ସମ୍ବଲପୁର ବିଶ୍ବବିଦ୍ୟାଳୟ ସଂଗରୋଧ କେନ୍ଦ୍ରରେ ଅବ୍ୟବସ୍ଥା, କରୋନା ଆକ୍ରାନ୍ତ ଛାତ୍ରୀଙ୍କ ଦୁଃଖ ବୁଝିଛି କିଏ ?

ସମ୍ବଲପୁର ବିଶ୍ବବିଦ୍ୟାଳୟ ଆର୍ଥିକ ଅନିୟମିତତା, ଏଥର ବି ଚାପିଦେବେ କି ସରକାର ! ‌

GetMyUni

ସମ୍ବଲପୁର : ପ୍ରଶାସନିକ ଭବନ ସମ୍ମୁଖରେ ଥିବା ଶତାଧିକ ଗଛକଟା ଯିବାକୁ ନେଇ ବିବାଦ ଘେରକୁ ଆସିଥିବା ସମ୍ବଲପୁର ବିଶ୍ବବିଦ୍ୟାଳୟ କତ୍ତୃର୍ପକ୍ଷଙ୍କ ଆଉ ଏକ ଦାୟିତ୍ବହୀନତା ସାମ୍‌ନାକୁ ଆସିଛି। କରୋନା ଆକ୍ରାନ୍ତ ଛାତ୍ରଛାତ୍ରୀଙ୍କୁ ସଂଗ‌ରୋଧରେ ରଖି ସେମାନଙ୍କ ଖାଦ୍ୟପେୟ ବ୍ୟବସ୍ଥା କରାଯାଇନଥିବା ଜଣାପଡ଼ିଛି।

ପ୍ରାପ୍ତ ସୂଚନା ଅନୁସାରେ, ସମ୍ବଲପୁର ବିଶ୍ବବିଦ୍ୟାଳୟ ସ୍ନାତକୋତ୍ତର ଶ୍ରେଣୀ ଏବଂ ସୁଇଟ୍‌ର କେତେକ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଏହି କରୋନା ଆକ୍ରାନ୍ତ ଛାତ୍ରଛାତ୍ରୀଙ୍କ ନିମନ୍ତେ ସଂଗରୋଧ କେନ୍ଦ୍ର କରାଯାଇଛି। ଛାତ୍ରୀମାନଙ୍କୁ ବିଶ୍ବବିଦ୍ୟାଳୟ ଏଚ୍ଆର୍‌ଡିସି ଅତିଥିଶାଳାରେ ରଖାଯାଇଥିବା ବେଳେ ଛାତ୍ରମାନଙ୍କ ନିମନ୍ତେ ଏଚ୍‌ଆର୍‌ଡିସି ଛାତ୍ରାବାସରେ ବ୍ୟବସ୍ଥା କରାଯାଇଛି। ଏହି ସଂଗ‌େରୋଧ କେନ୍ଦ୍ରରେ କିନ୍ତୁ ଖାଦ୍ୟପେୟର ବ୍ୟବସ୍ଥା କରାଯାଇ ନାହିଁ। ଖାଦ୍ୟପେୟର ବ୍ୟବସ୍ଥା ସେମାନଙ୍କ ଉପରେ ଛାଡ଼ି ଦିଆଯାଇଥିବା ଅଭିଯୋଗ ହୋଇଛି।

ବିଶ୍ବବିଦ୍ୟାଳୟ କତ୍ତୃର୍ପକ୍ଷ ସଂଗରୋଧ କେନ୍ଦ୍ରରେ ରଖିବା ବ୍ୟବସ୍ଥା କରି ନିଜ ଦାୟିତ୍ବ ସରିଗଲା ବୋଲି ଭାବୁଛି। କେତେକ ଛାତ୍ରୀ ଖାଦ୍ୟପେୟ ପାଇଁ ଅନ୍ୟ କେତେକ ଛାତ୍ରୀଙ୍କ ଉପରେ ନିର୍ଭର କରିବା ଭଳି ଦୟନୀୟ ସ୍ଥିତି ସୃଷ୍ଟି ହୋଇଛି। ଗୋଟିଏ ପଟେ କରୋନା ଆକ୍ରାନ୍ତ‌ ହେବା ଅନ୍ୟପଟେ ସଂଗରୋଧ କେନ୍ଦ୍ରରେ ଏଭଳି ଅବ୍ୟବସ୍ଥା ସେମାନଙ୍କ ଦୁଃଖଯାତନାକୁ ଦ୍ବିଗୁଣିତ କରିଦେଇଛି। ଏ ସଂକ୍ରାନ୍ତରେ ସୁଇଟ୍‌ର ନିର୍ଦ୍ଦେଶକ ପ୍ରଫେସର ନିହାର ଶତପଥୀଙ୍କୁ ପଚାରିବାରୁ ସେ କହିଲେ, ସେଠାରେ ଆମର ୬ ଜଣ ପିଲା ଥିବା ବେଳେ ସଂଗରୋଧ ସମୟ ସରିବା ତଥା ସୁସ୍ଥ ଥିବା କାରଣରୁ ୨ ଜଣ ଆଜି ବାହାରି ଘରକୁ ଗଲେଣି। ଅନ୍ୟ ୨ ଜଣ ଆସନ୍ତାକାଲି ଘରକୁ ଯିବେ। ପ୍ରତିଦିନ ହଷ୍ଟେଲରୁ ଦୈନିକ ୩ ଥର ସେମାନଙ୍କ ପାଇଁ ଖାଇବା ଯାଉଛି ବୋଲି କହିଥିଲେ। ଅନ୍ୟ ପଟେ ବିଶ୍ବବିଦ୍ୟାଳୟର ପିଜି କାଉନ୍‌ସିଲ ଅଧ୍ୟକ୍ଷ ତଥା ‌ହଷ୍ଟେଲର ୱାର୍ଡେନ କହିଛନ୍ତି, ମେସ୍‌ରୁ ଖାଇବା ଯାଉଛି। ଖାଇବା ଖର୍ଚ୍ଚ କିଏ ବହନ କରିବ, ଛାତ୍ରଛାତ୍ରୀ ନା ବିଶ୍ବବିଦ୍ୟାଳୟ ତାହା ପରେ ସ୍ଥିର କରାଯିବ ବୋଲି ପ୍ରଫେସର ବିଶ୍ବଜିତ ଶତପଥୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe