ପ୍ରଧାନମନ୍ତ୍ରୀ ଆବାସରେ ଅବ୍ୟବସ୍ଥା: ଖୋଲା ପାଣି ଟାଙ୍କିରେ ପଡ଼ି ଶିଶୁର ମୃତ୍ୟୁ

ଗରିବ ପରିବାରକୁ ମିଳିଥିବା ଛେଣ୍ଡ କଲୋନିସ୍ଥ ପ୍ରଧାନମନ୍ତ୍ରୀ ଆବାସରେ ଅଘଟଣ ଘଟିଛି। ଠିକାସଂସ୍ଥା ଓ ବିଭାଗୀୟ ଅଧିକାରୀଙ୍କ ଅବହେଳାରୁ ପାଞ୍ଚ ବର୍ଷ ଶିଶୁର ଜୀବନ ଯାଇଛି। ଖେଳୁଥିଲାବେଳେ ଖୋଲା ପାଣି ଟାଙ୍କିରେ ପଡି ପଡି ଯାଇଥିଲେ....

Disorder at PM's abasa:  Child dies after falling into open water tank

Disorder at PM's abasa: Child dies after falling into open water tank Photograph: (sambad.in )

ରାଉରକେଲା: ଗରିବ ପରିବାରକୁ ମିଳିଥିବା ଛେଣ୍ଡ କଲୋନିସ୍ଥ ପ୍ରଧାନମନ୍ତ୍ରୀ ଆବାସରେ ଅଘଟଣ ଘଟିଛି। ଠିକାସଂସ୍ଥା ଓ ବିଭାଗୀୟ ଅଧିକାରୀଙ୍କ ଅବହେଳାରୁ ପାଞ୍ଚ ବର୍ଷ ଶିଶୁର ଜୀବନ ଯାଇଛି। ଖେଳୁଥିଲାବେଳେ ଖୋଲା ପାଣି ଟାଙ୍କିରେ ପଡି ପଡି ଯାଇଥିଲେ।

ମୃତକ ହେଲେ ଛେଣ୍ଡ ବିଦ୍ୟୁତ କଲୋନି ବସ୍ତିର ରୋହିତ ବଡାଇକଙ୍କ ପୁଅ ସେରୁନ ବଡାଇକ। ଛେଣ୍ଡ ପୁଲିସ ଶବ ଜବତ କରି ରାଉରକେଲା ସରକାରୀ ଡାକ୍ତରଖାନାକୁ ପଠାଇଛି।  ଘର ପାଇବାପରେ ଗତସପ୍ତାହ ପୂର୍ବରୁ ରୋହିତ ପରିବାର ସହ ପ୍ରଧାନମନ୍ତ୍ରୀ ଆବାସକୁ ଯାଇଥିଲେ।

ଏମିତି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ଆବାସରେ ରହିଥିବା ଗରିବ ପରିବାରଙ୍କ ସୁରକ୍ଷାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ଦୀର୍ଘ ବର୍ଷର ପ୍ରତୀକ୍ଷା ପରେ ଛେଣ୍ଡ କଲୋନିରେ ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନ ହୋଇଛି। ପ୍ରଥମ ପର୍ଯ୍ୟାୟରେ ପାଞ୍ଚ ବସ୍ତି ବାସିନ୍ଦାଙ୍କୁ ଘର ମିଳିଛି।

ବୁଧବାର ଅପରାହ୍ନରେ ରୋହିତଙ୍କ ପୁଅ ସେରୁନ ଖେଳୁଥିଲେ। ହଠାତ ପ୍ରଧାନମନ୍ତ୍ରୀ ଆବାସ ତଳେ ଥିବା ଖୋଲା ପାଣି ଟାଙ୍କିରେ ଗଳି ପଡ଼ିଥିଲେ। ପରିବାର ଲୋକ ବହୁ ଖୋଜା ଖୋଜି କରିଥିଲେ ପାଇ ନ ଥିଲେ। ଶେଷରେ ଖୋଲା ପାଣି ଟାଙ୍କି ଭିତରେ ଶିଶୁ ଭାସୁଥିବା ଦେଖି କେହି ଜଣେ ଲୋକ ପରିବାର ଲୋକଙ୍କୁ ଖବର ଦେଇଥିଲେ।

 sundargarh | Accident

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe