ଟିକାକରଣ କେନ୍ଦ୍ରରେ ଅବ୍ୟବସ୍ଥା ଯୋଗୁଁ ସାଧାରଣରେ ଅସନ୍ତୋଷ

Advertisment
ପୁରୁଷ ପ୍ରଜନନ କ୍ଷମତା ଉପରେ ଟିକାର ପ୍ରଭାବ ନାହିଁ: ଅନୁଧ୍ୟାନ

India TV News

ବିନିକା : ବିନିକା ସିଏଚ୍‌ସି କୋଭିଡ୍‌ ଟିକା କେନ୍ଦ୍ରରେ ସୋମବାର ପ୍ରବଳ ଜନ ଅସନ୍ତୋଷ ଦେଖା ଦେଇଥିଲା। ପ୍ରଥମ ଡୋଜ୍‌ କିଂବା ଦ୍ବିତୀୟ ଡୋଜ୍‌ ଟିକା ଦିଆଯିବ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ କୌଣସି ସୂଚନା ଦିଆଯାଇନଥିଲା। ଟିକାକରରଣ ଦାୟିତ୍ବରେ ଥିବା ଅଧିକାରୀଙ୍କ ଅନେକ ସମୟ ଯାଏ ଦେଖା ମିଳିନଥିଲା। ଏହାସହ କେନ୍ଦ୍ରରେ ଲୋକମାନଙ୍କ ପାଇଁ କୌଣସି ସୁବିଧା କରାଯାଇନଥିବାରୁ ଅସନ୍ତୋଷ ଦେଖାଦେଇଥିଲ। ଲୋକେ ପାଟି ତୁଣ୍ଡ ଏବଂ ହୋ ହଲ୍ଲା କରିବାରୁ ପରିସ୍ଥିତ ଏକ ପ୍ରକାର ଅଣାୟତ ହୋଇପଡ଼ିଥିଲା।

ପରେ ବୀରମହାରାଜପୁର ବିଧାୟକ ତଥା ମନ୍ତ୍ରୀଙ୍କ ପାଖକୁ ସୂଚନା ଦିଆଯାଇଥିଲାା। ଜିଲ୍ଲାପାଳ, ସିଡିଏମଓଙ୍କ ପର୍ଯ୍ୟନ୍ତ କଥା ପହଞ୍ଚିଥିବା ପରେ ସିଏଚ୍‌ସି କର୍ତ୍ତୃପକ୍ଷ ଲୋକମାନଙ୍କୁ ସବିଶେଷ ସୂଚନା ଦେଇଥିଲେ। ପ୍ରଥମେ ଦ୍ବିତୀୟ ଡୋଜ୍‌ ନେବାକୁ ଥିବା ଲୋକଙ୍କୁ ଟିକା ଦିଆଯିବ। ଏହାପରେ ପ୍ରଥମ ଡୋଜ୍‌ ନେବାକୁ ଥିବା ଲୋକମାନଙ୍କୁ ଟିକା ଦିଆଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲ। ସୋମବାର କେନ୍ଦ୍ରରେ ୧୦୦ ଡୋଜ୍‌ ଟିକା ଦିଆଯିବାର ବ୍ୟବସ୍ଥ ହୋଇଥିଲା।

ଅନ୍ୟପକ୍ଷେ କୋଭିଡ୍‌ ଟିକା ନେବା ବାହାନାରେ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା। ସେଠାରେ କେହି ବି ସାମାଜିକ ଦୂରତା ରଖୁନଥିଲେ। ସରକାରଙ୍କ ସମସ୍ତ ନିୟମକୁ ଏଠାରେ ଉଲ୍ଲଂଘନ କରାଯାଉଥିଲା। ମେଡିକାଲ୍‌ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଏଭଳି ଭିଡ଼ ଜମୁଥିବା ଅଭିଯୋଗ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe