ଅଦିନିଆ ବର୍ଷାକୁ ବିପର୍ଯ୍ୟୟ ଘୋଷଣା: ୩୩% ବା ଅଧିକ କ୍ଷତି ହୋଇଥିଲେ ସହାୟତା ମିଳିବ

Advertisment

ଅଦିନିଆ ବର୍ଷାକୁ ରାଜ୍ୟ ସରକାର ଏକ ବିପର୍ଯ୍ୟୟ ଭାବେ ଗ୍ରହଣ କରିଛନ୍ତି। ତେଣୁ ଏସ୍‌ଡିଆର୍‌ଏଫ୍‌ (ଷ୍ଟେଟ୍‌ ଡିଜାଷ୍ଟର ରେସ୍‌ପନ୍ସ ଫଣ୍ଡ)ରୁ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ପ୍ରଦାନ କରାଯିବ। ଯେଉଁ ଚାଷୀଙ୍କର ୩୩% କିମ୍ବା ଅଧିକ ଫସଲ କ୍ଷତି ହୋଇଥିବ...

ଅଦିନିଆ ବର୍ଷାକୁ ରାଜ୍ୟ ସରକାର ଏକ ବିପର୍ଯ୍ୟୟ ଭାବେ ଗ୍ରହଣ କରିଛନ୍ତି। ତେଣୁ ଏସ୍‌ଡିଆର୍‌ଏଫ୍‌ (ଷ୍ଟେଟ୍‌ ଡିଜାଷ୍ଟର ରେସ୍‌ପନ୍ସ ଫଣ୍ଡ)ରୁ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ପ୍ରଦାନ କରାଯିବ। ଯେଉଁ ଚାଷୀଙ୍କର ୩୩% କିମ୍ବା ଅଧିକ ଫସଲ କ୍ଷତି ହୋଇଥିବ...

veg farmer

ଭୁବନେଶ୍ବର: ଅଦିନିଆ ବର୍ଷାକୁ ରାଜ୍ୟ ସରକାର ଏକ ବିପର୍ଯ୍ୟୟ ଭାବେ ଗ୍ରହଣ କରିଛନ୍ତି। ତେଣୁ ଏସ୍‌ଡିଆର୍‌ଏଫ୍‌ (ଷ୍ଟେଟ୍‌ ଡିଜାଷ୍ଟର ରେସ୍‌ପନ୍ସ ଫଣ୍ଡ)ରୁ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ପ୍ରଦାନ କରାଯିବ। ଯେଉଁ ଚାଷୀଙ୍କର ୩୩% କିମ୍ବା ଅଧିକ ଫସଲ କ୍ଷତି ହୋଇଥିବ ସେହିମାନଙ୍କୁ ସହାୟତା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ବରମୁଣ୍ଡା ପଡ଼ିଆରେ କୃଷି ଓଡ଼ିଶା-୨୦୨୫ର ଉଦ୍‌ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏସ୍‌ଡିଆରଏଫ୍‌ ପାଣ୍ଠିରୁ ୨୯୧କୋଟି ୫୯ ଲକ୍ଷ ଟଙ୍କାର ଇନ୍‌ପୁଟ୍ ସବ୍‌ସିଡି କ୍ଷତିଗ୍ରସ୍ତ ଚାଷୀଙ୍କୁ ପ୍ରଦାନ କରାଯିବ। ଜିଲ୍ଲାପାଳମାନଙ୍କ ରିପୋର୍ଟ ଅନୁଯାୟୀ ୬ଲକ୍ଷ ୬୬ ହଜାର ୭୨୦ ଜଣ ଚାଷୀଙ୍କର ୨ଲକ୍ଷ ୨୬ ହଜାର ୭୯୧ ହେକ୍ଟର ଜମିରେ ୩୩%ରୁ ଅଧିକ ଫସଲ କ୍ଷତି ହୋଇଛି। ସେହି ଚାଷୀମାନଙ୍କୁ ସହାୟତା ମିଳିବ। ଏଥିସହ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ୨ଲକ୍ଷ ୬୧ ହଜାର ଚାଷୀଙ୍କ ଆବେଦନ ହସ୍ତଗତ ହୋଇଛି। ବୀମାଭୁକ୍ତ କ୍ଷତିଗ୍ରସ୍ତ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଆଜିଠାରୁ ଡିବିଟି ମାଧ୍ୟମରେ କ୍ଷତିପୂରଣ ପ୍ରଦାନ କରାଯାଉଛି। କେନ୍ଦ୍ର ସରକାରଙ୍କୁ ଅନୁରୋଧ ପରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବୀମାଭୁକ୍ତ ହୋଇଥିବା ଚାଷୀଙ୍କ ଆବେଦନ ସମୟ ତିନି ଦିନ ବୃଦ୍ଧି କରାଯାଇଥିଲା। ଏଥିପାଇଁ ସବୁ ବୀମାଭୁକ୍ତ ଚାଷୀ ଆବେଦନ କରିବାର ସୁଯୋଗ ପାଇଛନ୍ତି।

ଚ‌ାଷୀମାନଙ୍କୁ ଆଶ୍ବାସନା ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଲେ, ଅଦିନିଆ ବର୍ଷା ଯୋଗୁ ଆପଣମାନେ ବ୍ୟାପକ କ୍ଷତି ସହିଛନ୍ତି। ତେବେ ନିଶ୍ଚିତ ରୁହନ୍ତୁ, ରାଜ୍ୟ ସରକାର ସବୁ ସମୟରେ ଆପଣମାନଙ୍କ ସହିତ ଅଛନ୍ତି ଓ ରହିବେ। ଇନ୍‌ପୁଟ୍ ସବସିଡି ସହ ଆଉ କେଉଁ ପ୍ରକାର ସାହାଯ୍ୟ ପ୍ରଦାନ କରାଯାଇପାରିବ, ସେ ଦିଗରେ ବିଚାର କରାଯାଉଛି। କୃଷକଙ୍କ ମଙ୍ଗଳ ପାଇଁ ସବୁ ପ୍ରକାର ସାହାଯ୍ୟ କରିବାକୁ ଆମେ ଚେଷ୍ଟିତ। ଏହି ପଦକ୍ଷେପ ଆପଣମାନଙ୍କ କ୍ଷତି ଭରଣା କରିବା ସହିତ ଆଗାମୀ ଦିନରେ ଚାଷ ପାଇଁ ମନରେ ଭରସା ସୃଷ୍ଟି କରିବ। ଏଥିସହ ରବି ଫସଲ ପାଇଁ ଯାହା ବି ଆବଶ୍ୟକ, ସେ ଦିଗରେ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ସେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe