ନବୋଦୟ ପରୀକ୍ଷା ପ୍ରଶ୍ନପତ୍ରରେ ବିଭ୍ରାଟ: ଓଡ଼ିଆ ପିଲାଙ୍କୁ ବଣ୍ଟାଗଲା ତେଲୁଗୁ ପ୍ରଶ୍ନପତ୍ର

Advertisment
ନବୋଦୟ ପରୀକ୍ଷା ପ୍ରଶ୍ନପତ୍ରରେ ବିଭ୍ରାଟ: ଓଡ଼ିଆ ପିଲାଙ୍କୁ ବଣ୍ଟାଗଲା ତେଲୁଗୁ ପ୍ରଶ୍ନପତ୍ର

TrueMaths

ମାର୍ଶାଘାଇ : କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ୍‌ ମଧୁସାଗର ବିଦ୍ୟାପୀଠରେ ଚାଲିଥିବା ନବୋଦୟ ପ୍ରବେଶିକା ପରୀକ୍ଷା ପ୍ରଶ୍ନପତ୍ରରେ ବିଭ୍ରାଟ ଦେଖା ଦେଇଛି। ଓଡ଼ିଆ ମାଧ୍ୟମ ପିଲାଙ୍କୁ ତେଲୁଗୁ ପ୍ରଶ୍ନପତ୍ର ଦିଆଯାଇଛି। ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ସୂଚନା ଅନୁସାରେ ଗତକାଲି ନବୋଦୟ ବିଦ୍ୟାଳୟ ପାଇଁ ପ୍ରବେଶିକା ପରୀକ୍ଷା ହୋଇଥିଲା। ମଧୁସାଗର ବିଦ୍ୟାପୀଠ ପରୀକ୍ଷା କେନ୍ଦ୍ରରେ ଏହି ବ୍ଲକ୍‌ ବନ୍ଧକଟା ପଞ୍ଚାୟତ ଅଧୀନ ଜରିଆବରେଇ ପ୍ରାଥମିକ ବିଦ୍ୟାଳୟର ୫ମ ଶ୍ରେଣୀ ଛାତ୍ର ଦିବ୍ୟରଂଜନ ସ୍ବାଇଁ (୧୧) ପରୀକ୍ଷା ଦେଉଥିଲେ। ପରୀକ୍ଷା କେନ୍ଦ୍ରରେ ୧୪୨ଜଣ ପରୀକ୍ଷାର୍ଥୀଙ୍କ ସମେତ ଦିବ୍ୟରଂଜନଙ୍କୁ ପ୍ରଶ୍ନପତ୍ର ଦିଆଯାଇଥିଲା। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ପରୀକ୍ଷାର ମାଧ୍ୟମ ଓଡ଼ିଆ ଥିବାବେଳେ ଦିବ୍ୟରଂଜନଙ୍କୁ ତେଲୁଗୁ ପ୍ରଶ୍ନପତ୍ର ଦିଆଯାଇଥିଲା। ଏଭଳି ପ୍ରଶ୍ନପତ୍ର ପାଇ ସେ କେନ୍ଦ୍ର ପରିଚାଳକଙ୍କୁ ଅବଗତ କରାଇଥିଲେ। ହେଲେ, ସେମାନେ କିଛି କରିପାରିବେ ନାହିଁ, ଯାହା ପ୍ରଶ୍ନପତ୍ର ଆସିଛି ତୁମକୁ ତାହା ଦେଇଛୁ ବୋଲି କେନ୍ଦ୍ର ପରିଚାଳକ କହିଥିଲେ। ତେଲୁଗୁ ପ୍ରଶ୍ନପତ୍ର ପାଇ ଛାତ୍ରଜଣକ ବିଚଳିତ ହୋଇପଡ଼ିଥିଲେ। ପରୀକ୍ଷା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦୀର୍ଘ ଦୁଇ ଘଣ୍ଟା ଧରି ସେ କାନ୍ଦିଥିଲେ। ଦିବ୍ୟରଂଜନଙ୍କ ବାପା ଉତ୍ତମ ଚରଣ ସ୍ବାଇଁ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବେଳେ ମେଧାବୀ ଗରିବ ଛାତ୍ରର ଉଜ୍ଜ୍ବଳ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏ ଦିଗରେ ତ୍ବରିତ ପଦକ୍ଷେପ ଗ୍ରହଣ କରିବାକୁ ମା’ ବନିତା ସ୍ବାଇଁ ନିବେଦନ କରିଛନ୍ତି।

ଅନ୍ୟପଟେ ନବୋଦୟ ପ୍ରବେଶିକା ପରୀକ୍ଷା ପାଇଁ ପୂର୍ବରୁ ଅନ୍‌ଲାଇନ୍‌ରେ ନିବେଦନ କରାଯାଇଥିବା ଫର୍ମାଟ୍‌ଠୁ ଆରମ୍ଭ କରି ଛାତ୍ରଙ୍କୁ ଦିଆଯାଇଥିବା ଆଡ୍‌ମିଟ୍‌ କାର୍ଡ ପର୍ଯ୍ୟନ୍ତ ସବୁଥିରେ ପରୀକ୍ଷାର ମାଧ୍ୟମ ଓଡ଼ିଆ ରହିଥିବା ବେଳେ ତାଙ୍କୁ କିଭଳି ତେଲୁଗୁ ପ୍ରଶ୍ନପତ୍ର ଦିଆଗଲା ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ସଂପୃକ୍ତ ପରୀକ୍ଷାକେନ୍ଦ୍ରର ସୁପରିନ୍‌ଟେଣ୍ଡେଣ୍ଟ୍‌ ସୁଧିରଂଜନ ବାରିକ କହିଛନ୍ତି ଯେ, ପ୍ରଶ୍ନପତ୍ରରେ ହୋଇଥିବା ବିଭ୍ରାଟ ନେଇ କେନ୍ଦ୍ରାପଡ଼ା ନବୋଦୟ ବିଦ୍ୟାଳୟ ଜୋନାଲ୍‌ ମୁଖ୍ୟଙ୍କୁ ଅବଗତ କରାଯାଇଛି। ଏଭଳି ତ୍ରୁଟି କିପରି ହେଲା ସେ ନେଇ ନବୋଦୟ ବିଦ୍ୟାଳୟ କର୍ତ୍ତୃପକ୍ଷ ହାତ ଟେକିଦେବା ଘଟଣା ଅଭିଭାବକମାନଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe