ଚାନ୍ଦବାଲି: ପୁଲିସ ଫାଣ୍ଡି ଭିତରେ ଚାଲିଛି ମଦ ଆସର। ଆଉ ମଦ ପିଉଛନ୍ତି ସେହି ଫାଣ୍ଡିର ତିନି ଜଣ କନେଷ୍ଟବଳ। ଭଦ୍ରକ ଜିଲ୍ଲା ବାଂଶଡ଼ା ଥାନା ଅଧୀନ କରଞ୍ଜମାଳ ଫାଣ୍ଡି ଭିତରେ ତିନି ଜଣ କନେଷ୍ଟବଳ ଭାବଗ୍ରାହୀ ପରିଡା, ସୁକାନ୍ତ ସେଠୀ ଓ ଅକ୍ଷୟ କୁମାର ଦାସ ବସି ମଦ ପିଉଥିବାର ଏକ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବାରେ ଲାଗିଛି।
ଏ ସମ୍ପର୍କରେ କନେଷ୍ଟବଳ ଭାବଗ୍ରାହୀ ପରିଡାଙ୍କୁ ପଚାରିବାରୁ ସେ ଥତମତ ହୋଇଥିଲେ। ଘଟଣା ସଂପର୍କରେ ସେ କିଛି ଜାଣିନଥିବା କହି ଉପରିସ୍ଥ ଅଧିକାରୀଙ୍କୁ ପଚାରନ୍ତୁ ବୋଲି କହିଥିଲେ। ସେହିପରି ଫାଣ୍ଡି ଭାରପ୍ରାପ୍ତ ଅଧିକାରୀ ଶ୍ରୀବଲ୍ଲଭ ସାହୁଙ୍କୁ ପଚାରିବାରୁ ସେ ଏହାକୁ ପୁରୁଣା ଘଟଣା ବୋଲି କହିବା ସହ ତଦନ୍ତ ପରେ ଜଣାପଡିବ ବୋଲି କହିଛନ୍ତି।
Follow Us