House work adjourned till 4 pm Photograph: (sambad.in)
ଭୁବନେଶ୍ବର: ବିଧାନସଭାରେ ବୁଧବାର ବିରୋଧୀ ଦଳ ସଦସ୍ୟଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁ ଗୃହକାର୍ଯ୍ୟକୁ ବାଚସ୍ପତି ସୁରମା ପାଢ଼ୀ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି। ବିରୋଧୀ ଦଳ କଂଗ୍ରେସ ଏବଂ ବିଜେଡ଼ି ସଦସ୍ୟମାନେ ବାଚସ୍ପତିଙ୍କ ପୋଡିୟମ ନିକଟକୁ ଆସି ହଟ୍ଟଗୋଳ କରିଥିଲେ।
ମିସନ ଶକ୍ତିକୁ ବନ୍ଦ କରିବା ପାଇଁ ଶାସକ ଦଳ ବିଜେପି ଯୋଜନା କରୁଥିବା ବିଜେଡ଼ି ସଦସ୍ୟମାନେ ଅଭିଯୋଗ କରିବା ସହିତ ଗୃହ ମୁଲତବି ପରେ ବିଧାନସଭା ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ମୃର୍ତ୍ତି ତଳେ ଧାରଣା ଦେଇଛନ୍ତି।
ଅଧିକ ପଢ଼ନ୍ତୁ: ରହସ୍ୟମୟ ପରିସ୍ଥିତିରେ ନାବାଳକ ଜୀବନ୍ତ ଦଗ୍ଧ
ମିସନ ଶକ୍ତି ମହିଳାଙ୍କ ଦାବି ପୂରଣ କରିବା ପାଇଁ ବିଜେପି ସରକାର କୌଣସି ପଦକ୍ଷେପ ଗ୍ରହଣ କରୁ ନଥିବା ବିଜେଡ଼ି ପକ୍ଷରୁ କୁହାଯାଇଛି। ସେହିପରି କଂଗ୍ରେସ ପକ୍ଷରୁ ତାରା ପ୍ରସାଦ ବାହିନୀପତି ବାଚସ୍ପତିଙ୍କ ପୋଡିୟମ ନିକଟରେ ଅନ୍ୟ ସଦସ୍ୟଙ୍କ ସହିତ ମିଶି ରାଜ୍ୟର ମହିଳାଙ୍କୁ ନ୍ୟାୟ ପ୍ରଦାନ କରାଯାଉ ବୋଲି ସ୍ଲୋଗାନ ଦେଇଥିଲେ।
ମିସନ ଶକ୍ତିକୁ ଗୈରିକରଣ କରିବା ବନ୍ଦ କର, ମହିଳାଙ୍କୁ ନ୍ୟାୟ ଦେବା ଦାବି ନେଇ, ବିଜେଡ଼ି ଏବଂ କଂଗ୍ରେସ ସଦସ୍ୟମାନେ ପୋଡିୟମ ନିକଟରେ ନାରାବାଜି କରିଥିବାର ଦେଖିବାକୁ ମିଳିଥିଲା.
ଅଧିକ ପଢ଼ନ୍ତୁ: ଖୁବଶୀଘ୍ର ୯ ବର୍ଷରୁ ୧୬ ବର୍ଷର ଝିଅମାନଙ୍କୁ ଦିଆଯିବ କ୍ୟାନ୍ସର୍ ଟୀକା
Follow Us