ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥା: ବଡ଼ବଡ଼ିଆଙ୍କ ପାଇଁ ବଳି ପଡୁଛନ୍ତି ଉଠା ଦୋକାନୀ

ନବରଙ୍ଗପୁର ସହରରେ ଦିନକୁ ଦିନ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହେଉଥିବାରୁ ଯାତ୍ରୀ ଓ ସାଧାରଣ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପୌର ପ୍ରଶାସନ ଓ ପୁଲିସର ଖାମଖିଆଲି ମନୋଭାବ ହେତୁ ସାଧାରଣ ଜନତା ଟ୍ରାଫିକ ସମସ୍ୟାକୁ ନେଇ ନୟାନ୍ତ ହୋଇପଡୁଛନ୍ତି ...

Disastrous traffic system

Disastrous traffic system Photograph: (sambad.in)

ନବରଙ୍ଗପୁର: ନବରଙ୍ଗପୁର ସହରରେ ଦିନକୁ ଦିନ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହେଉଥିବାରୁ ଯାତ୍ରୀ ଓ ସାଧାରଣ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପୌର ପ୍ରଶାସନ ଓ ପୁଲିସର ଖାମଖିଆଲି ମନୋଭାବ ହେତୁ ସାଧାରଣ ଜନତା ଟ୍ରାଫିକ ସମସ୍ୟାକୁ ନେଇ ନୟାନ୍ତ ହୋଇପଡୁଛନ୍ତି ।

ରାସ୍ତା ଭିଡ଼ କରୁଥିବା କାରଣ ଦେଖାଇ ପ୍ରଶାସନ ରାଜପଥ କଡରେ ବସୁଥିବା ଗରିବ ଉଠା ଦୋକାନୀଙ୍କୁ ହଟାଇ ଦେଉଛି। କିନ୍ତୁ ସହରର କେତେକ ମୁଷ୍ଟିମେୟ ବଡବଡିଆ ଲୋକ ବହୁତଳ କୋଠା କରି ବିନା ପାର୍କି ସ୍ଥାନରେ ବ୍ୟବସାୟୀକ ଅନୁଷ୍ଠାନଗୁଡ଼ିକୁ ଭଡ଼ା ଦେଇଥିଲେ ମଧ୍ୟ ସେମାନଙ୍କୁ ପଦେ କହିବାକୁ ସାହାସ କରି ପାରୁନି। ଫଳରେ ଦୋକାନଟିଏ କରି ପେଟ ପୋଷୁଥିବା ଗରିବ ଲୋକ ଜୀବିକା ହରାଉଛି।

ମୁଖ୍ୟତଃ ନବରଙ୍ଗପୁର-ଜୟପୁର ଜାତୀୟ ରାଜପଥର ଜଗନ୍ନାଥ ମନ୍ଦିର ଛକ ଠାରୁ ଭଗବତୀସାହି  ଛକ ଯାଏ ଦିନ ତମାମ ଟ୍ରାଫିକ ସମସ୍ୟା ଲାଗି ରହୁଛି। ଏହି ଅଞ୍ଚଳରେ ଏକାଧିକ ବ୍ୟାଙ୍କ, ବ୍ୟବସାୟ ଅନୁଷ୍ଠାନ ଓ ହୋଟେଲ ରହିଥିବାରୁ ଏପରି ସମସ୍ୟା ଦେଖା ଦେଉଛି।

ସବୁ ଅନୁଷ୍ଠାନ ଘରୋଇ କୋଠାରେ ଚାଲୁଥିବାବେଳେ କୋଠା ମାଲିକମାନେ କ୍ଷମତାଶାଳୀ ଗୋଷ୍ଠୀ ହୋଇଥିବାରୁ ପୁଲିସ କିମ୍ବା ପ୍ରଶାସନ ତାଙ୍କ ଦେହରେ ହାତ ମାରୁ ନଥିବା ଅଭିଯୋଗ ହୋଇଛି। କୌଣସି ବ୍ୟବସାୟ ଅନୁଷ୍ଠାନ କିମ୍ବା ବ୍ୟାଙ୍କ ସାମନାରେ ପାର୍ଟି ବ୍ୟବସ୍ଥା ନଥିବାରୁ ଲୋକେ ରାଜପଥ କଡରେ ମୋଟର ସାଇକଲ ଓ ଚାରି ଚକିଆ ଯାନ ରଖିବାକୁ ବାଧ୍ୟ ହେଉଛନ୍ତି । ରାସ୍ତା କଡରେ ଏହି ଯାନ ରହୁଥି୍ବାରୁ ଟ୍ରାଫିକ ସମସ୍ୟା ହେଉଥିବା ଜାଣି ମଧ୍ୟ ପ୍ରଶାସନ କିମ୍ବା ପୁଲିସ କୋଠା ମାଲିକଙ୍କୁ ତାଗିଦ୍ କରୁନାହିଁ।

ବ୍ୟବସାୟ ଅନୁଷ୍ଠାନ କିମ୍ବା କୌଣସି ଅଫିସ ଉଦ୍ଦେଶ୍ୟରେ ଘର ଭଡା ଦେବାକୁ ହେଲେ ପାର୍କିଂ ସ୍ଥାନ ନିହାତି ରହିବା ନିୟମ ଥିଲେ ମଧ୍ୟ ଏଥିପ୍ରତି ସମ୍ପୃକ୍ତ ବିଭାଗ ଆଖ୍ ବନ୍ଦ କରି ରହିଛନ୍ତି ।  ରାସ୍ତାରେ କେତେକ ହୋଟେଲ ଓ ବ୍ୟବସାୟିକ ପ୍ରତିଷ୍ଠାନ ସମ୍ମୁଖରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଶହଶହ ବାଇକ ରହୁଥିୁବାରୁ ଟ୍ରାଫିକ ସମସ୍ୟା ଦେଖାଦେଉଛି । ସେହିପରି ଯାତ୍ରୀବାହୀ ବସ୍ ଗୁଡିକର ଚଳାଚଳକୁ ୱାନୱେ କରାଯାଇଛି।

ଅଧିକ ପଢ଼ନ୍ତୁ: ପାଣି ଏବଂ ରକ୍ତ ଏକାଠି ବୋହିବ ନାହିଁ, ପରମାଣୁ ଅସ୍ତ୍ର ବ୍ଲାକମେଲିଂକୁ ସହିବୁ ନାହିଁ: ମୋଦୀ

ତେବେ ସହର ମଧ୍ୟରୁ  ବୋରିଗୁମ୍ମା ପଟକୁ ଆସୁଥିବା ବସ ଗୁଡିକୁ ମା’ଭଣ୍ଡାର ଘରଣୀ ମନ୍ଦିର ନିକଟରେ ୫ମିନଟର ରହଣୀ ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲେ ହେଁ ବସ ଗୁଡିକ ୧୦ରୁ ୧୫ମିନିଟ ରହୁଛନ୍ତି। ଫଳରେ ସହରରେ କୃତ୍ରିମ ଟ୍ରାଫିକ ସମସ୍ୟା ହେଉଛି। ରାସ୍ତା ଚଉଡା ଥିବା ସତ୍ତ୍ବେ ବସ ରାସ୍ତାରେ ରହିବା ଫଳରେ ବେଶି ଜାମ୍ ହେଉଛି।  ଟ୍ରାଫିକ ସମସ୍ୟା ଚାଳିଥିବା ବେଳେ ବହୁ ସମୟରେ ୧୦୮ଆମ୍ବୁଲାନସ୍ ଫସି ରହୁଥିବା ବି ଦେଖିବାକୁ ମିଳୁଛି। 

ଅଧିକ ପଢ଼ନ୍ତୁ: ଯାତ୍ରୀବାହୀ ବସ୍‌କୁ ଧକ୍କା ଦେଲା ଟ୍ରକ୍: ୨୦ରୁ ଅଧିକ ଆହତ

Nabarangpur 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe