ଲୋକଙ୍କଠାରେ କରୋନା ଲକ୍ଷଣ ଦେଖାଯାଉନି ବା ସ୍ୱଳ୍ପ ଲକ୍ଷଣ ରହୁଛି: ଜନସ୍ୱାସ୍ଥ୍ୟ ନିର୍ଦେଶକ

Advertisment
ଲୋକଙ୍କଠାରେ କରୋନା ଲକ୍ଷଣ ଦେଖାଯାଉନି ବା ସ୍ୱଳ୍ପ ଲକ୍ଷଣ ରହୁଛି: ଜନସ୍ୱାସ୍ଥ୍ୟ ନିର୍ଦେଶକ

mint

ଭୁବନେଶ୍ବର: ରାଜ୍ୟରେ କୋଭିଡ ସଂକ୍ରମଣ ନେଇ ମତ ରଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର। ସେ କହିଛନ୍ତି, ଏବେ ସାରା ଦେଶରେ କୋଭିଡ ସଂକ୍ରମଣ ବଢ଼ୁଛି। କିନ୍ତୁ ଯେଉଁ ରାଜ୍ୟ ଯଥା ମହାରାଷ୍ଟ୍ର, ତାମିଲନାଡ଼ୁ, ଦିଲ୍ଲୀ, କେରଳ ଆଦିରେ ସଂକ୍ରମଣ ଉପରକୁ ଯାଇଥିଲା, ସେଠି ଏବେ ଖସିବା ଆରମ୍ଭ କଲାଣି ବା ପ୍ଲାଟୋ ଅବସ୍ଥାରେ ରହିଛି। କିନ୍ତୁ ଆମର ପାର୍ଶ୍ଵବର୍ତ୍ତୀ ରାଜ୍ୟ ପଶ୍ଚିମବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ ଆଦିରେ ବଢ଼ୁଛି। ସେହି ଅନୁପାତରେ ଆମ ରାଜ୍ୟର ସଂକ୍ରମଣ ବଢ଼ୁଛି। କିନ୍ତୁ ପୂର୍ବ ଲହର ଭଳି ବୃଦ୍ଧି ହେଉନି। ଏବେ ରାଜ୍ୟରେ ୫ ହଜାର ଉପରେ ସକ୍ରିୟ ମାମଲା ଥିବା ବେଳେ ମାତ୍ର ୩୯ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। କିନ୍ତୁ ସେମାନଙ୍କ ମଧ୍ୟରୁ ଅଧିକାଂଶ ଆଇସିୟୁରେ ଅଛନ୍ତି। ଏହାର ଅର୍ଥ ଲୋକଙ୍କଠାରେ ଲକ୍ଷଣ ଦେଖାଯାଉନି ବା ସ୍ୱଳ୍ପ ଲକ୍ଷଣ ରହୁଛି।
ଜନସ୍ୱାସ୍ଥ୍ୟ ନିର୍ଦେଶକ ଆହୁରି କହିଛନ୍ତି, ବର୍ତ୍ତମାନ ଆମେ ଏକ କ୍ରସ ରୋଡରେ ଅଛନ୍ତି। ଭୂତାଣୁ ଟ୍ରାନ୍ସମିଟ ହେଉଛି, ମ୍ୟୁଟାଣ୍ଟ ବି ହେଉଛି। ଯେତେ ମ୍ୟୁଟାଣ୍ଟ ହେବ, ତାର ସଂକ୍ରମଣ ହାର ଅଧିକ ରହିବ। କିନ୍ତୁ ଏହା କେତେ ରୋଗ କରାଇବ, କେତେ ଲୋକ ଡାକ୍ତରଖାନାକୁ ଯିବେ, ତାହା ଜାଣିବା ଲାଗି ଅପେକ୍ଷା କରିବାକୁ ପଡ଼ିବ। ତେଣୁ ଯେଉଁମାନଙ୍କଠାରେ ଥଣ୍ଡା, ଜ୍ୱର, କାଶ ହେଉଛି, ସେମାନେ କୋଭିଡ ପରୀକ୍ଷା କରାଇନେବା ଉଚିତ। ଏବେ ଜନସ୍ୱାସ୍ଥ୍ୟ ପଦକ୍ଷେପ ତୁଳନାରେ ଜନ ସହଭାଗିତା ଅଧିକ ଦରକାର। ଲୋକଙ୍କୁ ଅଧିକ ସଚେତନ ହେବାକୁ ପଡ଼ିବ। ତେଣୁ ଶ୍ରାବଣରେ କାଉଡ଼ିଆମାନେ ଧର୍ମ କରନ୍ତୁ, ଯାତ୍ରା କରନ୍ତୁ, କିନ୍ତୁ କୋଭିଡ ନିୟମ ପାଳନ କରନ୍ତୁ। ସେମାନେ ମାସ୍କ ପିନ୍ଧନ୍ତୁ। ଦଳ ଦଳ ହୋଇ ନ ଚାଲି ଦୂରତା ରକ୍ଷା କରି ଯାଆନ୍ତୁ। ମନ୍ଦିରରେ ମଧ୍ୟ ଲାଇନରେ ଦୂରତା ରଖନ୍ତୁ ।

ଏଣେ କାଶୀପୁରରେ ଝାଡ଼ାବାନ୍ତିରେ ମୃତ୍ୟୁ ପ୍ରସଙ୍ଗରେ ସେ କହିଛନ୍ତି, ପ୍ରଭାବିତ ଗାଁରେ ଏବେ ସ୍ୱାସ୍ଥ୍ୟ ଟିମ୍ କ୍ୟାମ୍ପ କରି ରହିଛି। ୩ଟି ମେଡିକାଲ ଦଳ ଗାଁ ଗାଁ ବୁଲୁଛନ୍ତି। ଆଖପାଖ ଗାଁରେ ସଚେତନତା କାର୍ଯ୍ୟକ୍ରମ ଚାଲିଛି। ଜଳଉତ୍ସଗୁଡ଼ିକୁ ବିଶୋଧନ କରାଯାଉଛି। ଯେଉଁମାନେ ଆକ୍ରାନ୍ତ ସେମାନଙ୍କୁ ମେଡିକାଲକୁ ସିଫ୍ଟ କରାଯାଉଛି।ସେମାନଙ୍କର ଚିକିତ୍ସା କରାଯାଉଛି। ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସେହି ଅଞ୍ଚଳ ବୁଲିବାକୁ ଆଜି ଯାଉଛନ୍ତି। ଭୁବନେଶ୍ୱରରୁ ସ୍ୱାସ୍ଥ୍ୟ ବିଭାଗର ଏକ ମେଡିକାଲ ଟିମ୍ ମଧ୍ୟ ପଠାଯାଇଛି। ଖୁବଶୀଘ୍ର ସ୍ଥିତି ନିୟନ୍ତ୍ରଣକୁ ଆସିଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe