ଜିଲ୍ଲାସ୍ତରୀୟ ବିଜ୍ଞାନ, ଗଣିତ, ପରିବେଶ ପ୍ରଦର୍ଶନୀ

Advertisment

ରାଜ୍ୟସ୍ତରକୁ ୬ଟି ପ୍ରକଳ୍ପ, ୧ ବିଜ୍ଞାନ ତର୍କ ମନୋନୀତ

ରାଜ୍ୟସ୍ତରକୁ ୬ଟି ପ୍ରକଳ୍ପ, ୧ ବିଜ୍ଞାନ ତର୍କ ମନୋନୀତ

ଜିଲ୍ଲାସ୍ତରୀୟ ବିଜ୍ଞାନ, ଗଣିତ, ପରିବେଶ ପ୍ରଦର୍ଶନୀ

ସୁନ୍ଦରଗଡ଼: ସ୍ଥାନୀୟ ଭବାନୀଶଙ୍କର ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ଏଥିରୁ ୬ଟି ପ୍ରକଳ୍ପ ଓ ଗୋଟିଏ ବିଜ୍ଞାନ ତର୍କ ରାଜ୍ୟସ୍ତରୀୟ ପ୍ରତିଯୋଗିତାକୁ ମନୋନୀତ ହୋଇଛି।  ପ୍ରଦର୍ଶନୀରେ ରାଉରକେଲା ସମେତ ୧୮ଟି ବ୍ଲକରୁ ୧୦୮ଟି ପ୍ରକଳ୍ପ ଓ ବିଜ୍ଞାନ ତର୍କରେ ୧୮ ଜଣ ଭାଗ ନେଇଥିଲେ। ରାଜ୍ୟସ୍ତରକୁ ମନୋନୀତ ପ୍ରକଳ୍ପ ମଧ୍ୟରେ ଲାଠିକଟା କାରମେଲ ସ୍କୁଲର ଆୟୁଷ୍ମାନ ନାୟକ, ସୁନ୍ଦରଗଡ଼ ପବ୍ଲିକ ସ୍କୁଲର ଓମ ପରିଡ଼ା, ରାଉରକେଲା ସେକ୍ଟର-୬ ଡିଏଭବି ପବ୍ଲିକ ସ୍କୁଲର ପ୍ରୟାଂଶୁ ଦାସ, ଲଇକେରା ସରକାରୀ ଉଚ୍ଚ ବିଦ୍ୟାଳୟର ବିକି ସାହୁ, ସୁନ୍ଦରଗଡ଼ ପବ୍ଲିକ ସ୍କୁଲର ସ୍ମୃତିଶିଖା ଶତପଥୀ, ଲହୁଣିପଡ଼ା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଶିଖାରାଣୀ ସାହୁଙ୍କ ପ୍ରକଳ୍ପ ଥିବା ବେଳେ  ସୁନ୍ଦରଗଡ଼ ସେଣ୍ଟ ଟେରେସା ଇଂରାଜି ବିଦ୍ୟାଳୟର ନବନୀତା ଭିତିରିଆ ବିଜ୍ଞାନ ତର୍କରେ ମନୋନୀତ ହୋଇଛନ୍ତି।

ଉଦଘାଟନୀ କାର୍ଯ୍ୟକ୍ରମରେ   ମୁଖ୍ୟଅତିଥି ଭାବେ ଶିକ୍ଷା ବିଭାଗ ଆଞ୍ଚଳିକ ନିର୍ଦ୍ଦେଶକ ବିକାଶଚନ୍ଦ୍ର ପ୍ରଧାନ ଯୋଗ ଦେଇ ସୁନ୍ଦରଗଡ଼ ଜିଲ୍ଲା ଶିକ୍ଷା କ୍ଷେତ୍ରରେ ଏକ ବିଶେଷ ସ୍ଥାନ ହାସଲ କରିଥିବା ପ୍ରକାଶ କରିଥିଲେ। ଏହା ପରେ ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ପ୍ରଧାନଙ୍କ  ସହ ସେ ପ୍ରଦର୍ଶନୀ ବୁଲି ଦେଖିଥିଲେ। ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଯୋଗ ଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ମଞ୍ଚରେ ସମ୍ମାନିତ ଅତିଥି ଭାବେ ଶିକ୍ଷକ ପ୍ରଶିକ୍ଷଣ କେନ୍ଦ୍ର ଅଧ୍ୟକ୍ଷ ଶିବାଶଙ୍କର ଷଡ଼ଙ୍ଗୀ, ଆଞ୍ଚଳିକ ନିର୍ଦ୍ଦେଶକ ଶ୍ରୀ ପ୍ରଧାନ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।

publive-image

ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସାରଙ୍ଗଧର ବରିହା, ଗୋଷ୍ଠୀ ଶିକ୍ଷା ଅଧିକାରୀ ଲାଲିମା ଗ୍ଲୋରିଆ ଡୁଙ୍ଗଡୁଙ୍ଗ, ସରିତା ସରୋନିଆ, ସନିମୁନି ସୁରେଖା ହରୋ, ସଦାନନ୍ଦ ପ୍ରଧାନ, ରବୀନ୍ଦ୍ର ମାଝୀ, ତନୁଲତା ବେହେରା, ପ୍ରଜ୍ଞା ପରମିତା ଜେନା, ମହେନ୍ଦ୍ର ସରୋନିଆ, ସୂରଜ ପ୍ରକାଶ ଚୌଧୁରୀ, ଭବାନୀଶଙ୍କର ଉଚ୍ଚ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ନନ୍ଦିତା ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ଶିକ୍ଷକ ସୁଧାଂଶୁ କୁମାର ଚୌଧୁରୀ, ସୁସ୍ମିତା ଯୋଷୀ, ଅଶୋକ ବାକ, ଦୀପକ ବାରିକ, ପ୍ୟାରୀମୋହନ ନାଏକ, ଦିନେଶ ସିଂ, ଅନନ୍ତ ପାଣ୍ଡେ, ସୁଶାନ୍ତ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ।

ସୁନ୍ଦରଗଡ଼ ପବ୍ଲିକ ସ୍କୁଲର କୃତିତ୍ବ

ପ୍ରଦର୍ଶନୀରେ ସୁନ୍ଦରଗଡ଼ ପବ୍ଲିକ ସ୍କୁଲର କୃତିତ୍ବ ଚର୍ଚ୍ଚାର ବିଷୟ ହୋଇଛି। ସ୍କୁଲର ଦୁଇଟି ପ୍ରକଳ୍ପ ଓମ ପରିଡ଼ାଙ୍କ ‘ବର୍ଜ୍ୟବସ୍ତୁର ପ୍ରକ୍ରିୟାକରଣ’ ଓ ସ୍ମୃତିଶିଖା ଶତପଥିଙ୍କ ‘ସ୍ବଚ୍ଛ ଭାରତ ଅଭିଯାନର  ସ୍ବୟଂଚାଳିତ ପ୍ରକଳ୍ପ’ ରାଜ୍ୟସ୍ତରକୁ ମନୋନୀତ ହୋଇଛି। ସେହିପରି   ସ୍କୁଲର ନିଶ୍ଚିନ୍ତ ପାଣିଗ୍ରହୀ ଓ ଅଭିପ୍ସା ସିଂ ଠାକୁରଙ୍କ ପ୍ରକଳ୍ପ ଦ୍ବିତୀୟ ପୁରସ୍କାର ପାଇଛନ୍ତି। ଶିକ୍ଷକ ଅଶୋକ ପରିଡ଼ାଙ୍କ ନେତୃତ୍ବରେ ଛାତ୍ରଛାତ୍ରୀଙ୍କ ଏହି  ସଫଳତା ପାଇଁ ସମ୍ପାଦକ ରାଜକିଶୋର ଷଡ଼ଙ୍ଗୀ ଓ ଅଧ୍ୟକ୍ଷା ହରପ୍ରିୟା ପଟେଲ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe