ଆରଡ଼ି: ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର ଆଜି ଭଦ୍ରକ ଜିଲ୍ଲା ଆରଡି ଗସ୍ତରେ ଆସି ବାବ ଆଖଣ୍ତଳମଣି ମନ୍ଦିରରେ ଚାଲିଥିବା ଉନ୍ନୟନମୂଳକ କାମ ବୁଲି ଦେଖିବା ସହ ମନ୍ଦିର ବେଢା ପରିସରରେ ନୂତନ ଶ୍ରାବଣୀ ମନ୍ଦିରର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରିଥିଲେ। ଏହି ଗସ୍ତ ସମୟରେ ଜିଲ୍ଲାପାଳ ଆରଡି ପ˚ଚାୟତର ବିଭିନ୍ନ କାର୍ଯ୍ୟ ବାବଦରେ ଚାନ୍ଦବାଲି ବିଡିଓ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ।
ଦୀର୍ଘ ଦିନ ହେଲା ଏହି ପ˚ଚାୟତର ୧୦ନମ୍ବର ଓାର୍ଡରେ ରାସ୍ତା ସହ ଡ୍ରେନେଜ ସମସ୍ୟା ଲାଗି ରହିଥିଲେ ବି ସମସ୍ୟା ସମାଧାନ ହୋଇପାରୁନଥିବା ଜାଣିବାକୁ ପାଇଥିଲୋ ତେବେ ତୁରନ୍ତ ଜିଲ୍ଲାପାଳ ଉକ୍ତ ଓାର୍ଡକୁ ବୁଲି ଦେଖିବା ସହ କାଦୁଅ ରାସ୍ତାରେ ଚାଲି ଚାଲି ଯାଇଥିଲୋ କାଦୁଅ ରାସ୍ତାରେ ଚାଲି ଚାଲି ଯିବା ସହ ତୁରନ୍ତ ଏହି ଓାର୍ଡ ପାଇଁ ଡ୍ରେନେଜ ବ୍ୟବସ୍ଥା କରିବା ସହ ରାସ୍ତା ସମସ୍ୟାର ସମାଧାନ କରିବା ପାଇଁ ଚାନ୍ଦବାଲି ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ ା ଜିଲ୍ଲାପାଳଙ୍କ ସହ ଉପଜିଲ୍ଲାପାଳ, ତହସିଲଦାର ମଧୢ କାଦୁଅ ରାସ୍ତାରେ ଚାଲି ଚାଲି ଯାଇଥିଲେ ା ଖୁବଶୀଘ୍ର ଏହି ରାସ୍ତା ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି ଚାନ୍ଦବାଲି ବିଡିଓ।
Follow Us