ଫୋନ୍‌ରେ ମିଳିବ ବିପର୍ଯ୍ୟୟ ସଂପର୍କରେ ଆଗୁଆ ସୂଚନା

Advertisment
ଫୋନ୍‌ରେ ମିଳିବ ବିପର୍ଯ୍ୟୟ ସଂପର୍କରେ ଆଗୁଆ ସୂଚନା

Image Courtesy of Yahoo News Singapore

ନୂଆଦିଲ୍ଲୀ: ଦେଶରେ ସତର୍କ ସୂଚନା ବ୍ୟବସ୍ଥାକୁ ବିକଶିତ କରାଯାଉଛି। ଯାହା ଫଳରେ ପାଣିପାଗ, ବଜ୍ରପାତ, ବନ୍ୟା, ବାତ୍ୟା, ଆଇନଶୃଙ୍ଖଳା, ନିଆଁ ଲାଗିବା ଓ ମହାମାରୀ ଭଳି ବିପର୍ଯ୍ୟୟ ସମ୍ବନ୍ଧୀୟ ଆଗୁଆ ସୂଚନା ଲୋକମାନଙ୍କୁ ମୋବାଇଲ୍‌ ଫୋନ୍‌ରେ ଏସ୍‌ଏମ୍‌ଏସ୍‌ ଓ ଅନ୍ୟ ସୂଚନା ପ୍ରଯୁକ୍ତି ସହ ଜଡ଼ିତ ମାଧ୍ୟମରେ ଉପଲବ୍ଧ କରାଯାଇ ପାରିବ।

ଏହା ଫଳରେ ବିପର୍ଯ୍ୟୟ ସଂପର୍କିତ ଆଗୁଆ ସୂଚନା ପାଇଁ ପାଣିପାଗ କିମ୍ବା ଜିଲ୍ଲା ପ୍ରଶାସନର ସୂଚନ‌ାକୁ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଏହାକୁ ବିଧିବଦ୍ଧଭାବେ ଆସନ୍ତା ବର୍ଷ ଫେବ୍ରୁଆରିରୁ ଆରମ୍ଭ କରାଯିବ ବୋଲି ଜଣାପଡ଼ିଛି। କେନ୍ଦ୍ର ଯୋଗାଯୋଗ ମନ୍ତ୍ରାଳୟ ଅଧୀନରେ ଥିବା ‘ସେଣ୍ଟର୍‌ ଫର୍ ଡେଭଲପ୍‌ମେଣ୍ଟ ଅଫ୍ ଟେଲିମେଟିକ୍ସ (ସି-ଡଟ୍) ଦ୍ବାରା ସୂଚନା ପ୍ରଯୁକ୍ତି ଆଧାରିତ ସତର୍କ ବ୍ୟବସ୍ଥାକୁ ପ୍ରସ୍ତୁତ କରାଯାଇଛି। ସି-ଡଟ୍ ଦ୍ବାରା ବିକଶିତ କରାଯାଇଥିବା ଏହି କୌଶଳର ସଫଳ ପ୍ରୟୋଗ କରୋନା କାଳରେ ବାର୍ତ୍ତା ପଠାଇବା ପାଇଁ କରାଯାଇଥିଲା। ଏକାନ୍ତବାସ କେନ୍ଦ୍ରମାନଙ୍କରେ ଲୋକମାନେ ବାହାରକୁ ଯାଉଛନ୍ତି କି ନାହିଁ ତାହାର ସୂଚନାକୁ ଏକତ୍ରିତ କରାଯାଇଥିଲା।

ଏହି ବ୍ୟବସ୍ଥାକୁ ଦେଶର ୩୫ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ(ଏନ୍‌ଡିଏମ୍‌ଏ) ସହ ଯୋଡ଼ିଦିଆଯାଇଛି। ବାତ୍ୟା, ବନ୍ୟା ତଥା ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରସଙ୍ଗରେ ଲୋକମାନଙ୍କୁ ଆଗୁଆ ଚେତାବନୀ ଦେବାର ସଫଳ ପରୀକ୍ଷଣ କରାଯାଇଛି। ଏଭଳି ବ୍ୟବସ୍ଥାକୁ ଆମେରିକା, ଜର୍ମାନି, ଇଟାଲି, କାନାଡ଼ା ଓ ଅଷ୍ଟ୍ରେଲିଆ ପୂର୍ବରୁ ବିକଶିତ କରିସାରିଛନ୍ତି। ଷଷ୍ଠ ଦେଶ ଭାବେ ଭାରତ ଏହାର ପ୍ରୟୋଗ କରିବ। ଓଡ଼ିଶା ଭଳି ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟମାନେ ଏହି ବ୍ୟବସ୍ଥା ଦ୍ବାରା ଉପକୃତ ହେବେ ବୋଲି ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe