ବରଗଡ଼ ଜିଲ୍ଲାରେ ଧାନକିଣା ବିଭ୍ରାଟ, ଯୋଗାଣ କାର୍ଯ୍ୟାଳୟରେ ବିକ୍ଷୋଭ

Advertisment
ବରଗଡ଼ ଜିଲ୍ଲାରେ ଧାନକିଣା ବିଭ୍ରାଟ, ଯୋଗାଣ କାର୍ଯ୍ୟାଳୟରେ ବିକ୍ଷୋଭ

ବରଗଡ଼ : ଜିଲ୍ଲାରେ ଧାନକିଣା ଅଚଳାବସ୍ଥା ନେଇ ବିଭିନ୍ନ ସ୍ଥାନରେ ଆନ୍ଦୋଳନ କ୍ରମାଗତ ଭାବେ ଚାଲିଛି। ଏହି ପ୍ରକ୍ରିୟାରେ ବିଜେପି ସାମିଲ ହୋଇଛି। ଜିଲ୍ଲା ସାଧାରଣ ସମ୍ପାଦକ ରବି ନାରାୟଣ ଦାଶଙ୍କ ନେତୃତ୍ୱରେ ଦଳ ସ୍ଥାନୀୟ ଯୋଗାଣ ବିଭାଗ କାର୍ଯ୍ୟାଳୟ ଘେରାଉ କରିଛି। ଭିତରେ ଥିବା ସବୁ କର୍ମଚାରୀ ବାହାରକୁ ଆସିବା ପରେ ତାଲା ମରାଯାଇଥିଲା। ମଣ୍ଡିରେ ପଡ଼ିଥିବା ସବୁ ଧାନ କିଣିବା, କଟନି ଛଟନି ବନ୍ଦ ଏବଂ ଟୋକନ୍‌ ବ୍ୟବସ୍ଥା ଉଚ୍ଛେଦ କରିବାକୁ ଦାବି ହୋଇଛି।

ଅନ୍ୟପକ୍ଷରେ ଉତ୍ତରାଂଚଳ ରାଜସ୍ବ କମିସନର୍‌ଙ୍କ ମତମନ୍ତବ୍ୟକୁ ସମ୍ବଲପୁର ଟାଉନ ଥାନାରେ ଦଳ ତରଫରୁ ଦିଆଯାଇଥିବା ଧାରଣା ସମର୍ଥନରେ ବରଗଡ଼ରେ ଧାରଣା ଏବଂ ବିକ୍ଷୋଭ ହୋଇଥିଲା। ପରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ, ବରିଷ୍ଠ ନେତା ସୌରୀଚରଣ ବାରିକ, ସୁଶାନ୍ତ ମିଶ୍ର, ସୁବ୍ରତ ହୋତା, ଯଦୁମଣି ଦାଶ, ଅବନିକାନ୍ତ ପଣ୍ଡା, କୁଶ କୁମ୍ଭାର, ନବ କିଶୋର ପାଣିଗ୍ରାହୀ, କିଶୋର ଦାଶ, ଈଶ୍ୱର ବାଗ, ମହେନ୍ଦ୍ର ମହାପାତ୍ର, ମହେଶ ଦାଶ, ଅଜିତ ଦାଶ, ଘନଶ୍ୟାମ ସାହୁ, ଦୀପକ ଜୈନ, ଦୀପକ ଅଗ୍ରୱାଲ, ମମତା ଅଗ୍ରୱାଲ, ସୀମା ସିଂ, ପୂଜା ମହାପାତ୍ର, ମଧୁ ଜୈନ,ଗୀତା ସେଠ, ଅନ୍ବେଷ ପଧାନ, ବିକାଶ ସାହୁ, ଲାଲୁ ପଧାନ, ପିଙ୍କୁ ମେହେର, ବ୍ରଜ ଭାଇଙ୍କୁ ପୁଲିସ୍‌ ଉଠାଇ ନେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe