଛି। ମୁଖ୍ୟତଃ ସହରାଞ୍ଚଳରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। ହେଲେ ବର୍ତ୍ତମାନ ସୁଦ୍ଧା ମାତ୍ର ୮ ଜଣ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ତେଣୁ ଗୁରୁତରଙ୍କ ସଂଖ୍ୟା ରାଜ୍ୟରେ ବହୁତ କମ୍ ରହିଛି।
ସେ ଆହୁରି କହିଛନ୍ତି, ଲକ୍ଷଣ ନ ଥିଲେ ଟେଷ୍ଟ କରିବାର କିଛି କାରଣ ନାହିଁ। ରଥଯାତ୍ରା ସମୟରେ ଲକ୍ଷଣ ଥିଲେ ପୁରୀ ଆସନ୍ତୁ ନାହିଁ। ମାସ୍କ ପିନ୍ଧିବା ସହ ବାହାରେ ଛେପ ନ ପକାଇବାକୁ ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଅନୁରୋଧ କରିଛନ୍ତି।
ସୂଚନାଯୋଗ୍ୟ, ଗତକାଲି ୧୬୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୫୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୯୧ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୬୪ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରେ ୧୬ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି। ଆଜି ରାଜ୍ୟର ୧୭ଟି ଜିଲ୍ଲାରୁ ୧୫୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଅବଶିଷ୍ଟ ୧୩ଟି ଜିଲ୍ଲାରେ କରୋନା ସଂକ୍ରମଣର ସୂଚନା ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe