ବିପର୍ଯ୍ୟୟ ପରିଚାଳନା ଆଇନ ପାଳନରେ ଅବହେଳା ପ୍ରସଂଗ : ପଦକ୍ଷେପ ନେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

Advertisment
ବିପର୍ଯ୍ୟୟ ପରିଚାଳନା ଆଇନ ପାଳନରେ ଅବହେଳା ପ୍ରସଂଗ : ପଦକ୍ଷେପ ନେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

Odisha Sun Times

କଟକ : ବିପର୍ଯ୍ୟୟ ପରିଚାଳନା ଆଇନ, ୨୦୦୫କୁ ଠିକ୍ ଭାବେ ପାଳନ କରାଯାଉ ନାହିଁ ଦର୍ଶାଇ ରୁଜୁ ମାମଲାର ହାଇକୋର୍ଟରେ ଶୁଣାଣି ହୋଇଛି। ଆବେଦନକାରୀଙ୍କ ଅଭିଯୋଗ ଉପରେ ଶୁଣାଣି କରି ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଡକ୍ଟର ଜଷ୍ଟିସ ଏ.କେ.ରଥ ଓ ଜଷ୍ଟିସ ଦେବବ୍ରତ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ ଆଇନଜୀବୀ ଚିତ୍ତରଂଜନ ମହାନ୍ତି ମାମଲା ପରିଚାଳନା କରୁଥିଲେ।

ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୦୫ରେ କେନ୍ଦ୍ର ସରକାର ବିପର୍ଯ୍ୟୟ ପରିଚାଳନା ଆଇନ ପ୍ରଣୟନ କରିଥିଲେ। ଏହି ଆଇନ ଅନୁସାରେ ବିପର୍ଯ୍ୟୟ ପରିଚାଳନା ପାଇଁ ତିନି ସ୍ତରରେ ପୃଥକ କର୍ତ୍ତୃପକ୍ଷ ରହିଛନ୍ତି। ଜାତୀୟ ସ୍ତରରେ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର ଅଧ୍ୟକ୍ଷ ପ୍ରଧାନ ମନ୍ତ୍ରୀ ଥିବାବେଳେ ରାଜ୍ୟସ୍ତରରେ ଓ ଜିଲ୍ଲା ସ୍ତରରେ ପରିଚାଳନା କର୍ତ୍ତୃପକ୍ଷ ରହିଛନ୍ତି। ଜିଲାସ୍ତରରେ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ ଅଧ୍ୟକ୍ଷ ଦାୟିତ୍ବରେ ରହିଛନ୍ତି। ମାତ୍ର ବିପର୍ଯ୍ୟୟ ପରିଚାଳନା ଆଇନର ପାଳନରେ ଅବହେଳା ଓ ବିଭିନ୍ନ ସ୍ତରରେ ଗଠନ କରାଯାଇଥିବା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ମଧ୍ୟରେ ସମନ୍ବୟର ଅଭାବ ପାଇଁ ‘ଫନି’ ବାତ୍ୟାରେ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହୋଇଥିଲେ ବୋଲି ଆବେଦନକାରୀ ସମାଜସେବୀ ଚିତ୍ତରଂଜନ ମହାନ୍ତି ଆବେଦନପତ୍ରରେ ଦର୍ଶାଇଥିଲେ। ଆଇନ ଅନୁସାରେ ବିଭିନ୍ନ ସ୍ତରରେ ଗଠିତ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଠିକ ଭାବେ କାର୍ଯ୍ୟ କରିନଥିଲା ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଏହି ମାମଲାରେ ରାଜ୍ୟ ସରକାର, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ପୂର୍ବତଟ ରେଳବାଇ, ବିଏସଏନଏଲକୁ ପକ୍ଷଭୁକ୍ତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe