୫ ବର୍ଷରୁ କମ୍‌ ପିଲାଙ୍କୁ ବି ମିଳିବ ଭିନ୍ନକ୍ଷମ ଭତ୍ତା

Advertisment

ମଧୁବାବୁ ପେନ୍‌ସନ୍‌ ଯୋଜନାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ମଧୁବାବୁ ପେନ୍‌ସନ୍‌ ଯୋଜନାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

୫ ବର୍ଷରୁ କମ୍‌ ପିଲାଙ୍କୁ ବି ମିଳିବ ଭିନ୍ନକ୍ଷମ ଭତ୍ତା

Photo by : parentcompanion.org

ଭୁବନେଶ୍ୱର : ଭିନ୍ନକ୍ଷମ ଭତ୍ତା ପାଉଥିବା ହିତାଧିକାରୀମାନଙ୍କୁ ୫ ବର୍ଷ ବୟସ ପରେ ଭତ୍ତା ଦେବାର ବ୍ୟବସ୍ଥା ଥିଲା। ଏବେ ଏହି ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି। ୫ ବର୍ଷରୁ କମ୍‌ ବୟସ ପିଲାମାନଙ୍କୁ ବି ଏହି ଭତ୍ତା ପ୍ରଦାନ କରାଯିବ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟରେ ମଧୁବାବୁ ପେନ୍‌ସନ୍‌ ଯୋଜନା ସମ୍ପର୍କରେ କରିଥିବା ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ସମୀକ୍ଷାରୁ ଜଣାପଡ଼ିଛି ଯେ ରାଜ୍ୟରେ ଗତ ବର୍ଷ ୪୨ ଲକ୍ଷ ୬୨ ହଜାର ୯୩୫ ଜଣ ହିତାଧିକାରୀ ମଧୁବାବୁ ପେନ୍‌ସନ୍‌ ଯୋଜନାରେ ସାମିଲ୍‌ ହୋଇଥିଲେ। ଚଳିତ ଆର୍ଥିକ ବର୍ଷରେ ୪୩ ଲକ୍ଷ ୨୫ ହଜାର ୪୬୭ ଜଣଙ୍କୁ ଏହି ଭତ୍ତା ପ୍ରଦାନ କରାଯାଉଛି। ସାମାଜିକ ସୁରକ୍ଷା ଭତ୍ତାର ହିତାଧିକାରୀମାନେ ଯେଭଳି ହଇରାଣ ନ ହୁଅନ୍ତି ଏବଂ ଯୋଗ୍ୟ ହିତାଧିକାରୀ ସେମାନଙ୍କ ପ୍ରାପ୍ୟରୁ ବଞ୍ଚିତ ନ ହୁଅନ୍ତି, ସେଥି ପ୍ରତି ସତର୍କ ଦୃଷ୍ଟି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ସେହିପରି ଅବିବାହିତା ମହିଳାମାନଙ୍କ ସାମାଜିକ ନିରାପତ୍ତାକୁ ସୁନିଶ୍ଚିତ କରିବା ପାଇଁ ବୈଠକରେ ଗୁରୁତ୍ୱାରେପ କରାଯାଇଥିଲା। ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe