ଏସ.ରାମପୁର : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ହାଇସ୍କୁଲରେ ଶନିବାର ୫-ଟି ଯୋଜନାରେ ସ୍କୁଲ୍ ରୂପାନ୍ତର କାର୍ଯ୍ୟକ୍ରମ ଏବଂ ମୋ ସ୍କୁଲ ଅଭିଯାନ ସଂପର୍କିତ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ଆଲୁମିନି ଆସୋସିଏସନ୍ ସଭାପତି ଉମେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଅର୍ଥ ଓ ଅବକାରୀ ମନ୍ତ୍ରୀ ତଥା ଉକ୍ତ ବିଦ୍ୟାଳୟର ପୂର୍ବତନ ଛାତ୍ର ନିରଞ୍ଜନ ପୂଜାରୀ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରାଣବନ୍ଧୁ ହୋତା, ପୂର୍ବତନ ଶିକ୍ଷକ ନୀଳମଣି ବାରିକ, କୁମୁଦଚରଣ ପୂଜାରୀ, ପ୍ରମୋଦ ମହାପାତ୍ର ତଥା ଡୁଙ୍ଗୁରିପାଲି ବିଡିଓ ତ୍ରିପୁରା ମହାନନ୍ଦିଆ ପ୍ରମୁଖ ମଞ୍ଚାସୀନ ଥିଲେ।
ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ପୂର୍ବତନ ଛାତ୍ର ତଥା ଶ୍ରୀରାମ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ରମେଶ ଚନ୍ଦ୍ର ପୂଜାରୀ, ରାମପୁର ସମିତି ସଭ୍ୟ ମନୋଜ ପୁରୋହିତ, ପ୍ରମୋଦ ପାଢୀ, ସନ୍ତୋଷ ବଗର୍ତ୍ତୀ, ଘଡିଗୋପାଲ ମିଶ୍ର, ପ୍ରଫୁଲ୍ଲ ମେହେର, ଜଳଧର ପଧାନ, କୃଷ୍ଣ ଭରାସାଗର, ଉମେଶ ଗଣ୍ଡ, ଉମା ପଧାନ ତଥା ଶତାଧିକ ପୁରାତନ ଛାତ୍ର ଉପସ୍ଥିତ ରହି ନିଜ ନିଜ ମତ ରଖିଥିଲେ। ଏ ଅବସରରେ ମନ୍ତ୍ରୀ ଶ୍ରୀ ପୂଜାରୀ ମୋ ସ୍କୁଲ ଅଭିଯାନରେ ବିଦ୍ୟାଳୟକୁ ଏକ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ। ରମେଶ ଚନ୍ଦ୍ର ପୂଜାରୀ ୨୧ ହଜାର, ମନୋଜ ପୁରୋହିତ ୧୦ ହଜାର, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରାଣବନ୍ଧୁ ହୋତା ୫ ହଜାର ଏବଂ ସିଆରସିସି ଡା. ପତି ଦୁଇ ହଜାର ଟଙ୍କା ଆଲୁମିନି ଆସୋସିଏସନ୍କୁ ଦାନ କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମଚାରୀ ଉପସ୍ଥିତ ଥିଲେ।
Follow Us