ସୁନ୍ଦରଗଡ଼: ଗୁଜବକୁ ନେଇ ଗୁରୁବାର ଅଶାନ୍ତ ହୋଇଥିବା ସୁନ୍ଦରଗଡ଼ ସହରରେ ଶାନ୍ତି ଫେରୁଛି। ସ୍ଥିତି ସ୍ୱାଭାବିକ କରିବାକୁ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ, ଜିଲ୍ଲାପାଳ ଡା. ଶୁଭଙ୍କର ମହାପାତ୍ର, ସୁନ୍ଦରଗଡ଼ ଏସ୍ପି ଅମ୍ରିତପାଲ କୌର ଓ ବରିଷ୍ଠ ଅଧିକାରୀ ଉଦ୍ୟମ ଚଳାଇଛନ୍ତି। ଉପଦ୍ରବୀ ତତ୍ତ୍ବ ଚିହ୍ନଟ ସହ ପୁଲିସ ୩ ଜଣଙ୍କୁ ଅଟକ ରଖିଛି। ଶୁକ୍ରବାର ଅପରାହ୍ଣରେ ଶାନ୍ତି କମିଟି ଆଲୋଚନା ପରେ ସ୍ଥିତି ସ୍ବାଭାବିକ ହେବାକୁ ଆରମ୍ଭ କରିଛି। ସମସ୍ତ କଟକଣା ହଟିବା ପରେ ଇଣ୍ଟରନେଟ୍ ସେବା ଚାଲୁ ହୋଇଛି। ୧୬୩ ବିଏନ୍ଏସ୍ ଧାରା ଉଠାଇ ନିଆଯାଇଛି। ତଥାପି ସ୍ଥିତି ଉପରେ କଡ଼ା ନଜର ରଖିଛି ପୁଲିସ। ଶାନ୍ତିକମିଟି ବୈଠକରେ ପୁଲିସ ପାଟ୍ରୋଲିଂକୁ ଜୋରଦାର ଓ ନିଶା କାରବାର ଉପରେ ଅଙ୍କୁଶ ଲଗାଇବା ପାଇଁ ଦାବି କରାଯାଇଥିଲା। ନିଶା ଯୋଗୁଁ ଯୁବପିଢ଼ି ପଥଭ୍ରଷ୍ଟ ହେଉଛନ୍ତି ବୋଲି ମତପ୍ରକାଶ ପାଇଥିଲା। ଏହାସହ ଏହି କାଣ୍ଡ ଭିଆଇଥିବା ଉପଦ୍ରବୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଉଠିଥିଲା।
ଗଣ୍ଡଗୋଳକାରୀଙ୍କ ଉପରେ କଡ଼ା ନଜର
ଏସ୍ପିଙ୍କ ନେତୃତ୍ବରେ ସାରାରାତି ପାଟ୍ରୋଲିଂ
ଦୁଇଗୋଷ୍ଠୀର ଉପଦ୍ରବୀ ଚିହ୍ନଟ, ୩ ଅଟକ
ଆଇନଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଡିଆଇଜି କହିଥିଲେ। ଆଗାମୀ ଦିନରେ ଏପରି ସ୍ଥିତି ନ ଉପୁଜିବା ପାଇଁ ସବୁ ସଂପ୍ରଦାୟର ଲୋକଙ୍କୁ ନେଇ ପ୍ରଶାସନ ପକ୍ଷରୁ ଏକ ଶାନ୍ତି ଶୋଭାଯାତ୍ରା ଆୟୋଜନ କରାଯିବାକୁ ନିଷ୍ପତ୍ତି ହୋଇଛି। ଶାନ୍ତି କମିଟି ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁନ୍ତୀ ପଧାନ, ଡିଆଇଜି, ଜିଲ୍ଲାପାଳ, ପୌରାଧ୍ୟକ୍ଷା ତନୟା ମିଶ୍ର, ଏଡିଏମ୍ ସୂରଜ ପଟ୍ଟନାୟକ ଓ ଅଭିମନ୍ୟୁ ମାଝୀ, ଏସ୍ଡିପିଓ ନିର୍ମଳ ମହାପାତ୍ର, ହାଜି ଅବଦୁଲ ସୟଦ, ମହମ୍ମଦ କଲିମ, ଅଜିମ ହୁସେନ, ପୌର ଉପାଧ୍ୟକ୍ଷ ଲଲାଟେନ୍ଦୁ ପରିଡ଼ା, ଜିଲ୍ଲା ବିଜେପି ସଭାପତି ଗିରୀଶ ସାହୁ, ଡ. ଚିରବ୍ରତ ଦତ୍ତ, ନିମାଇଁଚରଣ ନାଏକ, ବେଣୁମାଧବ ତ୍ରିପାଠୀ, ରାଜକିଶୋର ଷଡ଼ଙ୍ଗୀ, ଜିଲ୍ଲା କଂଗ୍ରେସ ସଭାପତି ନିର୍ମଳ ନାଏକ, ସୁରେନ୍ଦ୍ର ସ୍ବର୍ଣ୍ଣକାର, ଯଶୋବନ୍ତ ନାଏକ, ଦିଲୀପ ପଟେଲ, ଆର୍ଏସ୍ଏସ୍ର ଡ.ନାରାୟଣ ପଟେଲ, ବ୍ରାହ୍ମଣସମାଜ ସଭାପତି ଅବନୀକାନ୍ତ ପୁରୋହିତ, ବରିଷ୍ଠ ଓକିଲ ଅଶୋକ ଦାଶ, ଓକିଲସଂଘ ସଭାପତି ଧର୍ମେଶ ପଟେଲ, କିଶୋର ନାଏକ, ବଜରଙ୍ଗ ଦଳର ନେତା ଯୋଗ ଦେଇଥିଲେ।
PMAY: ଗରିବ ଅସହାୟଙ୍କ ପାଇଁ ଆବାସ ଯୋଜନା ସାତସପନ
ଗତକାଲିର ଘଟଣା ପରେ ଏସ୍ପିଙ୍କ ନେତୃତ୍ବରେ ପୁଲିସବଳ ସାରାରାତି ସହରରେ ପାଟ୍ରୋଲିଂ କରି ସ୍ଥିତି ଉପରେ ନଜର ରଖିଥିଲା। ଅନ୍ୟପଟେ ଭିଡ଼ ହିଂସା ଭିଆଇଥିବା ଓ ଉସୁକାଇଥିବା ଦୁଇଗୋଷ୍ଠୀର ଉପଦ୍ରବୀ ତତ୍ତ୍ବଙ୍କୁ ଗିରଫ କରାଯିବ ବୋଲି ଡିଆଇଜି ଗଣମାଧ୍ୟମକୁ କହିଛନ୍ତି। ଆଜି ସୁନ୍ଦରଗଡ଼ ସହର ଓ ଆଖପାଖ ଅଞ୍ଚଳର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା। ସୂଚନାଯୋଗ୍ୟ, ଗୋମାଂସ ଗୁଜବକୁ ନେଇ ଗୁରୁବାର ରିଜେଣ୍ଟ ମାର୍କେଟ୍ ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିବା ସହ ପଥରମାଡ଼, ଦୋକାନ ଭଙ୍ଗାରୁଜା ଓ ଗାଡ଼ି ପୋଡ଼ି ଦିଆଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/17/dddagagdzv-2026-01-17-02-28-29.jpg)