ଦେବସ୍ନାନ ପୂର୍ଣ୍ଣିମା ନେଇ ୪ ନିଯୋଗ ସହ ଆଲୋଚନା

Advertisment
ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ: ଦୁଇଘଣ୍ଟା ଦର୍ଶନ ବନ୍ଦ

atlasobscura.com

ପୁରୀ : ଚଳିତବର୍ଷ ଦେବସ୍ନାନ ପୂର୍ଣ୍ଣିମା ଉପରେ ଆଜି ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଦେବସ୍ନାନ ପୂର୍ଣ୍ଣିମାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ୪ ନିଯୋଗ ପୂଜାପଣ୍ଡା ନିଯୋଗ, ଗରାବଡ଼ୁ ନିଯୋଗ, ଖୁଣ୍ଟିଆ ନିଯୋଗ ଓ ମେକାପ ନିଯୋଗକୁ ନେଇ ଆଜିର ବୈଠକ ବସିଥିଲା।

ବୈଠକରେ ନିଯୋଗର ସଭାପତି, ସଂପାଦକ, ବରିଷ୍ଠ ସଦସ୍ୟମାନେ ଉପସ୍ଥିତ ଥିଲେ। ଦେବସ୍ନାନ ପୂର୍ଣ୍ଣିମା ଯେଭଳି ଶୃଙ୍ଖଳିତ ଶେଷ ହେବ, ସେ ଉପରେ ସମସ୍ତଙ୍କ ମତାମତ ଲୋଡ଼ା ଯାଇଥିଲା। ଏହି ଅବସରରେ ସେବାୟତମାନେ ପୂର୍ବ ବର୍ଷର ଶାଢ଼ୀବନ୍ଧା ସହ ଅନ୍ୟାନ୍ୟ ବକେୟା ପାଉଣା ଦାବି କରିଥିଲେ। ଏ ସମ୍ପର୍କରେ ଜିଲ୍ଲାପାଳ ବିହିତ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସେହିଭଳି ଚଳିତବର୍ଷ ଦେବସ୍ନାନ ପୂର୍ଣ୍ଣିମା କଟକଣାଯୁକ୍ତ ହେଉଥିବାରୁ ଏଥିରେ ଉପସ୍ଥିତ ନିଯୋଗର ସ‌ହଯୋଗ ଲୋଡ଼ାଯାଇଥିଲା। ଗତବର୍ଷ ଭଳି ସୀମିତ ସଂଖ୍ୟକ ସେବକରେ ନୀତିକାନ୍ତି କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ୪ ନିଯୋଗରୁ ପୂର୍ବବର୍ଷ ଯେତିକି ସଂଖ୍ୟା ସେବାୟତ ନୀତିକାନ୍ତିରେ ଯୋଗ ଦେଇଥିଲେ, ଚଳିତବର୍ଷ ବି ସେତିକି ସଂଖ୍ୟାରେ ସେବାୟତ ରହିବେ ବୋଲି ସ୍ଥିରୀକୃତ ହୋଇଥିଲା। ବୈଠକରେ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନାଙ୍କ ସମେତ ଅନ୍ୟ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ। ସେହିଭଳି ପୂଜାପଣ୍ଡା ନିଯୋଗରୁ ମାଧବ ପୂଜାପଣ୍ଡା, ଗରାବଡ଼ୁ ନିଯୋଗରୁ ରଜତ ପ୍ରତିହାରୀ, ଖୁଣ୍ଟିଆ ନିଯୋଗରୁ ହଜୁରୀ କୃଷ୍ଣଚନ୍ଦ୍ର ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe