ଜହ୍ନାପଙ୍କ : ବୌଦ୍ଧ ବ୍ଲକ୍ ତେଲିବନ୍ଧ ପଞ୍ଚାୟତ ଚନ୍ଦ୍ରପୁର ଗ୍ରାମରେ ରହନ୍ତି ଭିନ୍ନକ୍ଷମ ବ୍ୟକ୍ତି ରମେଶ କର୍ମୀ। ତାଙ୍କ ବୟସ ୬୪ ବର୍ଷ ହୋଇଥିବା ବେଳେ ସେ ୬୦ ପ୍ରତିଶତ ଭିନ୍ନକ୍ଷମ ଅଟନ୍ତି। ତାଙ୍କ ସ୍ତ୍ରୀଙ୍କ ୧୧ ବର୍ଷ ତଳେ ମୃତ୍ୟୁ ହୋଇ ସାରିଛି। ୨ ଜଣ ଝିଅଙ୍କୁ ବାହା ଦେଇସାରିଛନ୍ତି। ସାନ ଝିଅ ସ୍ନେହା ଓ ଏକମାତ୍ର ପୁତ୍ର ସବ୍ୟସାଚୀ ବର୍ତ୍ତମାନ ଜିଲ୍ଲା ଶିଶୁ ସୁରକ୍ଷା ସମିତି ଅଧୀନରେ ଅଛନ୍ତି। ସ୍ନେହା ଏବେ ଜଗତି ସରକରୀ ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ଓ ପୁତ୍ର ସବ୍ୟସାଚୀ ବୌଦ୍ଧସ୍ଥିତ ଏକ କଲେଜରେ ଯୁକ୍ତ ୨ ପାଠ ପଢୁଛି। ରମେଶ ଆଦୌ ଚାଲିପାରୁ ନଥିବା ବେଳେ ଗୁରୁଣ୍ଡି ଗୁରୁଣ୍ଡି ଯିବା ଆସିବା କରନ୍ତି। ସାହିପଡ଼ିଶା ଲୋକେ ଦୋକାନ ସଉଦା ଆଣି ଦେଲେ ସେ କୌଣସି ମତେ ରୋଷେଇ କରି ଖାଉଛନ୍ତି। ତେବେ ସେ ଏକ ସରକାରୀ ଜାଗାରେ ଝାଟିମାଟି କୁଡ଼ିଆ ଘରେ ରହୁଛନ୍ତି। ଉକ୍ତ ସରକାରୀ ଜମିକୁ ତାଙ୍କ ନାମରେ କରିବା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରଟିଏ ଯୋଗାଇ ଦେବାକୁ ଦାବି ହେଉଛି।
ବୌଦ୍ଧ : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଭିନ୍ନକ୍ଷମ ବୃଦ୍ଧଙ୍କୁ ମିଳୁନି ପକ୍କାଘର
Advertisment
Follow Us