ଭାଗଚାଷକୁ ନେଇ ବିବାଦ: ବଡ଼ଭାଇ ଉପରକୁ ଗୁଳିମାଡ଼, ସାନଭାଇ ଗିରଫ, ୪ ସହଯୋଗୀ ଫେରାର

ଜମି ଭାଗଚାଷକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚିଲା। ଏଥିରେ ଉତ୍‌କ୍ଷୀପ୍ତ ହୋଇ ବଡ଼ଭାଇ ଉପରକୁ ଗୁଳିମାଡ଼ କଲା ସାନଭାଇ। ହେଲେ ବଡ଼ଭାଇ ଅଳ୍ପକେ ବର୍ତ୍ତିଯାଇଛନ୍ତି।

shffshfsxvb

ରାସଗୋବିନ୍ଦପୁର/ମାଣିଦା: ଜମି ଭାଗଚାଷକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚିଲା। ଏଥିରେ ଉତ୍‌କ୍ଷୀପ୍ତ ହୋଇ ବଡ଼ଭାଇ ଉପରକୁ ଗୁଳିମାଡ଼ କଲା ସାନଭାଇ। ହେଲେ ବଡ଼ଭାଇ ଅଳ୍ପକେ ବର୍ତ୍ତିଯାଇଛନ୍ତି। ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅଧୀନ ରାଘବପୁର ପଞ୍ଚାୟତ ମାଣିକପୁର ଗ୍ରାମରେ ଘଟିଛି ଏପରି ଘଟଣା। ମାଣିକପୁର ଗ୍ରାମର ଦିଲ୍ଲୀପ କୁମାର ଗିରି (୪୦)ଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ କକାପୁଅ ଭାଇ ଗୋକୁଳାନନ୍ଦ ଗିରି ବହୁବର୍ଷ ହେବ ଜଣକର ଜମି ଭାଗଚାଷ କରୁଥିଲେ। ହେଲେ ଚଳିତ ବର୍ଷଠାରୁ ଗୋକୁଳାନନ୍ଦଙ୍କ ପରିବର୍ତ୍ତେ ଦିଲ୍ଲୀପଙ୍କୁ ଉକ୍ତ ଜମି ଚାଷ କରିବାକୁ ଦେଇଥିଲେ ଜମି ମାଲିକ। ଯାହାକୁ ନେଇ ଦୁଇଭାଇଙ୍କ ମଧ୍ୟରେ ବିବାଦର ସୂତ୍ରପାତ ହୋଇଥିଲା। ପ୍ରତିଶୋଧ ପରାୟଣ ହୋଇ ଦିଲ୍ଲୀପ ଓ ତାଙ୍କ ପରିବାର ସଦସ୍ୟକୁ ହତ୍ୟା କରିବାକୁ ଯୋଜନା କରିଥିଲେ ଗୋକୁଳାନନ୍ଦ।

ଶନିବାର ଦିନ ରାତି ପ୍ରାୟ ସାଢ଼େ ୧୧ଟା ସମୟରେ ଗୋକୁଳାନନ୍ଦ ୪ ଜଣ ସହଯୋଗୀଙ୍କୁ ଧରି ଦିଲ୍ଲୀପଙ୍କ ଘର ପାଖରେ ପହଞ୍ଚି ବାହାରକୁ ଆସିବା ପାଇଁ ଡାକ ଛାଡ଼ିଥିଲେ। ଦିଲ୍ଲୀପ ବାହାରକୁ ଆସୁଥିବା ବେଳେ ଗୋକୁଳାନନ୍ଦ ତାଙ୍କ ଉପରକୁ ଗୋଟିଏ ରାଉଣ୍ଡ ଗୁଳି ଚଳାଇଥିଲେ। ହେଲେ ଗୁଳିଟି ଲକ୍ଷ୍ୟଚ୍ୟୁତ ହୋଇଥିଲା। ଅନ୍ୟପଟେ ଗୁଳି ଶବ୍ଦ ଶୁଣି ଦିଲ୍ଲୀପଙ୍କ ପରିବାର ଲୋକେ କବାଟ ବନ୍ଦ କରି ଦେଇଥିଲେ। ଦିଲ୍ଲୀପ ତୁରନ୍ତ ୧୧୨କୁ କଲ୍‌ କରି ପୁଲିସ ସହାୟତା ମାଗିଥିଲେ। ରାସଗୋବିନ୍ଦପୁର ଥାନା ଆଇଆଇସି ପଦ୍ମଲୋଚନ ପାଣିଗ୍ରାହୀ ଟିମ୍‌ ସହ ପହଞ୍ଚି ଦିଲ୍ଲୀପଙ୍କ ଘର ପାଖରେ ସାରା ରାତି ପହରା ଦେଇଥିଲେ। ଆଜି ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ପୁଲିସ ତଦନ୍ତ କରିବା ସହ ଗୋଟିଏ ଖୋକା ଓ ଗୋଟିଏ ଜୀବନ୍ତ ଗୁଳି ଜବତ କରିଛି। ଗୋକୁଳାନନ୍ଦଙ୍କୁ ଗିରଫ କରାଯାଇଥିବା ବେଳେ ତାଙ୍କ ସହଯୋଗୀମାନେ ଫେରାର ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe