ପୋଖରୀରେ ବୁଡ଼ି ଦିବ୍ୟାଙ୍ଗ ମୃତ

ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ: ପକେଟରେ ଥିବା ୪ ଲକ୍ଷ ଟଙ୍କା ଗଲା କୁଆଡ଼େ?

stock.adobe.com

ହରିଚନ୍ଦନପୁର: ହରିଚନ୍ଦନପୁର ବ୍ଲକ୍‌ ରେବଣାପଳାଶପାଳ ମହାନ୍ତସାହି ନିକଟ ପୋଖରୀରେ ଗତକାଲି ଅପରାହ୍‌ଣରେ ବୁଡ଼ି ଭିନ୍ନକ୍ଷମ ଯୁବକ ଗୋଲଖ ସେଠୀ (୪୫)ଙ୍କ ମୃତ୍ୟୁ ଘଟିଛି। ଶ୍ରୀ ସେଠୀଙ୍କ ଦୁଇବର୍ଷ ତଳୁ ଗୋଡ଼ ଭାଙ୍ଗି ଯାଇଥିଲା। ସେ ବାଡ଼ି ଧରି ଚାଲୁଥିଲେ। ଗତକାଲି ସେ ଘର ପାଖ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ଗୋଡ଼ ଖସିଯିବାରୁ ପାଣିରେ ବୁଡ଼ି ଯାଇଥିଲେ। ଦୀର୍ଘ ସମୟ ଧରି ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ପୋଖରୀରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଖବର ପାଇ ଦୈତାରୀ ଥାନା ଏସ୍‌ଆଇ ରଂଜନ କୁମାର ପଣ୍ଡା ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ଡାକ୍ତରଖାନା ପଠାଇଥିଲେ। ଏନେଇ କେସ୍‌ ନମ୍ବର ୮/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe