ସହକାରୀ ଉପବିଭାଗ ଅଧିକାରୀ ପଦବି ଦରମା ହାରକୁ ନେଇ କର୍ମଚାରୀଙ୍କ ଅସନ୍ତୋଷ

Advertisment
ଦିଲ୍ଲୀ ବିଧାୟକଙ୍କ ଦରମା ୬୬% ବଢ଼ିଲା

ଭୁବନେଶ୍ବର: ସଚିବାଳୟ ସେବା ସଂଘ ପକ୍ଷରୁ ଆଜି ଏକ ସାଧାରଣସଭା ଲୋକସେବା ଭବନ ପରିସରରେ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ସରକାର ସଚିବାଳୟ ସେବା ସଂଘ କ୍ୟାଡରର ପ୍ରଥମ ଶ୍ରେଣୀ ପାହ୍ୟା ପଦବି ସୃଷ୍ଟି କରି ପଦୋନ୍ନତି ସୁଯୋଗ ସୃଷ୍ଟି କରିଥିବାରୁ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ୫-ଟି ସଚିବ ଓ ଗୃହ ସଚିବଙ୍କୁ ସଂଘର ସଦସ୍ୟମାନେ କୃତଜ୍ଞତା ଜଣାଇଥିଲେ। ତେବେ ସହକାରୀ ଉପବିଭାଗ ଅଧିକାରୀ ପଦବିର ଦରମା ହାର କେନ୍ଦ୍ରୀୟ ସଚିବାଳୟ ହାର ସହିତ ସମାନ କରିବା ଲାଗି ଦୀର୍ଘଦିନରୁ ଦାବି ହୋଇ ଆସୁଥିଲେ ବି ରାଜ୍ୟ ସରକାର ଏହାକୁ ପୂରଣ ନ କରୁଥିବାରୁ ସଦସ୍ୟମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ରାଜ୍ୟ ସରକାର ଅନ୍ୟ ସେବା ବର୍ଗର ଦରମା ସଂପର୍କିତ ଦାବି ପୂରଣ କରୁଥିବା ବେଳେ ସଚିବାଳୟ ସେବାର ଏ ଦାବିପ୍ରତି ଗୁରୁତ୍ବ ଦେଉ ନ ଥିବାରୁ ଦିନକୁ ଦିନ ଅସନ୍ତୋଷ ଦାନା ବାନ୍ଧୁଛି। ଏହାସହ ସହକାରୀ ଉପବିଭାଗ ଅଧିକାରୀ ଚୟନ ରାଜ୍ୟ ପ୍ରଶାସନିକ ସେବା ପରୀକ୍ଷା ସହିତ କରିବା ଓ ଡେସ୍କ ଅଫିସର ପାହ୍ୟାକୁ ପ୍ରଥମ ଶ୍ରେଣୀ ପାହ୍ୟାରେ ବିଲୀନ କରିବାକୁ ଦାବି ହୋଇଛି।

ସଂଘର ଏକ ପ୍ରତିନିଧିମଣ୍ଡଳୀ ୩ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲୋକସେବା ଭବନସ୍ଥିତ ତାଙ୍କ ଦପ୍ତରରେ ପ୍ରଦାନ କରିଥିଲେ। ଆଜିର ସଭାକୁ ସଂଘ ସଭାପତି ଅଜୟ ସ୍ବାଇଁ, ସାଧାରଣ ସଂପାଦକ ପ୍ରଯତ୍ନ ବରାଳ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe