ରାସ୍ତା ନିର୍ମାଣ ପାଇଁ ଜମି ହରାଇଥିବା ବିସ୍ଥାପିତଙ୍କ ବିକ୍ଷୋଭ, ତିନି ଘଣ୍ଟା ରାସ୍ତା ଅବରୋଧ

Advertisment
ରାସ୍ତା ନିର୍ମାଣ ପାଇଁ ଜମି ହରାଇଥିବା ବିସ୍ଥାପିତଙ୍କ ବିକ୍ଷୋଭ, ତିନି ଘଣ୍ଟା ରାସ୍ତା ଅବରୋଧ

ଘଣ୍ଟାପଡା : କଣ୍ଟାମାଳ- ତରଭା ତେଲ ନଦୀ ସେତୁ ପାଇଁ ଜମି ହରାଇଥିବା ବିସ୍ଥାପିତମାନେ ସୋମବାର ସକାଳେ ରାସ୍ତା ଅବରୋଧ କରିଥିଲେ। ତେଲ ନଦୀ ସେତୁ ଆପ୍ରୋଚ ରାସ୍ତା ପାଇଁ ଘରୋଇ ଜମି ଅଧି ଗ୍ରହଣ ହୋଇଥିଲା। ଇତି ମଧ୍ୟରେ ସୋନପୁର ଜିଲ୍ଲା ତରଭା ତହସିଲର ସମସ୍ତ ପ୍ରଜାଙ୍କ ଜମି ଅଧିଗ୍ରହଣ ହୋଇ ସାରିଥିବା ବେଳେ ବ୍ରିଜ ସଂଲଗ୍ନ ଜମିର କ୍ଷତି ପୂରଣ ଆଜି ପର୍ଯ୍ୟନ୍ତ କ୍ଷତିଗ୍ରସ୍ତମାନେ ପାଇ ନାହାନ୍ତି। ଦୀର୍ଘ ଦିନର ଅପେକ୍ଷା ପରେ ସୋମବାର ବନ୍ଧକେଡା ଗ୍ରାମର ମୂରଲି ସାହୁ ଏବଂ ଜଗନ୍ନାଥ ସାହୁ ବ୍ରିଜ୍‌ ରାସ୍ତା ଅବରୋଧ କରିଥିଲେ। ବନ୍ଦ ଫଳରେ ସକାଳ ୬ ଟାରୁ ବ୍ରିଜ୍‌ର ଉଭୟ ପାର୍ଶ୍ବରେ ଶହଶହ ଗାଡ଼ି ଅଟକି ରହିଥିଲା। ଯାତାୟାତ ଏକ ପ୍ରକାର ଠପ୍‌ ହୋଇ ପଡ଼ିଥିଲା। ଏପରିକି ଅତି ଜରୁରୀ କାମରେ ଯାଉଥିବା ଲୋକମାନଙ୍କୁ ମଧ୍ୟ ଛାଡ଼ା ଯାଇ ନଥିଲା।

publive-image

ପରେ କଣ୍ଟାମାଳ ଥାନା ଓଆଇସି ରମାରଞ୍ଜନ ନାଏକ ଏବଂ ସୁବର୍ଣ୍ଣପୁର ଜିଲ୍ଲା କମସାରା ଥାନା ଅଧିକାରୀ ଅରକ୍ଷିତ ମାଝୀ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ଅବରୋଧକାରୀଙ୍କୁ ବୁଝାଇଥିଲେ। ପ୍ରାୟ ତିନି ଘଣ୍ଟା ଅର୍ଥାତ ୯ ଟାରେ ରାସ୍ତା ରୋକ ହଟିଥିଲା।

ସୂଚନାଯୋଗ୍ୟ ଯେ ବ୍ରିଜ ଆରମ୍ଭ ଦିନଠାରୁ ଜମି ଅଧି ଗ୍ରହଣ ସମସ୍ୟା ଲାଗି ରହିଥିଲା। ଏଥି ପାଇଁ ପ୍ରଶାସନ ପକ୍ଷରୁ ଅବହେଳା କରାଯାଇଥିବା ଅଭିଯୋଗ ହୋଇଥିଲା। କ୍ଷତିପୂରଣ ପ୍ରଦାନରେ ବିଳମ୍ବ କାରଣରୁ ଉଭୟ ପାର୍ଶର ଜମି ଅଧିଗ୍ରହଣରେ ଅନେକ ସାମସ୍ୟା ଦେଖା ଦେଉଥିଲା। ଏଥିପାଇଁ ସାଧାରଣ ଜନତା ଅସୁବିଧାର ସମ୍ମୁଖୀନ ହେଉଥିବା ବୁଦ୍ଧିଜଜୀବୀଙ୍କ ମହଲରେ ଆଲୋଚନା ହେଉଛି। ଅବଶିଷ୍ଟ ଜମି ଅଧିଗ୍ରହଣ ସମସ୍ୟାକୁ ଶୀଘ୍ର ଶେଷ କରିବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe