ପ୍ରତିଷ୍ଠା ହେବ ଦିବ୍ୟାଙ୍ଗ ବିଶ୍ୱବିଦ୍ୟାଳୟ

Advertisment

ଉଚ୍ଚଶିକ୍ଷା ବିଭାଗକୁ ଏସ୍‌ଏସ୍‌ଇପିଡି ବିଭାଗର ପ୍ରସ୍ତାବ

ଉଚ୍ଚଶିକ୍ଷା ବିଭାଗକୁ ଏସ୍‌ଏସ୍‌ଇପିଡି ବିଭାଗର ପ୍ରସ୍ତାବ

ପ୍ରତିଷ୍ଠା ହେବ ଦିବ୍ୟାଙ୍ଗ ବିଶ୍ୱବିଦ୍ୟାଳୟ

Photo by : wp.com

ଭୁବନେଶ୍ୱର : ଓଡ଼ିଶାରେ ୧୨ଟି ସରକାରୀ ବିଶ୍ୱବିଦ୍ୟାଳୟ ରହିଥିଲେ ମଧ୍ୟ କୌଣସି ଗୋଟିଏ ବି ଶିକ୍ଷାନୁଷ୍ଠାନରେ ଦିବ୍ୟାଙ୍ଗଙ୍କ ଲାଗି ସ୍ୱତନ୍ତ୍ର ଶିକ୍ଷାଦାନ ବ୍ୟବସ୍ଥା ହୋଇପାରି ନାହିଁ। ସେମାନଙ୍କ ଲାଗି ବି ସ୍ୱତନ୍ତ୍ର ପାଠ୍ୟକ୍ରମ କରାଯାଇନି। ଯେଉଁଥିପାଇଁ ଭିନ୍ନକ୍ଷମ ବିଦ୍ୟାଳୟରେ ଶିକ୍ଷାଦାନ କରୁଥିବା ଶିକ୍ଷକମାନେ ଠିକ୍‌ ଭାବେ ପଢ଼ାଇ ପାରୁ ନାହାନ୍ତି। ତାହାକୁ ଦୃଷ୍ଟିରେ ରଖି ଓଡ଼ିଶାରେ ଦିବ୍ୟାଙ୍ଗଙ୍କୁ ଉଚ୍ଚତର ଶିକ୍ଷାପ୍ରଦାନ ତଥା ସ୍ୱତନ୍ତ୍ର ଭାବେ ତାଲିମ ଦେବା ଲାଗି ଏକ ଦିବ୍ୟାଙ୍ଗ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ହୋଇଛି। ଏନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଉଚ୍ଚଶିକ୍ଷା ବିଭାଗକୁ ପ୍ରସ୍ତାବ ଦିଆଯାଇଥିବା ଜଣାପଡ଼ିଛି।

କେନ୍ଦ୍ର ସରକାରଙ୍କ ଭିନ୍ନକ୍ଷମ ମୁଖ୍ୟ ଆୟୁକ୍ତ (ସିସିପିଡି) କମଲେଶ୍‌ କୁମାର ପାଣ୍ଡେ କହିଛନ୍ତି ଦିବ୍ୟାଙ୍ଗ ଲାଗି ସ୍ୱତନ୍ତ୍ର ତାଲିମ କେନ୍ଦ୍ର କିମ୍ବା ବିଶ୍ୱବିଦ୍ୟାଳୟଗୁଡ଼ିକରେ ସ୍ୱତନ୍ତ୍ର ବିଭାଗ ରହିବା ଆବଶ୍ୟକ। ଓଡ଼ିଶାରେ ଗୋଟିଏ ବି କିଛି ନ ହେବା ଦୁଃଖର ବିଷୟ। ଏନେଇ ମୁଖ୍ୟ ଶାସନ ସଚିବଙ୍କ ସହ ଆଜି ଆଲୋଚନା କରିଛି। ଏକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ରହିଥିବା ଆଲୋଚନା ସମୟରେ ସୂଚନା ମିଳିଥିବା ସେ କହିଥିଲେ। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସଚିବ ନୀତିନ୍‌ ଚନ୍ଦ୍ରାଙ୍କ କହିବାନୁଯାୟୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ଉଚ୍ଚଶିକ୍ଷା ବିଭାଗକୁ ପ୍ରସ୍ତାବ ଦିଆଯାଇଛି। ସେଥିରେ ଆଉ କିଛି ସଂଶୋଧନର ବି ଆବଶ୍ୟକତା ରହିଛି। ଏନେଇ ଆଲୋଚନା ଚାଲିଛି। ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇନାହିଁ। ବିଧାନସଭାରେ ପ୍ରସ୍ତାବ ଉପସ୍ଥାପିତ ହୋଇ ଗୃହୀତ ହେବା ପରେ ଚୂଡ଼ାନ୍ତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe