ପୁଣି ଚମକିଲେ ଦିବ୍ୟାଙ୍ଗ କ୍ରୀଡ଼ାବିତ୍‌, ଜିତିଲେ ସ୍ବର୍ଣ୍ଣ, କାଂସ୍ୟ

ପୁଣି ଚମକିଲେ ଦିବ୍ୟାଙ୍ଗ କ୍ରୀଡ଼ାବିତ୍‌, ଜିତିଲେ ସ୍ବର୍ଣ୍ଣ, କାଂସ୍ୟ

ଚଣ୍ଡିଖୋଲ: ଭୁବନେଶ୍ୱରସ୍ଥିତ ଓଡ଼ିଶା ପାରା ସ୍ପୋର୍ଟସ ଅସୋସିଏସନ ପକ୍ଷରୁ କଳିଙ୍ଗ ଷ୍ଟାଡିଅମରେ ଆୟୋଜିତ ରାଜ୍ୟ ପାରା ଆଥଲେଟ୍‌ରେ ବଡ଼ଚଣାର ଦିବ୍ୟାଙ୍ଗ ଜ୍ଞାନ ରଞ୍ଜନ ସାହୁ ସ୍ଵର୍ଣ୍ଣ ଓ କାଂସ୍ୟ ପଦକ ହାସଲ କରିଛନ୍ତି। ଡିସକସ ଥ୍ରୋରେ ସେ ୨୦ ପ୍ରତିଯୋଗୀଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ସଟପୁଟ୍‌ ଥ୍ରୋରେ ମଧ୍ୟ ସେ ୨୦ ପ୍ରତିଯୋଗୀଙ୍କୁ ପଛରେ ପକାଇ ତୃତୀୟ ସ୍ଥାନ ଅଧିକାର କରି କାଂସ୍ୟ ପଦକ ହାସଲ କରିଥିଲେ। ଅସୋସିଏସନ ସଭାପତି କମଳାକାନ୍ତ ରଥଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ

କ୍ରୀଡ଼ା ବିଭାଗ ଯୁଗ୍ମ ସଚିବ ଶୈଳେନ୍ଦ୍ର ଜେନା ଯୋଗଦେଇ ଜ୍ଞାନରଞ୍ଜନଙ୍କୁ ପଦକ ପ୍ରଦାନ କରିଥିଲେ। ଏହା ପୂର୍ବରୁ ରାଜ୍ୟ ତଥା ଜାତୀୟସ୍ତରୀୟ ବହୁ ପ୍ରତିଯୋଗିତାରେ ସେ ସ୍ଵର୍ଣ୍ଣ, ରୌପ୍ୟ ଓ କାଂସ୍ୟ ପଦକ ହାସଲ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe