ମାନିଲେନି କୋଭିଡ କଟକଣା: ସ୍କୁଲ ପିଲାଙ୍କୁ ନେଇ ପିକ୍‌ନିକ୍

Advertisment
ମାନିଲେନି କୋଭିଡ କଟକଣା: ସ୍କୁଲ ପିଲାଙ୍କୁ ନେଇ ପିକ୍‌ନିକ୍

ମାନେଶ୍ୱର: କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ନୂତନ କୋଭିଡ଼ ଗାଇଡ଼ ଲାଇନ ଜାରି କରାଯାଇଛି। ସ୍କୁଲମାନଙ୍କୁ ବାର୍ଷିକ ଉତ୍ସବ, ପିକ୍‌ନିକ୍ ଆଦି ଉପରେ କଟକଣା ଲଗାଯାଇଛି। ପିକ୍‌ନିକ୍‌ ସ୍ପଟଗୁଡିକରେ ଭୋଜି ଭାତ କରିବା ଉପରେ ବି କଟକଣା ଲଗାଯାଇଛି। ସଂକ୍ରମଣ ବୃଦ୍ଧି ଉପରେ ଅଂକୁଶ ଲଗାଇବା ଲକ୍ଷ୍ୟରେ ଗତ ୮ ତାରିଖରୁ ସମ୍ବଲପୁରରେ ପୁଣି ନାଇଟ କର୍ଫ୍ୟୁ ଲଗାଯାଇଛି।

ବଡ଼ବଡ଼ ମଲ, ମନ୍ଦିର, ଦୋକାନମାନଙ୍କରେ ମାସ୍କ ଏବଂ ସାମାଜିକ ଦୂରତା ଅବଲମ୍ବନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ, ସମ୍ବଲପୁର ସଦର ଥାନା ଅନ୍ତର୍ଗତ ଚାନ୍ଦମୁଣ୍ଡା (ପତ୍ରା) ବାଉଁଶବୁଦାରେ ପିକ୍‌ନିକ୍‌ ପାଇଁ ଲୋକଙ୍କ ଗହଳି ଲାଗି ରହିଛି। ଲୋକଙ୍କ ଭିଡ଼ ରହୁଛି। ମଦ ମାଉଁସ ସାଙ୍ଗକୁ ସମ୍ବଲପୁରୀ ଗୀତରେ ଝୁମିଛନ୍ତୁ ଲୋକେ।

ଖୋଲଖୋଲି ଚାଲିଛି ପିକ୍‌ନିକ୍। ଅନ୍ୟପକ୍ଷେ ସରକାର ସମସ୍ତ ସ୍କୁଲ ବନ୍ଦ କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ରବିବାରରେ ଅଂଚଳର ଏକ ସରକାରୀ ଉଚ୍ଚ ପ୍ରାଥମିକ ସ୍କୁଲର ପାଖାପାଖି ଶହେ ପିଲାମାନଙ୍କୁ ନେଇ ଭୋଜି କରୁଥିବାର ଦେଖିବାକୁ ମିଳିଛି । ଜଣେ ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ମଧ୍ୟ ଉପସ୍ଥିତ ଥିବାର ଅଭିଯୋଗ ହୋଇଛି। ସମସ୍ତ ଛାତ୍ରଛାତ୍ରୀଙ୍କ ବୟସ ୧୫ ରୁ କମ୍ ଥିବାବେଳେ କିପରି ତାଙ୍କୁ ନେଇ ଭୋଜି ଆୟୋଜନ କରାଗଲା ବୋଲି ପ୍ରଶ୍ନ ଉଠିଛି। କାହାରି ମୁହଁରେ ମାସ୍କ ନଥିଲା କି ସାମାଜିକ ଦୂରତା ମଧ୍ୟ ନଥିଲା।

ପ୍ରଧାନ ଶିକ୍ଷକ ଦାୟିତ୍ବରେ ଶିକ୍ଷୟିତ୍ରୀ ଏବଂ ସଂପୃକ୍ତ ଶିକ୍ଷକଙ୍କ ଏହିପରି କୋଭିଡ଼ ନିୟମ ଉଲଙ୍ଘନ କରିବା ଏବଂ ଛାତ୍ରଛାତ୍ରୀଙ୍କୁ ଗୋଟିଏ ଜାଗାରେ ଏକତ୍ରିତ କରି ବିପଦକୁ ନିମନ୍ତ୍ରଣ କରିବାକୁ ତୀବ୍ର ନିନ୍ଦା କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe