ଟିକାର ଉଚ୍ଚା ଦରକୁ ନେଇ ଅସନ୍ତୋଷ

Advertisment
ଟିକାର ଉଚ୍ଚା ଦରକୁ ନେଇ ଅସନ୍ତୋଷ

BioWorld

ଭୁବନେଶ୍ବର : ମେ’ ୧ ତାରିଖରୁ ୧୮ ବର୍ଷରୁ ଅଧିକ ବୟସର ଲୋକଙ୍କ ପାଇଁ କରୋନା ଟିକାକରଣ ଅଭିଯାନ ଅାରମ୍ଭ ହେଉଛି। ତେବେ ଘରୋଇ ହସ୍ପିଟାଲ୍‌ ପାଇଁ ଧାର୍ଯ୍ୟ କରାଯାଇଥିବା ଟିକା ଦରକୁ ନେଇ ଘରୋଇ ହସ୍ପିଟାଲ୍‌ ସଂଘ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି। ସଂଘର ସମ୍ପାଦକ ଡାକ୍ତର ଇନ୍ଦ୍ରମଣି ଜେନା କହିଛନ୍ତି, କରୋନା ଟିକା ଦର ଅଧିକ ରହିଛି। ସବୁ ଟିକା ଦର ସମାନ ହେବା ଉଚିତ। ୬୦୦ ଟଙ୍କାର କୋଭିସିଲ୍ଡ ଟିକା ପାଇଁ ୭୦୦ କିମ୍ବା ୭୫୦ ଟଙ୍କା ପଡ଼ିବ। ଏହା ସହ ୧୨୦୦ ଟଙ୍କା ଦର ଥିବା କୋଭାକ୍ସିନ୍ ଟିକା ପାଇଁ ୧୩୦୦ କି ୧୩୫୦ ଟଙ୍କା ପଡ଼ିବ। ଘରୋଇ ହସ୍ପିଟାଲ ଟିକା ଦର ତୁଳନାରେ ସରକାରୀ ହସ୍ପିଟାଲରେ ଟିକା ଦର କମ ଅଛି। ତେଣୁ ଲୋକମାନେ ବିଳମ୍ବରେ ହେଉ ପଛେ ସରକାରୀ ହସ୍ପିଟାଲରେ ହିଁ ଟିକା ନେବାକୁ ଚାହିଁବେ। ତେବେ କେତେ ଲୋକ ଟିକା ନେବେ, ତାହା ଜାଣିବା ପରେ ଆମେ ଟିକା ଆଣିବୁ।

ଟିକା ନଷ୍ଟ ହେଉଥିବା ସମ୍ପର୍କରେ ଡାକ୍ତର ଜେନା କହିଛନ୍ତି ଯେ ଗୋଟିଏ ଟିକା ଭାଇଲ୍‌ରେ ୧୦ରୁ ୨୦ ‌େଡାଜ୍ ରହୁଛି। ତେଣୁ ଟିକା ନଷ୍ଟ ନ କରିବା ପାଇଁ ୨୦ ଜଣଙ୍କୁ ଏକାଠି କଲେ ହିଁ ଆମେ ଟିକା ଦେଇପାରିବୁ। ତେଣୁ ଟିକା ଉତ୍ପାଦନକାରୀ ସଂସ୍ଥା ସିଙ୍ଗଲ୍‌ ଡୋଜ୍ ଭାଇଲ୍‌ ଦେଲେ ଭଲ ହେବ ବୋଲି ଡାକ୍ତର ଜେନା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe