ସୁନ୍ଦରଗଡ଼ରେ ଚାଷ ଆରମ୍ଭରୁ ଦୁର୍ଦ୍ଦଶା: ରାତି ୩ରୁ ଚାଷୀ ଅଧିଆ

Advertisment

ତାରିଖ ମେ ୨୧। ସ୍ଥାନ ସୁନ୍ଦରଗଡ଼ ମିସନ୍‌ ରୋଡ୍‌ ଆର୍‌ସିଏମ୍‌ଏସ୍‌ ଅଫିସ। ରାସ୍ତାରୁ ଅଫିସ ଫାଟକ ପର୍ଯ୍ୟନ୍ତ ପ୍ରାୟ ଶହେ ମିଟର ଯାଏଁ ଇଟା, ପଥର, କାଗଜର ଧାଡ଼ି ଲମ୍ବିଥିଲା। ବୁଝିବା ପରେ ଜଣାପଡ଼ିଥିଲା ସାର ପାଇଁ ଧାଡ଼ିରେ ଏସବୁ ଚାଷୀ ରଖିଥିଲେ।

ତାରିଖ ମେ ୨୧। ସ୍ଥାନ ସୁନ୍ଦରଗଡ଼ ମିସନ୍‌ ରୋଡ୍‌ ଆର୍‌ସିଏମ୍‌ଏସ୍‌ ଅଫିସ। ରାସ୍ତାରୁ ଅଫିସ ଫାଟକ ପର୍ଯ୍ୟନ୍ତ ପ୍ରାୟ ଶହେ ମିଟର ଯାଏଁ ଇଟା, ପଥର, କାଗଜର ଧାଡ଼ି ଲମ୍ବିଥିଲା। ବୁଝିବା ପରେ ଜଣାପଡ଼ିଥିଲା ସାର ପାଇଁ ଧାଡ଼ିରେ ଏସବୁ ଚାଷୀ ରଖିଥିଲେ।

fssfxcxcxc

ସୁନ୍ଦରଗଡ଼: ତାରିଖ ମେ ୨୧। ସ୍ଥାନ ସୁନ୍ଦରଗଡ଼ ମିସନ୍‌ ରୋଡ୍‌ ଆର୍‌ସିଏମ୍‌ଏସ୍‌ ଅଫିସ। ରାସ୍ତାରୁ ଅଫିସ ଫାଟକ ପର୍ଯ୍ୟନ୍ତ ପ୍ରାୟ ଶହେ ମିଟର ଯାଏଁ ଇଟା, ପଥର, କାଗଜର ଧାଡ଼ି ଲମ୍ବିଥିଲା। ବୁଝିବା ପରେ ଜଣାପଡ଼ିଥିଲା ସାର ପାଇଁ ଧାଡ଼ିରେ ଏସବୁ ଚାଷୀ ରଖିଥିଲେ। ଆର୍‌ସିଏମ୍‌ଏସ୍‌ ପକ୍ଷରୁ ପ୍ରଥମକରି ବୁଧବାର ସକାଳ ୬ରୁ ଦିନ ୧୧ଟା ପର୍ଯ୍ୟନ୍ତ ସାର ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଥିଲା। ଏଥିପାଇଁ ରାତି ୩ଟାରୁ ଲମ୍ବା ଲାଇନ୍ ଲଗାଇଥିଲେ ଚାଷୀ। ହେଲେ ସକାଳ ୮ଟା ପର୍ଯ୍ୟନ୍ତ ଅଧିକାରୀ କି କର୍ମଚାରୀଙ୍କ ଦେଖାନଥିଲା। ଚାଷୀ ଆଉ କେତେ ସମୟ ବା ଛିଡ଼ା ହେବେ। ଶେଷକୁ ନିଜ ନିଜ ଆଧାରକାର୍ଡ, ଜମି ଦସ୍ତାବିଜକୁ ଇଟାପଥର ଦେଇ ଧାଡ଼ିରେ ରଖିଥିଲେ। ସାର ପାଇଁ ରାତି ଅନିଦ୍ରା ରହିଥିବା ଚାଷୀ ଦିନର ଟାଣଖରାରେ ମଧ୍ୟ ଛିଡ଼ା ହୋଇଥିଲେ। 

ଆଉ କିଛିଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ। ସେହି ଖୁସିରେ ଚାଷୀ ଚାଷକାମ ଆରମ୍ଭ କରିବାକୁ ସଜବାଜ ହେଲାଣି। ଆଗୁଆ ସାର ନେଇ ମହଜୁଦ ରଖିଲେ ଚାଷ ବେଳକୁ ତରତର ହେବାକୁ ପଡ଼ିବ ନାହିଁ। ହେଲେ ଆରମ୍ଭରୁ ହିଁ ଚାଷୀକୁ ରାତିଅଧିଆ ସଂଘର୍ଷ କରିବାକୁ ପଡ଼ୁଛି। ସରକାର ରିହାତି ମୂଲ୍ୟରେ ଚାଷୀଙ୍କୁ ୟୁରିଆ ଓ ଡିଏପି ସାର ପ୍ରଦାନ କରିବା ପାଇଁ ଆଞ୍ଚଳିକ ବାଣିଜ୍ୟିକ ସମବାୟ ସମିତି ଏବଂ ଇଫ୍‌କୋ ମାଧ୍ୟମରେ ବ୍ୟବସ୍ଥା କରିଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରେ ପ୍ରତିବର୍ଷ ସାର କଳାବଜାରୀ ଦେଖିବାକୁ ମିଳିଥାଏ। ସେଥିପାଇଁ ଚାଷ ପୂର୍ବରୁ ସାର ପାଇଁ ଏଭଳି କସରତ କରୁଛନ୍ତି ଚାଷୀ। ଆଜି ସକାଳ ସାଢ଼େ ୮ଟାରେ ଗୋଦାମ ଖୋଲିବା ପରେ ସମସ୍ତଙ୍କୁ ଗୋଟିଏ ବସ୍ତା ଲେଖାଏଁ ୟୁରିଆ ଓ ଡିଏପି ସାର ଦିଆଯାଇଛି। ତେବେ ଜମି ଓ ଫସଲ ଅନୁସାରେ ଆବଶ୍ୟକ ମୁତାବକ ସାର ଯୋଗାଇ ଦେବାକୁ ଚାଷୀ ଅମ୍ରିତ ଚୌଧୁରୀ, ଅର୍ଜୁନ ପଟେଲ, ବିନୟିନୀ ପଟେଲ ପ୍ରମୁଖ ଦାବି  କରିଛନ୍ତି। ଏ ସମ୍ପର୍କରେ ଆର୍‌ସିଏମ୍‌ସ ସମ୍ପାଦକ ଫ୍ରାଙ୍କନ୍ତୁନୁ କୁଜୁର କହିଛନ୍ତି, ଆଜି ପ୍ରଥମଦିନ ଥିବାରୁ ବ୍ୟବସ୍ଥାରେ କିଛି ତ୍ରୁଟି ରହିଥିଲା। ପରବର୍ତ୍ତୀ ଦିନରେ ସବୁ ବ୍ୟବସ୍ଥିତ ଭାବେ ଚାଲିବ। ସମିତିକୁ ପ୍ରଥମ ପର୍ଯ୍ୟାୟ‌ରେ ୫୫୦ ବ୍ୟାଗ୍‌ ୟୁରିଆ ଓ ୫ ଶହ ବ୍ୟାଗ୍‌ ଡିଏପି ଆସିଥିଲା। ତାକୁ ହିସାବକୁ ନେଇ ୪୮୧ ଜଣ ଚାଷୀଙ୍କୁ ଗୋଟିଏ ଲେଖାଏଁ ବସ୍ତା ୟୁରିଆ ଓ ଡିଏପି ସାର ଦିଆଯାଇଛି ବୋଲି ସେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe