ଉମରକୋଟ ଉପଖଣ୍ଡ ହସ୍ପିଟାଲରେ ଅବ୍ୟବସ୍ଥା: ଶବ ବ୍ୟବଛେଦ ଗୃହକୁ ଆମ୍ବୁଲାନ୍ସ ଯିବା ପାଇଁ ରାସ୍ତା ନାହିଁ

ନବରଙ୍ଗପୁର ଜିଲ୍ଲାର ଉମରକୋଟ ଉପଖଣ୍ଡ ଚିକିତ୍ସାଳୟରେ ଥିବା ଶବ ବ୍ୟବଛେଦ ଗୃହ ନିକଟକୁ ଆମ୍ବୁଲାନ୍ସ ଯିବା ପାଇଁ କୌଣସି ରାସ୍ତାର ସୁବିଧା ନ ଥିବା ଯୋଗୁ ଶବକୁ ହସ୍ପିଟାଲ ଭିତରେ ଦେଇ ଆଣିବାକୁ ପଡୁଛି। ଫଳରେ ହସ୍ପିଟାଲକୁ ଆସୁଥିବା ରୋଗୀ ମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହେଉଛି...

Disorder at Umarkot Subdistrict Hospital

Disorder at Umarkot Subdistrict Hospital Photograph: (sambad.in)

ଉମରକୋଟ: ନବରଙ୍ଗପୁର ଜିଲ୍ଲାର ଉମରକୋଟ ଉପଖଣ୍ଡ ଚିକିତ୍ସାଳୟରେ ଥିବା ଶବ ବ୍ୟବଛେଦ ଗୃହ ନିକଟକୁ ଆମ୍ବୁଲାନ୍ସ ଯିବା ପାଇଁ କୌଣସି ରାସ୍ତାର ସୁବିଧା ନ ଥିବା ଯୋଗୁ ଶବକୁ ହସ୍ପିଟାଲ ଭିତରେ ଦେଇ ଆଣିବାକୁ ପଡୁଛି।  ଫଳରେ ହସ୍ପିଟାଲକୁ ଆସୁଥିବା ରୋଗୀ ମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହେଉଛି। ଉମରକୋଟ  ହସ୍ପିଟାଲ ଡିଏନକେ ପ୍ରକଲ୍ପ ଅମଳରେ କେନ୍ଦ୍ର ସରକାର ସ୍ଥାପନ କରିଥିଲେ।

ବର୍ତ୍ତମାନ ରାଜ୍ୟ ସରକାରଙ୍କ ଅଧୀନକୁ ଆସିବା ପରେ ଏହି ହସ୍ପିଟାଲ  ରାଇଘର, ଝରିଗାଁ ଓ ଚନ୍ଦାହାଣ୍ଡି  ବ୍ଲକ୍‌ର ଏକ ରେଫରାଲ ହସ୍ପିଟାଲରେ ପରିଣତ ହୋଇଛି। ଏଠାରେ ଏହି ୪ ବ୍ଲକ୍ ସମେତ ପଡ଼ୋଶୀ ଛତିଶଗଡ଼ରୁ ଦୈନିକ ୫ ଶହରୁ ଉର୍ଦ୍ଧ୍ବ ରୋଗୀ ଚିକିତ୍ସା ପାଇଁ ଏଠାକୁ ଆସୁଛନ୍ତି।

ତେବେ କୌଣସି ରୋଗୀଙ୍କର ମୃତ୍ୟୁ ହେଲେ କିମ୍ବା ବାହାରରୁ କୌଣସି ଶବ ବ୍ୟବଛେଦ ପାଇଁ ଆସିଲେ  ହସ୍ପିଟାଲ ଭିତରେ ଦେଇ ନେବାକୁ ପଡୁଛି। ହସ୍ପିଟାଲର ଶବ ବ୍ୟବଛେଦ ଗୃହ ହସ୍ପିଟାଲର ପଛ ପଟେ ରହିଛି। ବ୍ୟବଛେଦ ଗୃହ ନିକଟକୁ ଆମ୍ବୁଲାନ୍ସ  ଯିବା ପାଇଁ ରାସ୍ତା ନାହିଁ। ଫଳରେ ଶବକୁ ହସ୍ପିଟାଲ ଭିତରେ ଦେଇ ଆଣି ଆମ୍ବୁଲାନ୍ସରେ ରଖିବାକୁ ପଡୁଛି।  

ତୁରନ୍ତ ଶବ ବ୍ୟବଛେଦ ଗୃହ ନିକଟକୁ ଆମ୍ବୁଲାନ୍ସ ଯିବା ପାଇଁ ରାସ୍ତା ନିର୍ମାଣ କରାଯାଉ ବୋଲି ବରିଷ୍ଠ ବିଜେଡି ନେତା ଦେବୀ ସିଂ ମାଝି ଦାବି କରିଛନ୍ତି। ମେଡିକାଲ ସୁପରିଟେଡେଣ୍ଟ ଡାକ୍ତର ଶରତ ଚନ୍ଦ୍ର ସେଠୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଶବ ବ୍ୟବଛେଦ ଗୃହକୁ ଭଙ୍ଗା ଯାଇ ସେଠାରେ ହସ୍ପିଟାଲ ନିର୍ମାଣ କରାଯିବ ଓ ନୂତନ ଭାବେ ଅନ୍ୟ ସ୍ଥାନରେ ଶବ ବ୍ୟବଛେଦ ଗୃହ ନିର୍ମାଣ କରାଯିବ। 

Nabarangpur 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe