ବବିଙ୍କ ବେଲଗାମ୍‌ ତୁଣ୍ଡକୁ ନେଇ ଅସନ୍ତୋଷ ବଢ଼ୁଛି: ଯୋଡ଼ୁଛନ୍ତି ନା ବିଗାଡ଼ୁଛନ୍ତି

Advertisment

ଲଗାତାର ୭ ଥର ଜିତିଛନ୍ତି ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ। ଏଥର ସର୍ବାଧିକ ଭୋଟ୍ ବ୍ୟବଧାନରେ ଜିତିବାର ରେକର୍ଡ କରିଛନ୍ତି ବରୀ ବିଧାୟକ ବିଶ୍ବରଞ୍ଜନ ମଲ୍ଲିକ। କିନ୍ତୁ ଏ ଦୁଇ ଜଣ ଯାଜପୁର ଜିଲ୍ଲା ବିଜେଡିର କିଛି ନୁହଁ! ବଡ଼ଚଣାରୁ ୬ ଥର ଜିତିଥିବା ଅମର ଶତପଥୀଙ୍କର...

ଲଗାତାର ୭ ଥର ଜିତିଛନ୍ତି ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ। ଏଥର ସର୍ବାଧିକ ଭୋଟ୍ ବ୍ୟବଧାନରେ ଜିତିବାର ରେକର୍ଡ କରିଛନ୍ତି ବରୀ ବିଧାୟକ ବିଶ୍ବରଞ୍ଜନ ମଲ୍ଲିକ। କିନ୍ତୁ ଏ ଦୁଇ ଜଣ ଯାଜପୁର ଜିଲ୍ଲା ବିଜେଡିର କିଛି ନୁହଁ! ବଡ଼ଚଣାରୁ ୬ ଥର ଜିତିଥିବା ଅମର ଶତପଥୀଙ୍କର...

କର୍ମୀଙ୍କୁ ନିର୍ବାଚନୀ ମନ୍ତ୍ର ଦେଲେ ପ୍ରଣବ ପ୍ରକାଶ: ଘରେ ଘରେ ପହଞ୍ଚୁ ନବୀନଙ୍କ ବିକାଶ ବାର୍ତ୍ତା

ଭୁବନେଶ୍ବର: ଲଗାତାର ୭ ଥର ଜିତିଛନ୍ତି ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ। ଏଥର ସର୍ବାଧିକ ଭୋଟ୍ ବ୍ୟବଧାନରେ ଜିତିବାର ରେକର୍ଡ କରିଛନ୍ତି ବରୀ ବିଧାୟକ ବିଶ୍ବରଞ୍ଜନ ମଲ୍ଲିକ। କିନ୍ତୁ ଏ ଦୁଇ ଜଣ ଯାଜପୁର ଜିଲ୍ଲା ବିଜେଡିର କିଛି ନୁହଁ! ବଡ଼ଚଣାରୁ ୬ ଥର ଜିତିଥିବା ଅମର ଶତପଥୀଙ୍କର ବି ବିଜେଡି ପ୍ରତି କିଛି ଅବଦାନ ନାହିଁ। ଦିନରାତି ସଂଗଠନ କରିଥିବା ଅନ୍ୟ ନେତାମାନେ ବି ତୁଚ୍ଛ। ‌କେବଳ ହାରିଥିବା ତିନି ନେତା ହିଁ ଯାଜପୁର ବିଜେଡିର ସର୍ବେସର୍ବା। 

ଏ ଅଭିଯୋଗ ଆମର ନୁହେଁ। ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ଦେଇଥିବା ମନ୍ତବ୍ୟକୁ ନେଇ ରାଜ୍ୟ ରାଜନୀତିରେ ଏମିତି ଚର୍ଚ୍ଚା ଚାଲିଛି। ଯାଜପୁର ବିଜେଡି କହିଲେ ପ୍ରଣବ ପ୍ରକାଶ ଦାସ (ବବି), ପ୍ରଣବ ବଳବନ୍ତରାୟ (ଜିତୁ) ଓ ପ୍ରୀତିରଞ୍ଜନ ଘଡ଼ାଇ(ଡାନି)ଙ୍କୁ ବୁଝାଏ ବୋଲି ନିଜେ ବବି ଖୋଲା ମଞ୍ଚରେ କହିଛନ୍ତି। ଏହି ତିନି ଜଣ ଯାକ ଏଥର ନିର୍ବାଚନ ମଇଦାନରେ ଚିତ୍‌ପଟ୍ଟାଙ୍ଗ୍‌ ମାରିଛନ୍ତି। ଏହା ସତ୍ତ୍ବେ ବବି ଏବେ ମଧ୍ୟ ନିଜକୁ ବିଜେଡିର ସର୍ବେସର୍ବା ବୋଲି ଭାବି ଅନ୍ୟମାନଙ୍କୁ ନିଚ୍ଚା ଦେଖାଇବାକୁ ଚେଷ୍ଟା କରୁଛନ୍ତି ବୋଲି ଦଳୀୟ ମହଲରେ ଚର୍ଚ୍ଚା ହେଉଛି। ବିଜେଡିକୁ ସେ ଯୋଡ଼ୁଛନ୍ତି ନା ଆଉ କିଛି ଯୋଜନା ରଖି ସଂଗଠନକୁ ବିଗାଡ଼ୁଛନ୍ତି, ତାହାକୁ ନେଇ ସନ୍ଦେହ ବଢ଼ିଲାଣି। ଏହି ତିନି ଜଣ ଏକାଠି ଅଛନ୍ତି ବୋଲି ଦିଆଯାଇଥିବା ବାର୍ତ୍ତାକୁ କେହି ସହଜରେ ହଜମ କରିପାରୁ ନାହାନ୍ତି। ବବି ଓ ଡାନିଙ୍କ ମଧ୍ୟରେ ସମ୍ପର୍କ କ’ଣ, ତାହା କାହାରିକୁ ଅଛପା ନାହିଁ। ଗତ ନିର୍ବାଚନ ସମୟରେ କୋରେଇ ଓ ସୁକିନ୍ଦାରେ ଉଭୟ ପରସ୍ପର ବିରୋଧରେ ଲାଗିଥିଲେ ବୋଲି ଚର୍ଚ୍ଚା ହୋଇଥିଲା। ପରସ୍ପରର ଗୋଚ୍ଛି କଟାକଟି ଯୋଗୁ ବବିଙ୍କ ମା’ ସନ୍ଧ୍ୟାରାଣୀ ଦାସ ଓ ପ୍ରୀତିରଞ୍ଜନ ଘଡ଼ାଇ ଉଭୟ ହାରି ଯାଇଥିଲେ। ଏପରିକି ଉଭୟ ନବୀନ ନିବାସରେ ମୁହାଁମୁହିଁ ହୋଇଥିବା

 ଘଟଣା ମଧ୍ୟ ପ୍ରଘଟ ହୋଇଯାଇଥିଲା। କିନ୍ତୁ ଏବେ କେଉଁ ବିଶେଷ କାରଣ ପାଇଁ ବବି ତିନି ଜଣଙ୍କୁ ଏକାଠି ଦେଖାଇବାକୁ ଚେଷ୍ଟା କରୁଛନ୍ତି? ବବିଙ୍କ କଥାରେ ଜିତୁ ଓ ଡାନିଙ୍କର ସମ୍ମତି ଅଛି ତ? 
କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ଚଣା ଗସ୍ତରେ ଯାଇଥିଲା ବେଳେ ଯାଜପୁର ଜିଲ୍ଲାର ୩ ପରିବାରକୁ ଟାର୍ଗେଟ୍ କରିଥିଲେ। ତିନି ପରିବାରର ନାମ ନେଇ ନଥିଲେ ବି ତାହା ବବି-ଜିତୁ-ଡାନିଙ୍କ ପରିବାର ପ୍ରତି ତାଙ୍କର ଇଙ୍ଗିତ ଥିଲା ବୋଲି ସ୍ପଷ୍ଟ ହୋଇଥିଲା। ଏହାର ଜବାବ ଦେବାକୁ ଯାଇ ବବି ଏମିତି କହିଥାଇପାରନ୍ତି ବୋଲି କୁହାଯାଉଛି। ଯେହେତୁ ଶାସକ ଦଳ ଟାର୍ଗେଟ୍‌ରେ ବବି ଅଧିକାଂଶ ସମୟ ରହୁଛନ୍ତି, ତେଣୁ ସେ ଅନ୍ୟ ଦୁଇ ଜଣଙ୍କୁ ନିଜ ପାଖକୁ ଟାଣି ସେମାନଙ୍କୁ ବି ଅଡ଼ୁଆରେ ପକାଇବାକୁ ଚେଷ୍ଟା କରୁଥିବା କୁହାଯାଉଛି। ଏପଟେ ବବିଙ୍କ ମନ୍ତବ୍ୟକୁ କେବଳ ଯାଜପୁର ଜିଲ୍ଲାର ବିଜେଡି ନେତା ନୁହନ୍ତି, ଦଳର କୌଣସି ବରିଷ୍ଠ ନେତା ଗ୍ରହଣ କରିପାରୁ ନାହାନ୍ତି। ଏହା ଦ୍ବାରା ଦଳର ସାଂଗଠନିକ ସ୍ଥିତି ଅଧିକ ବିଗିଡ଼ିବାର ଆଶଙ୍କା ରହିଥିିବାର ସେମାନେ ମତ ଦେଇଛନ୍ତି।  

ଦଳର ବରିଷ୍ଠ ନେତାମାନେ ଖୋଲାଖୋଲି ଅଭିଯୋଗ କଲେଣି ଯେ ନିର୍ବାଚନରେ ପରାଜୟ ପରେ ବି ପାଣ୍ଡିଆନ ଓ ବବିଙ୍କ ନିୟନ୍ତ୍ରଣରେ ହିଁ ବିଜେଡି ଅଛି। ପାଣ୍ଡିଆନ ଆଗକୁ ଆସୁ ନଥିଲେ ହେଁ ବବିଙ୍କ ମାଧ୍ୟମରେ ହିଁ ସାଂଗଠନିକ କାର୍ଯ୍ୟ ଚଳାଇଛନ୍ତି। ଶଙ୍ଖ ଭବନରେ ବିଭିନ୍ନ ବୈଠକରେ ବବି ହିଁ ମାମଲତ୍‌କାର ସାଜିଛନ୍ତି। ଏହାକୁ ନେଇ ଦଳର ବରିଷ୍ଠ ନେତାମାନଙ୍କ ଭିତରେ ଅସନ୍ତୋଷ କୁହୁଳୁଛି। କୌଣସି ପରିସ୍ଥିତିରେ ସେମାନେ ବବିଙ୍କ ମନମାନିକୁ ସହିବା ସ୍ଥିତିରେ ନାହାନ୍ତି। ବବିଙ୍କ ସାଂଗଠନିକ ଦକ୍ଷତା ଉପରେ ଆଉ ସେମାନଙ୍କର ଭରସା ନାହିଁ। ନିର୍ବାଚନରେ ବିଜେଡିର ପରାଜୟ ପରେ କାରଣ ଖୋଜିବା ପାଇଁ କମିଟି ଗଠନ ହେବ ବୋଲି ବାରମ୍ବାର କୁହାଯାଇଥିଲା। ହେଲେ ଚାରି ମାସ ଟପିଥିଲେ ବି କମିଟି ଗଠନ ହୋଇପାରିଲା ନାହିଁ। ସେହିପରି ରାଜ୍ୟ କମିଟି ଭଙ୍ଗାଯାଇଥିଲେ ମଧ୍ୟ ନୂଆ କମିଟି ଗଠନ କରାଯାଉନି। ଦଳକୁ କାହିଁକି ଅସଜଡ଼ା କରି ରଖାଯାଇଛି ଏବଂ ଏଥିପାଇଁ କିଏ ପ୍ରଚ୍ଛଦରେ ରହି ଗୋଟି ଚଳାଉଛି, ତାହା ଏବେ ବରିଷ୍ଠ ନେତାମାନଙ୍କର ମୁଣ୍ଡବିନ୍ଧାର କାରଣ ପାଲଟିଛି। କେବଳ ନବୀନଙ୍କ ଭାବମୂର୍ତ୍ତି ଓ ନବୀନଙ୍କ ସମୟରେ ହୋଇଥିବା କିଛି କାମକୁ ହିଁ ଦଳ ପକ୍ଷରୁ ପ୍ରଚାର କରାଯାଉଛି। ସାଂଗଠନିକ ଢାଞ୍ଚା ଯେମିତି ଥିଲା, ଏବେ ମଧ୍ୟ ସେମିତି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe