ମାର୍ଶାଘାଇ ଗୌଡ଼ଗାଁରେ ପ୍ରାକୃତିକ ତୈଳର ସନ୍ଧାନ

Advertisment

ଜମି ମାଲିକଙ୍କୁ ଅଏଲ୍‌ ଇଣ୍ଡିଆ ପକ୍ଷରୁ ଚେକ୍‌ ପ୍ରଦାନ

ଜମି ମାଲିକଙ୍କୁ ଅଏଲ୍‌ ଇଣ୍ଡିଆ ପକ୍ଷରୁ ଚେକ୍‌ ପ୍ରଦାନ

ଅର୍ଥନୀତି ପ୍ରତି ଏଲ୍‌ ନିନୋ, ତେଲ ବିପଦ

ମାର୍ଶାଘାଇ : ମାର୍ଶାଘାଇ ବ୍ଲକ୍‌ ଅର୍ନ୍ତଗତ ଜମପଡ଼ା ପଞ୍ଚାୟତର ଗୌଡ଼ଗାଁରେ ହାଇଡ୍ରୋକାର୍ବନ୍‌ ପ୍ରାକୃତିକ ତୈଳର ସନ୍ଧାନ ମିଳିଛି। ମହାନଦୀ ଅବବାହିକାର କରାଣ୍ଡିଆ ନଦୀକୂଳରେ ଏହି ପ୍ରାକୃତିକ ତୈଳର ସନ୍ଧାନ ମିଳିଛି। ଏ ନେଇ ଅଏଲ୍‌ ଇଣ୍ଡିଆ କମ୍ପାନି କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ପୂର୍ବରୁ ଜମି ଚିହ୍ନଟ ସରିଛି। ସୋମବାର ଦିନ ଜମପଡ଼ା ସର୍କଲ୍‌ଠାରେ ଥିବା ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ଏକ ଶିବିର ଆୟୋଜନ କରାଯାଇ ହିତାଧିକାରୀମାନଙ୍କୁ କମ୍ପାନି ପକ୍ଷରୁ ଚେକ୍ ପ୍ରଦାନ କରାଯାଇଛି। ହିତାଧିକାରୀମାନଙ୍କ ଠାରୁ କମ୍ପାନି ତିନିବର୍ଷ ପାଇଁ ଲିଜ୍ ସୂତ୍ରରେ ଏହି ଜମି ନେଇଥିବା ଜଣାପଡ଼ିଛି।

୧୧୪ ଜଣଙ୍କ ୧୪ ଏକର ୭୪ ଡିସିମିଲ ଜମି ଏହି ପ୍ରକଳ୍ପ ଚିହ୍ନଟ ଅଞ୍ଚଳ ଭିତରେ ରହିଥିବା ସୂଚନା ମିଳିଛି। ଖୁବ୍‌ଶୀଘ୍ର ମାଟି ଖୋଳାଯିବ ବୋଲି କମ୍ପାନି ପକ୍ଷରୁ ସୂଚନା ମିଳିଛି। ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୨ ହଜାର ୫ ଶହ ମିଟର ମାଟି ତଳକୁ ଡ୍ରିଲ୍‌ କରାଯାଇ କେତେ ପରିମାଣରେ ତୈଳ ଗଚ୍ଛିତ ଅଛି ତାହା ଅନୁସନ୍ଧାନ କରାଯିବ। ଜମି ଯାଉଥିବା ହିତାଧିକାରୀଙ୍କୁ ଲିଜ୍ ବାବଦକୁ କମ୍ପାନି ୧ କୋଟି ୬୩ ଲକ୍ଷର ଅନୁଦାନ ରାଶି ପ୍ରଦାନ କରିବ। ଆଜି ଅଏଲ୍‌ ଇଣ୍ଡିଆ କମ୍ପାନିର କାର୍ଯ୍ୟକାରୀ ନିର୍ଦ୍ଦେଶକ ଅଂଜନଜ୍ୟୋତି ଫୁକନ୍‌ ଓ ମାର୍ଶାଘାଇ ଅତିରିକ୍ତ ତହସିଲଦାର ଅଶୋକ ବେହେରା ଶିବିରରେ ଯୋଗଦେଇ ହିତାଧିକାରୀଙ୍କୁ ଚେକ୍ ପ୍ରଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe