OAS: ଓଏଏସ୍‌ ଆଶାୟୀଙ୍କ ଭିତରେ ଅସନ୍ତୋଷ: ମେଧାବୀଙ୍କ ଭାଗ୍ୟ ସହ ଖେଳୁଛନ୍ତି ସରକାର, ସ୍ପଷ୍ଟୀକରଣ ଦାବି

Advertisment

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା-୨୦୨୫ ପାଇଁ ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଆଶାୟୀଙ୍କୁ ଝଟ୍‌କା ଦେଇଛି। ୭ଟି ସେବାରେ ୩୧୪ ପଦବିରେ ପରୀକ୍ଷା ପାଇଁ ନିଷ୍ପତ୍ତି ହୋଇଛି।

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା-୨୦୨୫ ପାଇଁ ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଆଶାୟୀଙ୍କୁ ଝଟ୍‌କା ଦେଇଛି। ୭ଟି ସେବାରେ ୩୧୪ ପଦବିରେ ପରୀକ୍ଷା ପାଇଁ ନିଷ୍ପତ୍ତି ହୋଇଛି।

adgdgdgd

Photograph: (Career Power)

ଭୁବନେଶ୍ବର: ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା-୨୦୨୫ ପାଇଁ ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଆଶାୟୀଙ୍କୁ ଝଟ୍‌କା ଦେଇଛି। ୭ଟି ସେବାରେ ୩୧୪ ପଦବିରେ ପରୀକ୍ଷା ପାଇଁ ନିଷ୍ପତ୍ତି ହୋଇଛି। ମାତ୍ର ଏଥିରେ ଓଏଏସ୍‌, ଓଆରଏସ୍‌ ଓ ଓଏଫ୍‌ଏସ୍‌ ପାଇଁ ଗୋଟିଏ ପଦ ବି ବାହାରିନାହିଁ। ଫଳରେ ଯେଉଁମାନେ ବର୍ଷ ବର୍ଷ ଧରି ସଂଘର୍ଷ କରି ଓଡ଼ିଶା ପ୍ରଶାସନିକ ଅଧିକାରୀ ହେବା ପାଇଁ ସ୍ବପ୍ନ ଦେଖିଥିଲେ ସେମାନଙ୍କ ସ୍ବପ୍ନ ଧୂଳିସାତ ହୋଇଯାଇଛି। ମେଧାଙ୍କ ସହ ସରକାର ଖେଳ ଖେଳୁଛନ୍ତି ବୋଲି ଅଭିଯୋଗ ହୋଇଛି। ଓଏଏସ୍‌, ଓଆରଏସ୍‌ ଓ ଓଏଫ୍‌ଏସ୍‌ ପଦକୁ ବାଦ୍ ଦେଇ ଓପିଏସ୍‌ସି ବିଜ୍ଞପ୍ତି ଜାରି କରିବା ପଛରେ ପ୍ରମୁଖ କାରଣ ହେଉଛି ରାଜସ୍ବ ଓ ସାଧାରଣ ପ୍ରଶାସନ ବିଭାଗର ଅପାରଗତା। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରସ୍ତୁତ ହେଉଥିବା ଓଡ଼ିଶା ସିଭିଲ ସର୍ଭିସ କ୍ୟାଡର ରୁଲ୍‌କୁ ଅର୍ଥ ଓ ରାଜସ୍ବ ବିଭାଗ ମାନିନାହାନ୍ତି। ନିୟମକୁ ଉଲ୍ଲଂଘନ କରି ମନଇଚ୍ଛା କ୍ୟାଡରକୁ ପଦୋନ୍ନତି ଦେଇଥିବାରୁ ମାମଲା କୋର୍ଟରେ ପହଞ୍ଚିଛି। ଫଳରେ ଏହି ୩ ପଦବି ପାଇଁ ଗୋଟିଏ ବି ପଦ ବାହାରିନାହିଁ। ତେବେ ସରକାରଙ୍କ ଦୁଇ ବିଭାଗର ଏଭଳି ତ୍ରୁଟିକୁ ନେଇ ଆଶାୟୀ ଓ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।

ଆଶାୟୀମାନଙ୍କ କହିବା କଥା, ଯେଉଁମାନେ ଓପିଏସ୍‌ସି ପାଇଁ ପ୍ରସ୍ତୁତ ହେଉଛନ୍ତି ସେମାନଙ୍କ ମନରେ ଓଏଏସ୍‌ ଅଧିକାରୀ ହେବାର ସ୍ବପ୍ନ ରହିଥାଏ। ଯଦି ଓଏଏସ୍‌ ଅଧିକାରୀ ହୋଇପାରିବେ ନାହିଁ ତାହେଲେ ଜଣେ ଆଶାୟୀ ଭାଙ୍ଗି ପଡ଼ିବା ସ୍ବାଭାବିକ। ବିନା ଆଇଏଏସ୍‌ ପଦବିରେ ୟୁପିଏସ୍‌ସି ପରୀକ୍ଷା ହେବା ଯାହା ଓଏଏସ୍‌ ବିନା ଓପିଏସ୍‌ସି ପରୀକ୍ଷା ହେବା ସେୟା। ୟୁପିଏସ୍‌ସିରେ ପ୍ରତିବର୍ଷ ପଦବି ସଂଖ୍ୟାରେ ସମାନତା ରହୁଥିବା ବେଳେ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ଏଭଳି ସମାନତା ରହୁନାହିଁ। କେଉଁ ବର୍ଷ ଅଧିକ ତ ଆଉ କେଉଁ ବର୍ଷ କମ୍। ଯାହାଫଳରେ ପରୀକ୍ଷାର୍ଥୀ ଦ୍ବନ୍ଦ୍ବରେ ରହୁଛନ୍ତି। ଏହାସହ ବିଗତ ୩୦ବର୍ଷ ଧରି ଏଭଳି କୌଣସି ଓସିଏସ୍‌ ପରୀକ୍ଷା ହୋଇନାହିଁ, ଯେଉଁଥିରେ ଓଏଏସ୍‌, ଓଏଫ୍‌ଏସ୍‌ ଭଳି ପଦବି ନ ଥିଲା। ଚଳିତବର୍ଷ କ’ଣ ପାଇଁ ବ୍ୟତିକ୍ରମ ହେଲା ତାହାର ସ୍ପଷ୍ଟୀକରଣ ଦିଆଯିବା ଦରକାର। ଏଭଳି ତରବରିଆ ବିଜ୍ଞପ୍ତି ପ୍ରକାଶ ପାଇବା ପଛରେ ସ୍ବଚ୍ଛତାର ଅଭାବ ରହିଛି। ଯୁବପିଢ଼ିଙ୍କ ଆଶା ଆକାଂକ୍ଷାକୁ ନଜରେ ରଖି ସରକାର ଏକ ବାଟ ବାହାର କରନ୍ତୁ ବୋଲି ବହୁ ସଚେତନ ନାଗରିକ ଦାବି କରିଛନ୍ତି।  

ସେହିପରି ସରକାରଙ୍କ ଏଭଳି ପଦକ୍ଷେପକୁ ସମାଲୋଚନା କରିଛି ଯୁବ ଛାତ୍ର କ୍ରାନ୍ତି ସେନା। କ୍ରାନ୍ତି ସେନାର ଆବାହକ ପାର୍ଥ ସାରଥୀ ମୁଦୁଲି କହିଛନ୍ତି, ଏହା ଆଶାୟୀଙ୍କ ପ୍ରତି ସରକାରୀ ଉପହାସ। ଓଡ଼ିଶାରେ ପ୍ରଥମ ଥର ବିନା ଓଏଏସ୍ ପଦବି ବିନା ସିଭିଲ ସର୍ଭିସ ବିଜ୍ଞପ୍ତି ବାହାରିଛି। ଏହାସହ ଓଏଫଏସ୍ କି ଓଆରଏସ୍ ନାହିଁ। କେବଳ ଓପିଏସ୍‌ର ୧୨ଟା ପଦବି ପାଇଁ ବିଜ୍ଞପ୍ତି ବାହାରିଛି। ବିନା ପଦବିରେ କିଭଳି ପରୀକ୍ଷା ହେବ ବୋଲି ସେ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe