ଜିଲ୍ଲାସ୍ତରୀୟ ଲୋକ ଅଦାଲତ

Advertisment
ଜିଲ୍ଲାସ୍ତରୀୟ ଲୋକ ଅଦାଲତ

ଧର୍ମଗଡ଼: ଧର୍ମଗଡ଼ ତାଲୁକ ଆଇନ ସେବା ସମିତି ଆନୁକୂଲ୍ୟରେ ଧର୍ମଗଡ଼ ସିଭିଲ କୋର୍ଟ ପରିସରରେ ଚଳିତ ବର୍ଷର ପ୍ରଥମ ଜିଲ୍ଲାସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ତଥା ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷା ବନ୍ଦନା କରଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଲୋକ ଅଦାଲତରେ ୩ଟି ମଟର ଯାନ ଦୁର୍ଘଟଣା ମାମଲାର ଫଇସଲା କରାଯାଇ ସମୁଦାୟ ୧ ଲକ୍ଷ ୯୦ ହଜାର ଟଙ୍କା ଆଦାୟ କରାଯାଇ ହିତାଧିକାରୀଙ୍କୁ ଦିଆଯାଇଥିଲା।

ଏହି ଲୋକ ଅଦାଲତରେ ବରିଷ୍ଠ ଦେୱାନୀ ମାଜିଷ୍ଟ୍ରେଟ ବିଶ୍ୱବିସ୍ତୃତ କର, ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଲିପାପୁଷ୍ପା ଖୁଣ୍ଟିଆ, ବିଚାର ବିଭାଗୀୟ ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟେ ରାଜେଶ ଦାସ, ବରିଷ୍ଠ ଆଇନଜୀବୀ ମିହିର ରଞ୍ଜନ ପଟ୍ଟଯୋଶୀ, ସମୀର ମୁଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ। ଧର୍ମଗଡ଼ ସିଭିଲ କୋର୍ଟର କର୍ମଚାରୀ ଓ ଆଇନଜୀବୀ ସଙ୍ଘର ସଦସ୍ୟ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe